Ganjam Hinjili Dayapalli Murder Case: ହତ୍ୟା ଘଟଣାରେ ୮ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ

Advertisment

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସାମଲ ଏହି ମାମଲାର ବିଚାର କରି ୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସାମଲ ଏହି ମାମଲାର ବିଚାର କରି ୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Ganjam Hinjili Dayapalli Murder Case

Ganjam Hinjili Dayapalli Murder Case Photograph: (sambad. in)


ଛତ୍ରପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସାମଲ ଏହି ମାମଲାର ବିଚାର କରି ୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଉାମଲାର ବିଚାରଣରୁ ପ୍ରକାଶ ଯେ, ୨୦୧୨ ମସିହା ଫେବ୍ରୁଆରି ୨୦ ତାରିଖ ଶିବରାତ୍ର ରାତି ୯ଟାରେ ଦୟାପଲ୍ଲୀ ଗ୍ରାମରେ ବାଉରୀ ଓ ବେଲାମା ଉଭୟ ଗୋଷ୍ଠୀ ମୁହାଁମୁହିଁ ଉଗ୍ରରୂପ ନେଇଥିଲା। ଶିବରାତି ଉପଲକ୍ଷେ ଦୟାପଲ୍ଲୀ ଗ୍ରାମ ଶିବମନ୍ଦିରରେ ବେଲମା ଗୋଷ୍ଠୀର ଲୋକମାନେ ଆଲୋକୀକରଣ ପାଇଁ ସଜସଜ୍ଜା କରୁଥିବା ବେଳେ ବାଉରୀ ଗୋଷ୍ଠୀର କୈଳାସ ଦାସ ସେମାନଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲା।

ଏହା ଜାଣିବା ପରେ ସେଠାରେ ବେଲମା ଗୋଷ୍ଠୀର ଅନ୍ୟ ଲୋକମାନେ ପହଂଚି କୈଳାସକୁ ଗାଳିଗୁଲଜ କରିଥିଲେ। ଏହାପରେ ସେଠାରେ ବାଉରୀ ଗୋଷ୍ଠୀର ଲାକମାନେ ମଧ୍ୟ ସେଠାରେ ପହଂଚି ଦୁଇଗୋଷ୍ଠୀ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା। ଏହିଘଟଣାର ଠିକ୍ ପରଦିନ ୨୧ ତାରିଖରେ ବେଲମା ଗୋଷ୍ଠୀର ସାକା ପିତାମ୍ବାର, ଦୁବ ପିତାମ୍ବାର ଓ ସାଲା ଦେବରାଜ ଖଳାରୁ କାମ ସାରି ଫେରୁଥିବା ବେଳେ ପୂର୍ବରୁ ଶିବମନ୍ଦିର ନିକଟରେ ବାଉରୀ ଗୋଷ୍ଠୀର ଲୁଚି ରହିଥିବା ଲୋକମାନେ ଖଣ୍ଡା, କାତି, ଠେଙ୍ଗାରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଘଟଣାରେ ସାକା ପିତାମ୍ବରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁବ ପିତାମ୍ବର ଓ ସାଲା ଦେବରାଜ ଗୁରୁତର ଆହାତ ହୋଇଥିଲେ।

ଦୁବ ପିତାମ୍ବରଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନା ପକ୍ଷରୁ ୩୪/୧୨ ଏକ ମାମଲା ରୁଜୁ କରି ତତ୍କାଳୀନ ତଦନ୍ତ ଅଧିକାରୀ ଅଜୟ କୁମାର ବାରିକ ୨୩ ଜଣ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରିଥିଲେ। ଏହାପରେ ୫୨/୧୩ ମାମଲା କୋର୍ଟରେ ବିଚାରଧୀନ ଥିଲା। ଏଡିଜେ ପ୍ରଦୀପ କୁମାର ସାମଲ ୧୪ ଜଣଙ୍କ ସାକ୍ଷ୍ୟ, ପ୍ରମାଣକୁ ଆଧାର କରି ୩ଟି ଦଫାର ବିଚାରଣା କରିଥିଲେ। ୩୦୨ ଦଫା ସାକା ପିତାମ୍ବର୍‌ଙ୍କୁ ହତ୍ୟା ଘଟଣାରେ ବାଉରୀଗୋଷ୍ଠୀର କୈଳାସ ଦାସ, ଦାଶରଥୀ ଦାସ, ସଦାନନ୍ଦ ଦାସ, ଅଲେଖ ଦାସ, ଅଭି ଦାସ, ରିଙ୍କୁ ଦାସ, ଅମିନ୍ ଦାସ ଓ ଫୁଲଟା ଗ୍ରାମର କାଳୁ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ସେହିପରି ଦୁବ ପିତାମ୍ବାର ଓ ସାଲା ଦେବରାଜଙ୍କୁ ମରଣାନ୍ତକ ଆକ୍ରମଣ ମାମାଲାରେ ୩୦୭ ଦଫାର ବିଚାରଣ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଜେଲ ଦଣ୍ଡ ଏବଂ ୧୪ ୮ ଦଫା ସଙ୍ଘବଦ୍ଧ ଆକ୍ରମଣ ମାମଲାରେ ସେହି ଅଭିଯୁକ୍ତମାନଙ୍କୁ ୨ ବର୍ଷ ଲେଖାଁଏ ସସ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟପକ୍ଷରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନ୍ୟ ୧୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପିପି ନିହାର ରଞ୍ଜନ ଜେନା ମକଦ୍ଦମା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ପ୍ରଦୀପ କୁମାର ପାଢୀ ଓ ଗଙ୍ଗାଧର ପଣ୍ଡା ସହଯୋଗ କରିଥିଲେ।

ଆହୁରି ପଢନ୍ତୁ -Modi Discuss with AI Ceo: ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲରେ ନିର୍ଣ୍ଣାୟକ ଭୂମିକା ନେବ ଏଆଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe