ଭୁବନେଶ୍ବର/ଜଗତସିଂହପୁର: ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିଲମ୍ବନ କରିଛନ୍ତି। ଅଭିଯୋଗକାରିଣୀ କାର୍ଯ୍ୟରତ ମହିଳା ଜଣକ ତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। 

Advertisment

ଏହି ଖବର ପଢ଼ନ୍ତୁ: ୧୦୦ରୁ ଅଧିକ ସୁରକ୍ଷିତ ଉଦ୍ଧାର, ୧୩ ମୃତ

ଜଗତସିଂହପୁର ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଏବଂ ଜରେ ମହିଳା ମାର୍ଶାଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ନେପାଳରେ ପାକିସ୍ତାନ-ଚୀନ୍‌ ଗୁପ୍ତଚର

ମହିଳା ସଶକ୍ତୀକରଣ ପାଇଁ ଆମ ସରକାର ବଦ୍ଧପରିକର ଏବଂ ମହିଳା ହିଂସା ଓ ନିର୍ଯାତନାକୁ ଆଦୌ ବରଦାସ କରାଯିବ ନାହିଁ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ୬୦ ସାଂସଦ ଇସ୍ତଫା ଦାବି କଲେ

ସୂଚନାଯୋଗ୍ୟ ସାଧାରଣ ନିର୍ବାଚନ-୨୦୨୪ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କାଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଜିଲ୍ଲାପାଳ ଅନୁପମ ସାହାଙ୍କ ପାଖରେ ପୀଡ଼ିତା ମହିଳା କର୍ମଚାରୀ ଲିଖିତ ଅଭିଯୋଗ କରିଥିଲେ। କାର୍ଯ୍ୟାଳୟର ଅନ୍ତରଣୀ କମିଟି ଦ୍ବାରା ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସାହା ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଯାହାକିଛି ଜଣାପଡ଼ିବ ବୋଲି ଶ୍ରୀ ସାହା ସୂଚନା ଦେଇଥିଲେ। ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଦପ୍ତରର ସମସ୍ତ ବିଭାଗରେ ଆଲୋଚନା ଜାରି ରହିଥିଲା। 

ଏହି ଖବର ପଢ଼ନ୍ତୁ: ବିବାଦୀୟ କଠୋର ହିଜାବ ଆଇନକୁ ସ୍ଥଗିତ ରଖିଲେ ଇରାନ ସରକାର