Dead: ଆଇସିୟୁରେ ମା’ଙ୍କ ଚିକିତ୍ସା ଜାରି, ନଦୀରେ ବୁଡ଼ିଗଲା ୧୪ ବର୍ଷୀୟ ପୁଅ

Advertisment

ମେଡିକାଲରେ ମା’ଙ୍କର ଚିକିତ୍ସା ଜାରି ରହିଛି। ଷ୍ଟୋନ୍‌ ଅପରେସନ୍‌ ପରେ ମା’ଙ୍କ ଚିକିତ୍ସା ଆଇସିୟରେ ଚାଲିଛି। ଏଣେ ନାବାଳକ ପୁଅ ନଦୀରେ ବୁଡ଼ି ଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପାରିଅଙ୍ଗ ଗ୍ରାମର ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି।

ମେଡିକାଲରେ ମା’ଙ୍କର ଚିକିତ୍ସା ଜାରି ରହିଛି। ଷ୍ଟୋନ୍‌ ଅପରେସନ୍‌ ପରେ ମା’ଙ୍କ ଚିକିତ୍ସା ଆଇସିୟରେ ଚାଲିଛି। ଏଣେ ନାବାଳକ ପୁଅ ନଦୀରେ ବୁଡ଼ି ଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପାରିଅଙ୍ଗ ଗ୍ରାମର ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି।

Untitled-24 copy

Minor boy drawn in Jagatsinghpur district. Photograph: (sambad.in)

କୁଜଙ୍ଗ (ଦୁଷ୍ମନ୍ତ ମାଝୀ): ମେଡିକାଲରେ ମା’ଙ୍କର ଚିକିତ୍ସା ଜାରି ରହିଛି। ଷ୍ଟୋନ୍‌ ଅପରେସନ୍‌ ପରେ ମା’ଙ୍କ ଚିକିତ୍ସା ଆଇସିୟରେ ଚାଲିଛି। ଏଣେ ନାବାଳକ ପୁଅ ନଦୀରେ ବୁଡ଼ି ଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପାରିଅଙ୍ଗ ଗ୍ରାମର ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ନଦୀରେ ଗାଧୋଇବା ସମୟରେ ବୁଡିଯାଇ ପ୍ରାଣ ହରାଇଛନ୍ତି। ମୃତ ଛାତ୍ର ହେଲେ ସାଇ ପ୍ରସାଦ ନାୟକ (୧୪)।

ସୂଚନା ଅନୁସାରେ ଆଜି ମଧ୍ୟାହ୍‌ଣରେ କୁଜଙ୍ଗ ଥାନା ପାରିଅଙ୍ଗ ଗ୍ରାମର ନୃସିଂହ ନାୟକଙ୍କ ସାନପୁଅ ସାଇ ପ୍ରସାଦ ନାୟକ, ବଡ଼ପୁଅ ନିର୍ମାଲ୍ୟ ନାୟକ କିଛି ପିଲାଙ୍କ ସହିତ ନିକଟସ୍ଥ ବାଲିଆ ନଦୀକୁ ଗାଧୋଇବାକୁ ଯାଇଥିଲେl ଗାଧୋଇବା ସମୟରେ ସାଇ ପ୍ରସାଦ ହଠାତ ନିଖୋଜ ହୋଇଯାଇଥିଲେ। ସେଠାରେ ଗାଧୋଉଥିବା ଅନ୍ୟ ପିଲାମାନେ ତାଙ୍କୁ ଖୋଜାଖୋଜି କରିବା ପରେ ପାଇନଥିଲେl ଫଳରେ ସମସ୍ତେ ନିଜନିଜ ଘରକୁ ପଳାଇ ଯାଇଥିଲେl ମାତ୍ର ତାର ବଡଭାଇ ନିର୍ମାଲ୍ୟ ଖୁବ୍ ଜୋରରେ ଚିତ୍କାର କରି ଲୋକମାନଙ୍କୁ ଡାକ ପକାଇଥିଲେl ଲୋକମାନେ ଆସି ଅନେକ ଖୋଜାଖୋଜି କରିବାପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl

ଆହୁରି ପଢ଼ନ୍ତୁ: BCCI Freezes 2026 Tour of Bangladesh: ବାଂଲାଦେଶ ଯିବେନି ଭାରତୀୟ କ୍ରିକେଟ ଦଳ, ନିଷ୍ପତ୍ତି ନେଲା ବିସିସିଆଇ

ଶୋକର ଛାୟା

ପ୍ରକାଶଯୋଗ୍ୟ, ସାଇ ପ୍ରସାଦ ରାହାମାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ହଷ୍ଟେଲରେ ରହୁଥିଲେl ସେ ଛୁଟିରେ  ଘରକୁ ଆସିଥିଲେ। ସାଇ ପ୍ରସାଦଙ୍କ ମା’ ଖୁଲଣା ନାୟକ କଟକର ଏକ ମେଡିକାଲରେ ଷ୍ଟୋନ ଅପରେସନ ହେବା ପରେ ଆଇସିୟୁରେ ରହିଛନ୍ତିl ତାଙ୍କ ବାପା ନୃସିଂହ ତାଙ୍କ ପାଖରେ ଥିଲେ। ସେ ଖବର ପାଇବାପରେ କୁଜଙ୍ଗ ମେଡିକାଲରେ ପହଂଚିଥିବା ଜଣାପଡ଼ିଛିl ଏହି ଘଟଣା ଅଂଚଳରେ ଶୋକର ଛାୟା ଖେଳାଇଛି। 

ଆହୁରି ପଢ଼ନ୍ତୁ: Pakistan's Conspiracy: ପାକିସ୍ତାନର ନୂଆ ଷଡ଼ଯନ୍ତ୍ର, ୱାଘା ସୀମାରେ ବଡ଼ ଧରଣର ନିର୍ମାଣ କାର୍ଯ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe