ଧରାକୋଟ: ଗଂଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଆଜି ଅପରାହ୍ଣରେ ସିରିଜ ଦୁର୍ଘଘଟଣା ଘଟାଇଥିବା କାର ଚାଳକ ଓ ଏଥିରେ ବସିଥିବା ବ୍ୟକ୍ତିଙ୍କୁ କାବୁ କରି ସ୍ଥାନୀୟ ଲୋକେ ନିର୍ଧୁମ ଛେଚିଛନ୍ତି। କାରଟି ପ୍ରଥମେ ଧରାକୋଟ ଥାନା ଅନ୍ତର୍ଗତ ବରଡ଼ାବିଲି ଗ୍ରାମ ୫୯ ନମ୍ବର ଜାତୀୟ ରାଜପଥରେ ଗୋଟିଏ ବାଇକ୍କୁ ଧକ୍କା ଦେଇ ଚମ୍ପଟ ମାରୁଥିବା ବେଳେ ସେଠାରୁ କିଛି ଦୂର ପରେ ବରଡାବାଲି ଗ୍ରାମର କାଳୁ ଚରଣ ଗୌଡ (୭୦)ଙ୍କୁ ବି ଧକ୍କା ଦେଇ ଫେରାର ହୋଇ ଯାଇଥିଲା।
ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକ ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଞ୍ଚାୟତର ମେଣ୍ଟି ବାଉଁଶ ଗ୍ରାମର ବଳରାମ ନାୟକ ବୟସ ୬୦ ଓ ଡମ୍ଭୁରୁ ନାୟକ ୪୦ବୟସ ଗୁରୁତର ହୋଇ ପଡ଼ିଥିଲେ, ପ୍ରକାଶଯୋଗ୍ୟ ଯେ ବଳରାମ ଓ ଡମ୍ବୁରୁ ନିଜ ଜମିର ଚାଷ କାର୍ଯ୍ୟ ପାଇଁ ବଳଦ କିଣିବା ପାଇଁ ସୋରଡ଼ା ଅଞ୍ଚଳକୁ ଯାଉଥିଲେ। ସେହିପରି ବରଡ଼ାବିଲି ଗ୍ରାମର କାଳୁ ଚରଣ ଗୌଡ଼ଙ୍କୁ ମଧ୍ୟ କାର ଟି ଧକ୍କା ଦେବାରୁ ସେ ବି ଗୁରୁତର ହୋଇଛନ୍ତି। ପରେ କାର ଟିକୁ ଗାଁ ଲୋକେ ପିଛା କରି ଥିଲେ କାର ଟି ଦ୍ରୁତ ଗତିରେ ଯିବା ବେଳେ ସୋରଡ଼ା ଥାନା ଅନ୍ତର୍ଗତ ଲାଠି ପଡା ଗ୍ରାମ ନିକଟରେ ପୁଣି ଜଣେ ସାଇକେଲ ଆରୋହି ଙ୍କୁ ଧକ୍କା ଦେଇଥିଲା।
ସେଠାରେ ଗାଁ ଲୋକେ କାରଟିକୁ ଅଟକାଇ ଡ୍ରାଇଭର ଓ ସହଯୋଗୀକୁ ନିର୍ଧୁମ ଛେଚିଲା ପରେ ସୋରଡ଼ା ପୁଲିସରେ ଜିମା ଦେଇଛନ୍ତି। ଅନ୍ୟ ପଟେ ବଳରାମ ନାୟକଙ୍କ ଧରାକୋଟ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରେ ମୃତ୍ୟୁ ଘଟିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଗୁରୁତର ଆହତ ଡମ୍ଭୁରୁଙ୍କୁ ଦୁଇ ଘଣ୍ଟା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଦୁର୍ଘଟଣା ସ୍ଥଳରେ ଧରାକୋଟ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଥିବାବେଳେ ଦୁର୍ଘଟଣା ଗ୍ରସ୍ତ ବାଇକ୍ (ଓଡ଼ି ୩୨ ଏଚ୍ ୧୯୨୭)କୁ ଧରାକୋଟ ପୁଲିସ ଜବତ କରିଛି।
ଅନ୍ୟପଟେ କାର ଡ୍ରାଇଭର ଭୁବନେଶ୍ୱର ସୁନ୍ଦରପଦାର ଶ୍ରୀତମ ସାହୁ ଓ ଅନିଲ ପାହାଡ଼ ସିଂଙ୍କୁ ଦୁର୍ଘଟଣା ଘଟାଇଥିବା କାର (ଓଡି ୧୭ ଏସ୍ ୭୭୯୯) ସହ ସୋରଡ଼ା ପୁଲିସ ଧରାକୋଟ ପୁଲିସକୁ ହସ୍ତାନ୍ତର କରିଛି। କାରକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଧରାକୋଟ ପୁଲିସ ଅଟକ ରଖିଛି। ୫୯ ନମ୍ବର ଜାତୀୟ ରାଜପଥର କାଳଷଣ୍ଢ ପୁର ଠାରୁ ଖାରି ଗୁମ୍ମା ପର୍ଯ୍ୟନ୍ତ ପ୍ରାୟ ୨୦ କିମି ରାସ୍ତା ଦୁର୍ଘଟଣା ପ୍ରବଣ ହୋଇ ପଡ଼ିଛି। ଜାତୀୟରାଜ ପଥ ପଦାଧିକାରୀଙ୍କ ଦାୟିତ୍ଵ ହୀନତା ଓ ଖମ ଖିଆଲି ମନୋଭାବ ଯୋଗୁଁ ଏହି ରାସ୍ତାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଜୀବନ ହାନି ହେଉଛି।
ଆହୁରି ପଢ଼ନ୍ତୁ: Diwali Pollution- ଆଜି ବି ଫୁଟୁଛି ବାଣ: ଢୋ ଢା… ଠୋ ଠାରେ କମ୍ପୁଛି ପରିବେଶ, ସବୁ କଟକଣାକୁ ଫୁ’ କରି ଉଡ଼ାଇଦେଲେ ଅମାନିଆ
ପ୍ରକାଶଯୋଗ୍ୟ ଗତ ଶନିବାର ଦିନ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝି ରାସ୍ତାରେ ଜଣେ ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ବନମାଳି ଗୌଡ ନିଜ ସ୍କୁଟିରେ ନିଜ ଗ୍ରାମ ଜାନବିଲୀକୁ ଫେରୁଥିବା ବେଳେ ଦ୍ରୁତଗତିରେ ବେପରୁଆ ଭାବରେ ବାଇକରେ ଆସୁଥିବା ତିନି ଜଣ ଆରୋହୀ ତାଙ୍କୁ ପଛପଟୁ ଧକ୍କା ଦେବା ଯୋଗୁଁ ଗୁରତାର ହୋଇ ପଡ଼ିଥିବା ବନମାଳିଙ୍କର ମୃତ୍ୟୁ ଘଟିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରତିଦିନ ଏହି ଜାତୀୟ ରାଜପଥରେ ଛୋଟ ବଡ଼ ଦୁର୍ଘଟଣା ଘଟୁ ଥିଲେ ମଧ୍ୟ ବିଭାଗୀୟ ପଦାଧିକାରୀ କୌଣସି ତପ୍ତରତା ପ୍ରକାଶ କରୁନାହାନ୍ତି। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ କୌଣସି ଷ୍ଟପ୍ ବୋର୍ଡ କିମ୍ବା ସୂଚନା ଫଳକ କିମ୍ବା ଗତି ନିୟନ୍ତ୍ରକ ବୋର୍ଡ ଲଗା ଯାଉ ନାହିଁ। ଯାହାକି ଜାତୀୟ ରାଜପଥ ବିଭାଗର ଅସହାୟତାକୁ ପଦରେ ପକାଉଛି। ଏଣୁ ପୁଲିସ ତରଫରୁ ମଧ୍ୟ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ମଦ୍ୟପ ଚାଳକଙ୍କୁ ସାବାଡ କରିବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି।
ganjam | Accident