ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ପାରିପାରିକ କଳହ ଭୟଙ୍କର ରୂପ ନେଇଛି। ଶ୍ବଶୁରର କୁରାଢ଼ୀ ଚୋଟରେ ବୋହୂ ଗୁରୁତର ହୋଇଛି। ବୋହୂଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ବେଳେ ଶ୍ବଶୁର ବେକରେ ଦଉଡ଼ି ଦେଇ ଜୀବନ ହାରିଛନ୍ତି। ଜଗତସିଂହପୁର ଜିଲ୍ଲା ପାରାଦୀପ ଲକଥାନା ଅଧିନ ଭୂତମୁଣ୍ଡାଇ ଗ୍ରାମର ମଳିକ ସାହିରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବଟକୃଷ୍ଣ ମଳିକ (୧୦୨)।
ପୁଲିସ କହିଛି. ପାରାଦୀପ ଲକଥାନା ଅଧିନ ଭୂତମୁଣ୍ଡାଇ ଗ୍ରାମର ମଳିକ ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ଶ୍ବଶୁର ବୋହୂ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ। ଗତକାଲି ବିଳମ୍ବିତ ରାତିରେ ବୋହୂ ଶୋଇଥିବା ସମୟରେ ଶ୍ବଶୁରର ଟାଙ୍ଗିଆ ଚୋଟରେ ବୋହୂ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ବୋହୂ କୁଜଙ୍ଗ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ଘର ବାରିପଟେ ଥିବା ଅର୍ଧ ନିର୍ମିତ ଘରେ ଝୁଲନ୍ତା ଅବସ୍ଥାରେ ଶ୍ବଶୁରଙ୍କୁ ଦେଖିବାକୁ ପାଇଥିଲେ।
ଆହୁରି ପଢ଼ନ୍ତୁ: Murder Child: ସାତ ବର୍ଷ ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା
ତେବେ ବୃଦ୍ଧ ଶ୍ବଶୁର ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଘଟଣାସ୍ଥଳରେ ପାରାଦୀପ ଲକଥାନା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କୁରାଢୀ ଓ ଘଟଣାସ୍ଥଳରୁ ପୁଲିସ ଚୁଡ଼ି ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବୃଦ୍ଧ ଶ୍ବଶୁର ହେଲେ ଭୂତମୁଣ୍ଡାଇ ଗ୍ରାମର ବଟକୃଷ୍ଣ ମଳିକ ବୋଲି ଜଣାପଡିଛି।
Follow Us