ମୁମ୍ବାଇ: ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନୌସେନା ବୋଟ୍ ଅପରାହ୍ନ ପ୍ରାୟ ୩ଟା୫୫ ସମୟରେ 'ନୀଲକମଲ' ଯାତ୍ରୀବାହୀ ବୋଟ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ ମୁହାଁମୁହିଁ ଧକ୍କା ଯୋଗୁ ଓଲଟି ପଡିଥିଲା। ଇତି ମଧ୍ୟରେ ୧୦୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ କେତେକ ଯାତ୍ରୀ ନିଖୋଜ ଥିବା କୁହାଯାଉଛି। ପୁଲିସ ସୂଚନା ଅନୁସାରେ ଡଙ୍ଗା ବୁଡ଼ିଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ପୁଲିସ କହିଛି ଯେ, ନୀଲମଲ ବୋଟ୍ ମୁମ୍ବାଇ ନିକଟସ୍ଥ 'ଏଲିଫେଣ୍ଟା' ଦ୍ୱୀପ ଆଡକୁ ଯାଉଥିଲା, କିନ୍ତୁ ଏହା ଓରଣ ନିକଟରେ ବୁଡ଼ି ଯାଇଥିଲା। ଅଧିକାରୀ କହିଛନ୍ତି ଯେ, ପୁଲିସ, ଜବାହରଲାଲ ନେହେରୁ ବନ୍ଦର କର୍ତ୍ତୃପକ୍ଷ, ତଟରକ୍ଷୀ ବାହିନୀ ଏବଂ ମତ୍ସ୍ୟଜୀବୀଙ୍କ ସହାୟତାରେ ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।
Mumbai Boat Accident | A Navy boat collided with a passenger vessel named Neelkamal at around 3.55 pm. 101 have been rescued and 13 people have died: Maharashtra CM Devendra Fadnavis pic.twitter.com/iTSOZsfiVc
— ANI (@ANI) December 18, 2024
ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି, ଏପର୍ଯ୍ୟନ୍ତ ୧୦୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଇସିଜି ଜାହାଜ ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ଗୋଟିଏ ୧୩ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଡଙ୍ଗା ଯାତ୍ରୀଙ୍କୁ ନେଇ ଅପରାହ୍ନ ୩ଟା ୧୫ରେ ଯାତ୍ରା ଆରମ୍ଭ କରିଥିବା କୁହାଯାଉଛି।
#WATCH | Mumbai Boat Accident | Maharashtra CM Devendra Fadnavis says, "Near Mumbai, at the Butcher Island, a Navy boat collided with 'Neelkamal' passenger vessel at around 3.55 pm. As per the information till 7.30 pm, 101 have been rescued safely and 13 people have died. Among… pic.twitter.com/9hnAeeGpJD
— ANI (@ANI) December 18, 2024
ମହାରାଷ୍ଟ୍ରର ସିଏମ୍ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ମୁମ୍ବାଇ ନିକଟରେ, ବୁଚର୍ ଦ୍ୱୀପଠାରେ ଏକ ନୌସେନା ବୋଟ୍ ଅପରାହ୍ନ ପ୍ରାୟ ୩ଟା୫୫ ସମୟରେ 'ନୀଲକମଲ' ଯାତ୍ରୀବାହୀ ବୋଟ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସୂଚନା ଅନୁଯାୟୀ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ୧୦୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ୧୩ ଜଣଙ୍କର ମୃତ୍ୟୁ ଘଟିଛି।
#WATCH | Mumbai Boat Accident | Maharashtra Dy CM Eknath Shinde briefs about the boat accident and expresses condolences pic.twitter.com/Pa1Nh7p6hy
— ANI (@ANI) December 18, 2024
ଅଧିକ ପଢ଼ନ୍ତୁ: ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ଯାତ୍ରୀ ନିଖୋଜ
ମୃତକଙ୍କ ମଧ୍ୟରେ, ୧୦ ଜଣ ସାଧାରଣ ନାଗରିକ ଏବଂ ୩ ଜଣ ନୌସେନା କର୍ମଚାରୀ ରହିଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣଙ୍କୁ ଚିକିତ୍ସା ଲାଗି ନୌସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୌସେନା, ତଟରକ୍ଷୀ ବାହିନୀ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟ ଚଳାଇଛି। ଆସନ୍ତାକାଲି ସକାଳେ ନିଖୋଜ ଥିବା ଲୋକଙ୍କ ସମ୍ପର୍କରେ ଚୂଡ଼ାନ୍ତ ସୂଚନା ଉପଲବ୍ଧ ହେବ।
#WATCH | Mumbai Boat Accident | 9 of the total injured people were brought to the St. Geroge's Hospital of Mumbai.
— ANI (@ANI) December 18, 2024
(Visuals from outside the St. George's Hospital) pic.twitter.com/dPXGrtXGNg
ଏହି ଦୁର୍ଘଟଣାର ତଦନ୍ତ ମିଳିତ ଭାବେ ନୌସେନା ଏବଂ ପୁଲିସ ପକ୍ଷରୁ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହିତ ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ଅଧିକ ପଢ଼ନ୍ତୁ: ଏକ ଦେଶ,ଏକ ନିର୍ବାଚନ ବିଲ୍: ଜେପିସିରେ ପ୍ରିୟଙ୍କାଙ୍କ ସମେତ ୪କଂଗ୍ରେସ ସାଂସଦ !