ରେଲୱେ ଟ୍ରାକ୍‌ ଉପରେ ୫୦ ଫୁଟ ଉପରୁ ତଳକୁ ଖସିଲା ହାଇୱା, ଚାପି ହୋଇଗଲେ ଡ୍ରାଇଭର

କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଗୁରୁବେଡ଼ା ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡ଼ିଯାଇଛି । ଦୁର୍ଘଟଣାରେ ହାଇୱା ଡ୍ରାଇଭର ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ...

ଅଦ୍ୟତନ ହୋଇଛି
Highway falls 50 feet on railway track

Highway falls 50 feet on railway track Photograph: (sambad.in)

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଗୁରୁବେଡ଼ା ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡ଼ିଯାଇଛି । ଦୁର୍ଘଟଣାରେ ହାଇୱା ଡ୍ରାଇଭର ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ।

ରେଲୱେ ଟ୍ରାକ୍ ଉପରେ ଯାଇଥିବା ୨୫ ହଜାର ଭୋଲ୍ଟ ତାର ଉପର ଦେଇ ହାଇୱା ଖସିଥିବାରୁ ଏକ ବଡ଼ ଅଘଟଣ ରକ୍ଷା ମିଳିଥିବା କୁହାଯାଉଛି। 

ଏସମ୍ପର୍କରେ ସୂଚନା ପାଇବା ପରେ ବାମେବାରି ପୁଲିସ୍, ରେଳ ବିଭାଗ ଅଧିକାରୀ ତଥା  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟରରେ କାଟି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

ଆହତ ଡ୍ରାଇଭର ସଞ୍ଜୟ ୟାଦବ  ଝାଡ଼ଖଣ୍ଡ କୋଡରମା ଅଞ୍ଚଳର ବୋଲି ଜଣାପଡିଛି। ତାଙ୍କୁ ଚିକିତ୍ସା ଲାଗି ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ତାଙ୍କର ଦୁଇ ଗୋଡ଼ ଭାଙ୍ଗିଯାଇଛି।

ଅଧିକ ପଢ଼ନ୍ତୁ: ସନ୍ଧ୍ୟାରେ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ବସିବ

ହାଇୱା ରେଲୱେ ଟ୍ରାକ୍‌ରେ ପଡ଼ିଥିବାରୁ ବାଂଶପାଣି-ଜରୋଳି ରେଳପଥରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ହାଇୱାକୁ ହଟାଯିବା ପରେ ରେଳ ଚଳାଚଳ ସ୍ୱାଭାବିକ ଆରମ୍ଭ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ:ହୋଟେଲ ରୁମରୁ ମିଳିଲା ମଲୟାଲମ ଅଭିନେତାଙ୍କ ମୃତଦେହ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe