Tradition: ୭୫ ବର୍ଷର ରାଜତନ୍ତ୍ର ପରମ୍ପରା: ୧୨ ପ୍ରଧାନୀଙ୍କୁ ସମ୍ମାନିତ କଲେ ସୁକିନ୍ଦାଗଡ଼ ରାଜା

Advertisment

ଭାରତ ସ୍ବାଧୀନତାପ୍ରାପ୍ତିକୁ ସାତ ଦଶନ୍ଧି ଅତିକ୍ରମ କରିଛି। କିନ୍ତୁ ରାଜତନ୍ତ୍ର ପ୍ରଥା ଆଜି ମଧ୍ୟ ଜାରି ରହିଛି। ରାଜପରିବାରରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ନଥିଲେ ମଧ୍ୟ ସ୍ଥାନୀୟ ଲୋକେ କିନ୍ତୁ ଏହାକୁ ସମ୍ମାନ ଦେଇ ଆସୁଛନ୍ତି।

ଭାରତ ସ୍ବାଧୀନତାପ୍ରାପ୍ତିକୁ ସାତ ଦଶନ୍ଧି ଅତିକ୍ରମ କରିଛି। କିନ୍ତୁ ରାଜତନ୍ତ୍ର ପ୍ରଥା ଆଜି ମଧ୍ୟ ଜାରି ରହିଛି। ରାଜପରିବାରରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ନଥିଲେ ମଧ୍ୟ ସ୍ଥାନୀୟ ଲୋକେ କିନ୍ତୁ ଏହାକୁ ସମ୍ମାନ ଦେଇ ଆସୁଛନ୍ତି।

Kaliapani

Sukikndagarh Bhudeba Bhupati Harichandan Mohapatra. Photo: sambad.in

କାଳିଆପାଣି (ରବି ନାରାୟଣ କର): ଭାରତ ସ୍ବାଧୀନତାପ୍ରାପ୍ତିକୁ ସାତ ଦଶନ୍ଧି ଅତିକ୍ରମ କରିଛି। କିନ୍ତୁ ରାଜତନ୍ତ୍ର ପ୍ରଥା ଆଜି ମଧ୍ୟ ଜାରି ରହିଛି। ରାଜପରିବାରରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ନଥିଲେ ମଧ୍ୟ ସ୍ଥାନୀୟ ଲୋକେ କିନ୍ତୁ ଏହାକୁ ସମ୍ମାନ ଦେଇ ଆସୁଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଖଣ୍ଡୁରାଈଙ୍କ ପାରମ୍ପରିକ ୭୫ତମ ବାର୍ଷିକ ପୁଷ୍ୟାଭିଷେକ ଉତ୍ସବ ଆଜି ତାଙ୍କ ମୂଳପୀଠ ସ୍ଥାନୀୟ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଗତକାଲି ଠାରୁ ଦେଓଗାଁ ଖଣ୍ଡୁରାଈ ପୀଠ ଉତ୍ସବମୁଖର ହୋଇଥିଲା। ସୁକିନ୍ଦାଗଡ଼ର ରାଜା ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ମୁଖ୍ୟକର୍ତ୍ତା ଓ ଯୁବରାଜ ଅନିଲ କୁମାର ସିଂହଦେଓ ଖଣ୍ଡୁରାଈଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ଧୂପଦୀପରେ ବନ୍ଦାପନା କରିଥିଲେ। ଆଜି ପ୍ରତ୍ୟୁଷରୁ ଦିନ ତମାମ୍‌ ଭଜନକୀର୍ତ୍ତନ ଲାଗି ରହିଥିଲା। ପୂଜକ ମହେଶ୍ବର ଦେହୁରୀ ଓ ଏକୁଲ ଗାଁର ନିମନ୍ତ୍ରିତ କାଳିସୀ ଶହଶହ ଶ୍ରଦ୍ଧାଳୁଙ୍କ ଶୁଭ ମନାସିଥିଲେ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ କହିଥିଲେ।

ଏହି ଅବସରରେ ସ୍ଥାନୀୟ ପଲ୍ଲୀ ସୌରିକ ଅଞ୍ଚଳର ୧୨ଟି ରାଜସ୍ବ ଗାଁର ମୁଖିଆ ଭାବେ ୧୨ ପ୍ରଧାନୀଙ୍କ ଦ୍ବାରା ରାଜା ସାହେବଙ୍କ ଅଭିଷେକ ପର୍ବ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳବାସୀଙ୍କ ପକ୍ଷରୁ ୧୨ ପ୍ରଧାନୀ ରାଜାସାହେବଙ୍କୁ ପାରମ୍ପରିକ ରୀତିନୀତିରେ ସମ୍ମାନିତ କରିଥିଲେ। ସେହିପରି ୧୨ ପ୍ରଧାନୀ(କଅଁସ ଗ‌ାଁର ଶିରୋମଣି ପ୍ରଧାନ, ତଳଙ୍ଗିର ମହେଶ୍ବର ପ୍ରଧାନ, ସାରୁଆବିଲର ଇନ୍ଦ୍ରମଣି ପ୍ରଧାନ, ସୁକ୍ରଙ୍ଗିର ନବ କିଶୋର ପ୍ରଧାନ, ଗୁରୁଜଙ୍ଗର ଦୀପକ ପ୍ରଧାନ, ଚିଙ୍ଗୁଡ଼ିପାଳର ନୀଳେନ୍ଦ୍ର ପ୍ରଧାନ, ରଗଦାର ସନ୍ତୋଷ ଦେହୁରୀ(ପ୍ରଧାନ), ଦେଓଗାଁର ଧନେଶ୍ବର ପ୍ରଧାନ, ନାତୋରର ଅଙ୍ଗଦ ପ୍ରଧାନ, ପାଟଣାର ଅଜିତ ପ୍ରଧାନ ଓ କାଳିଆପାଣିର ଖଗେଶ୍ବର ପ୍ରଧାନଙ୍କୁ ରାଜାସାହେବ ଅଙ୍ଗବସ୍ତ୍ର ଓ ନୂତନ ବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ଆହୁରି ପଢ଼ନ୍ତୁ: BJP TMC Clash: ଅଭିଷେକଙ୍କ ମାନସିକ ଅବସ୍ଥା ଭଲ ନାହିଁ, ସେ ଚପଲ ଛାଡି ପଳାଉଛନ୍ତି, ବିଜେପିର ଟାର୍ଗେଟ

ପ୍ରଧାନୀଙ୍କ ସହିତ ରାଜପରିବାରର ସଂପର୍କ

ସୁକିନ୍ଦାଗଡ଼ ରାଜାସାହେବ ଶ୍ରୀ ମହାପାତ୍ର କହନ୍ତି ଯେ, ସୁକିନ୍ଦାଗଡ଼ ରାଜ ପରିବାରର ପ୍ରଥମ ରାଜା ଯୋଗେନ୍ଦ୍ର ଭୂପତି ହରିଚନ୍ଦନ ମହାପାତ୍ର ଚିଙ୍ଗୁଡ଼ିପାଳ ପଞ୍ଚାୟତର ପାଟଣା ଗାଁରେ ଏକ ମାଟିରେ ଏକ ଭବ୍ୟ ରାଜନଅର ପ୍ରତିଷ୍ଠା କରିଥିଲେ। ରାଜା ଏଠାରେ ଅବସ୍ଥାନ କରିବା ସହ ୧୨ ପ୍ରଧାନୀଙ୍କ ମାର୍ଫତରେ କର ଆଦାୟ କରୁଥିଲେ। ପୁରୁଷାନୁକ୍ରମେ ସୁକିନ୍ଦାଗଡ଼ ରାଜ ପରିବାର ଓ ୧୨ ପ୍ରଧାନୀଙ୍କ ପରିବାର ମଧ୍ୟରେ ସୁସଂପର୍କ ରହିଆସିଛି। ୧୯୫୨ ମସିହାରେ ରାଜତନ୍ତ୍ର ଲୋପ ପରେ ରାଜ ପରିବାର ଓ ୧୨ ପ୍ରଧାନୀ ପରିବାରର ମଧ୍ୟରେ ପାରମ୍ପରିକ ସମ୍ପର୍କଙ୍କୁ ଅକ୍ଷୁଣ୍ଣ ରଖିବା ପାଇଁ ବାପା ପୀତାମ୍ବର ଭୂପତି ହରିଚନ୍ଦନ ମହାପାତ୍ର ମା’ଖଣ୍ଡୁରାଈଙ୍କ ପୁଷ୍ୟାଭିଷେକ ତିଥିରେ ଏହାର ଶୁଭାରମ୍ଭ କରିଥିଲେ। ଏବେ ବି ସୌରିକ ଅଞ୍ଚଳର ୧୨ ପ୍ରଧାନୀଙ୍କ ବିବାହ, ବ୍ରତ, ମାଙ୍ଗଳିକ କାର୍ଯ୍ୟ ଓ ପାରମ୍ପରିକ ଉତ୍ସବରେ ସୁକିନ୍ଦାଗଡ଼ ରାଜାଙ୍କୁ ପ୍ରଥମ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି। 

ଆହୁରି ପଢ଼ନ୍ତୁ: Magh Mela 2026: ହର ହର ଗଙ୍ଗେ: ପୁଣି ଲାଗିଲା ଭକ୍ତିର ଭିଡ଼, ତ୍ରିବେଣୀରେ ପଡ଼ିଲା ପବିତ୍ର ବୁଡ଼... ଆଜି ସଙ୍ଗମସ୍ଥଳରେ ସ୍ନାନ କଲେ ୨୧ ଲକ୍ଷ ଶ୍ରଦ୍ଧାଳୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe