ବେଲଗୁଣ୍ଠା: ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ଥାନା ଅଧିନ ତନରଡ଼ା ଗ୍ରାମ ନିକଟ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବା ବେଳେ ଦିନେ ଦୁଇଦିନ ହେଲା ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

Advertisment

ତଦନ୍ତ ପରେ ଜଣାପଡ଼ିବ ପ୍ରକୃତ କାରଣ 

ଜମିରେ ମୁଗ ଲାଗିଥିବା ବେଳେ ଏକ ପାଳ ଗଦା ନିକଟରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

Loot Case: ଟଙ୍କା ଲୁଟ୍ ଘଟଣାର ପର୍ଦାଫାଶ କଲା ପୁଲିସ