Stray Dog Bite: ମାସକରେ ୩୦ଜଣଙ୍କୁ ଘାଇଲା କଲେ ବୁଲା କୁକୁର

Advertisment

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ଗରାମିଆଁ ମୁଣ୍ଡାସାହିର ଜଣେ ବୃଦ୍ଧାଙ୍କୁ ଆଜି ଏକ ବୁଲା କୁକୁର ଝୁଣି ପକାଇଛି। ସ୍ବର୍ଗତ ଶୁକ୍ରା ଚାମ୍ପିଆଙ୍କ ପତ୍ନୀ ରଇବାରୀ(୬୫) ଘର ଆଗରେ ଖରାରେ ଠିଆ ହୋଇଥିଲେ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ଗରାମିଆଁ ମୁଣ୍ଡାସାହିର ଜଣେ ବୃଦ୍ଧାଙ୍କୁ ଆଜି ଏକ ବୁଲା କୁକୁର ଝୁଣି ପକାଇଛି। ସ୍ବର୍ଗତ ଶୁକ୍ରା ଚାମ୍ପିଆଙ୍କ ପତ୍ନୀ ରଇବାରୀ(୬୫) ଘର ଆଗରେ ଖରାରେ ଠିଆ ହୋଇଥିଲେ।

Untitled-32

Dog bite in Sukinda area of Jajpur district. Photograph: (sambad.in)

କାଳିଆପାଣି (ରବି ନାରାୟଣ କର): ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ଗରାମିଆଁ ମୁଣ୍ଡାସାହିର ଜଣେ ବୃଦ୍ଧାଙ୍କୁ ଆଜି ଏକ ବୁଲା କୁକୁର ଝୁଣି ପକାଇଛି। ସ୍ବର୍ଗତ ଶୁକ୍ରା ଚାମ୍ପିଆଙ୍କ ପତ୍ନୀ ରଇବାରୀ(୬୫) ଘର ଆଗରେ ଖରାରେ ଠିଆ ହୋଇଥିଲେ। ପଛପଟୁ କୁକୁର ତାଙ୍କ ଜଙ୍ଘକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା। ଡିଜେଲ୍‌ ଅଭାବରୁ ଓମ୍ବାଡ୍ସି ଆମ୍ବୁଲାନ୍ସ ୧୫ ଦିନ ଧରି ଅଚଳ ଥିବାରୁ ଘଣ୍ଟାଏ ବିଳମ୍ବରେ ଓଏମ୍‌ସି ଆମ୍ବୁଲାନ୍ସରେ ବୃଦ୍ଧାଙ୍କୁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶ‌ାଳ ଗୋଷ୍ଠୀ ସ୍ବ‌ାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ପଠାଯାଇଥିଲା।

ଗତକାଲି କୁକୁର ପାର୍ଶ୍ବସ୍ଥ ଶିରିଆଖଳି ଗାଁର ବାଙ୍କ ଦେହୁରୀଙ୍କ ଶିଶୁପୁତ୍ର ସିଲୁ(୩)ଙ୍କୁ ବୁଲା କୁକୁର କାମୁଡ଼ିଥିଲା। ସିଲୁ ଏବେ ଚିକିତ୍ସାଧୀନ। ଗତ ୧୦ ତାରିଖରେ ସାମ୍ବାଦିକ ଦୟାନିଧି ମହାନ୍ତଙ୍କୁ ପଲେ କୁକୁର ଗୋଡ଼ାଇ ହାଟ ପଡ଼ିଆ ଓଏମ୍‌ସି ଫାଟକରେ ଏକ କୁକୁର ତାଙ୍କ ଗୋଡ଼କୁ କାମୁଡ଼ି ଥିଲା। ଅକ୍ଟୋବର ୧୧ ତାରିଖରେ ଚିଙ୍ଗୁଡ଼ିପାଳ ପଞ୍ଚାୟତ ବେଣାଗାଡ଼ିଆ ନାଏକସାହିର ସ୍ବର୍ଗତ ବୁଦ୍ଧିମନ୍ତ ନ‌ାଏକଙ୍କ ପତ୍ନୀ ବୃଦ୍ଧା ପାର୍ବତୀ ନାଏକ(୭୭)ଙ୍କ ମୁହଁକୁ ଏକ ବୁଲା କୁକୁର ଝୁଣି ପକାଇଥିଲା।

ବସ୍ତିରେ କୁକୁର ଭୟ

ଗତ ୨ ମାସ ମଧ୍ୟରେ ବିର୍ସାନଗର ବସ୍ତିର ଦିନ ମଜୁରିଆ ସୁନିଲ ସିଂଙ୍କ ଶିଶୁକନ୍ୟା ନନ୍ଦିନୀ(୬)ଙ୍କୁ ବୁଲା କୁକୁର ୨ ଥର କାମୁଡ଼ିଥିଲା। କିଛିମାସ ତଳେ କାଟେପୂର୍ତ୍ତିନଗର ବସ୍ତିରେ ସଂଧ୍ୟାରେ ପିଲାଏ ସାଙ୍ଗହୋଇ ଖାଇ ବସିଥିବା ସମୟରେ ଏକ ପାଗଳ କୁକୁର କାମୁଡ଼ାରେ ୪ ଜଣ ଶିଶୁଙ୍କ ସମେତ ୫ ଜଣ ଗୁରୁତର ହୋଇଥିଲେ। କୁକୁର ଘରେ ଘରେ ପଶିଯାଇ ଗୋପିନାଥ ସୋରେନଙ୍କ ପୁଅ ରାମ(୧୦), ଭଗବାନ ହେମ୍ବ୍ରମଙ୍କ ପୁଅ ସାଲଖାନ(୧୩), ସନାତନ ପିଙ୍ଗୁଆଙ୍କ ପୁଅ ରାଜବୀର(୭), ଲକ୍ଷ୍ମୀଧର ମୁଣ୍ଡା(୪୭) ଓ ବିର୍ସାନଗର ବସ୍ତିର ଅନ୍ୟ ଜଣେ ଶିଶୁଙ୍କୁ କାମୁଡ଼ି ପକାଇଥିଲା। ଗତମାସ ଓଏମ୍‌ସି କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟକୁ କୁକୁର କାମୁଡ଼ାରୁ ୧୬ ଜଣ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେଠାରୁ ସବୁ ରୋଗୀଙ୍କୁ ବିରାଶାଳ ସିଏଚ୍‌ସି ପଠାଯାଇଥିଲା।

ଆହୁରି ପଢ଼ନ୍ତୁ: Renuka Chowdhury Reaction: ସଂସଦକୁ କୁକୁର ଆଣିବା ବିବାଦ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ‌ଉତ୍ତରରେ ଭୌ-ଭୌ କହିଲେ ରେଣୁକା

କୁକୁର ସଂଖ୍ୟା ଉଦବେଗଜନକ

ବିଭିନ୍ନ ଗାଁ, କଲୋନି ଓ ବସ୍ତିରେ ଏବେ ବୁଲା କୁକୁର ସଂଖ୍ୟା ଉଦବେଗଜନକ ଭାବେ ବଢ଼ିଛି। କୁକୁର ପଲ ସାଧାରଣରେ ଆତଙ୍କର କାରଣ ହେଲେଣି। ପ୍ରତିମାସ ୩୦ ରୁ ଅଧିକ ବ୍ୟକ୍ତି କୁକୁର କାମୁଡ଼ାରେ ଆହତ ହେଉଥିବା ଜଣାପଡ଼ିଛି। କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି), ଓଏମ୍‌ସି, ଟାଟାଷ୍ଟିଲ କିମ୍ବା ଇମ୍ଫା ଡାକ୍ତରଖାନାରେ ଜଳାତଙ୍କ ରୋଗଗ୍ରସ୍ତ କୁକୁର କାମୁଡ଼ାର ପାଇଁ ଧାର୍ଯ୍ୟ ଇମ୍ୟୁନୋଗ୍ଲୋବୁଲିନ ଇଞ୍ଜେକ୍ସନ ଉପଲବ୍‌ଧ ନଥାଏ। ଏପରିକି ଅଧିକାଂଶ ସମୟ ଏହା ସୁକିନ୍ଦା ସିଏଚ୍‌ସିରେ ମିଳୁନଥିବା ସାଧାରଣରେ ଅଭିଯୋଗ ‌ହୁଏ। ବାଧ୍ୟରେ ରୋଗୀ ସ୍ଥଳ ବିଶେଷରେ ୧୦୦ ରୁ ୧୨୦ କିଲୋମିଟର ଦୂର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥାନ୍ତି। ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଉପଲବ୍‌ଧ ନଥିବାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ସଂପର୍କରେ ସୁକିନ୍ଦା ସିଏଚ୍‌ସି ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ନିକଟ ଅତୀତରେ ସମସ୍ୟା ଦୂରହୋଇ ସୁକିନ୍ଦାରେ ଏବେ କୁକୁର କାମୁଡ଼ା ଇଞ୍ଜେକ୍ସନ ଉପଲବ୍‌ଧ ଥିବା କହନ୍ତି। 

ଆହୁରି ପଢ଼ନ୍ତୁ: Attack: ଚିକିତ୍ସା ପାଇଁ ସାଥୀରେ ପୋଷା କୁକୁର ନେଇ ଡାକ୍ତରଖାନା ଯାଇଥିଲେ ରୋଗୀ, ଆକ୍ରମଣ କଲେ ସୁରକ୍ଷାକର୍ମୀ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe