Mines: ଆଇବିଏମ୍‌ ନୀତି ନିୟମ ଧର୍ମକୁ ଆଖିଠାର..!

Advertisment

ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍‌ସ (ଆଇବିଏମ୍‌) ପକ୍ଷରୁ ବିଭିନ୍ନ କ୍ରିୟାଶୀଳ ଖଣି ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ପରିବେଶ ପରିଚାଳନା ପାଇଁ ଧାର୍ଯ୍ୟ ହୋଇଥିବା ନୀତି ନିୟମ ଧର୍ମକୁ ଆଖିଠାର ହୋଇରହିଛି।

ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍‌ସ (ଆଇବିଏମ୍‌) ପକ୍ଷରୁ ବିଭିନ୍ନ କ୍ରିୟାଶୀଳ ଖଣି ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ପରିବେଶ ପରିଚାଳନା ପାଇଁ ଧାର୍ଯ୍ୟ ହୋଇଥିବା ନୀତି ନିୟମ ଧର୍ମକୁ ଆଖିଠାର ହୋଇରହିଛି।

IMG20251224175703

କାଳିଆପାଣି (ରବି ନାରାୟଣ କର): ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍‌ସ (ଆଇବିଏମ୍‌) ପକ୍ଷରୁ ବିଭିନ୍ନ କ୍ରିୟାଶୀଳ ଖଣି ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ପରିବେଶ ପରିଚାଳନା ପାଇଁ ଧାର୍ଯ୍ୟ ହୋଇଥିବା ନୀତି ନିୟମ ଧର୍ମକୁ ଆଖିଠାର ହୋଇରହିଛି। ଆଇବିଏମ୍‌ ନିର୍ଦ୍ଦେଶରେ ଚଳିତବର୍ଷ ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ସବୁ କ୍ରିୟାଶୀଳ ଖଣିରେ ୨୭ତମ ଖଣି ପରିବେଶ ଓ ଖଣିଜ ସମ୍ପଦ ସଂରକ୍ଷଣ ସପ୍ତାହ ପାଳନରେ ଏହା ସ୍ପଷ୍ଟ ହୋଇଯାଇଛି। ୨୭ ବର୍ଷ ଧରି ଆଇବିଏମ୍‌ ତତ୍ତ୍ବାବଧାନରେ ଖଣି ଓ ଆଞ୍ଚଳିକ ପରିବେଶ ସୁଧୁରିବା ପରିବର୍ତ୍ତେ ଅବକ୍ଷୟମୁଖୀ ହୋଇଚାଲିଛି। ବୃକ୍ଷରୋପଣ ଓ ବନୀକରଣ ପ୍ରହସନ ପାଲଟିଛି।

୬୦ ଦଶକ‌ରେ ଘଞ୍ଚ ଜଙ୍ଗଲ ମଧ୍ୟରେ କ୍ରୋମ୍‌ ଉପତ୍ୟକାର ଶୁଭ ପଡ଼ିଥିଲା। ଖଣି ପାଇଁ ସରକାରୀ ରାଜକୋଷ ସମୃଦ୍ଧ ହେଲା। ହେଲେ ଅଞ୍ଚଳବାସୀଙ୍କ ପାଇଁ ପରିବେଶ ହାନି ଜନିତ ବିପଦ ମାଡ଼ି ଆସିଲା। ଦୁର୍ମୂଲ୍ୟ କ୍ରୋମାଇଟ୍‌ ଖଣି ନାଁରେ ହଜାର ହଜାର ହେକ୍ଟର ଜଙ୍ଗଲ ପଦା ହୋଇଛି। ଏକଦା ସୁବିସ୍ତୃତ ଶାଳ ଓ ପିଆଶାଳ ଜଙ୍ଗଲ ଭାବେ ଖ୍ୟାତ ଥିବା ଅରଣ୍ୟରେ ଶାଳ ଗଛ ଖୋଜିବାକୁ ପଡ଼ୁଛି। ପିଆଶାଳ ବିଲୁପ୍ତ। ଖଣିର ସଡ଼କ ପଥ ଓ କର୍ମଚାରୀ କଲୋନି ବସତି ସ୍ଥାପନ ପାଇଁ କୋଟିକୋଟି ସଂଖ୍ୟାରେ ଦ୍ରୁମ ଓ ବୃକ୍ଷରାଜି କଟା ହୋଇଛି। ୮୦ ଦଶକ ପର୍ଯ୍ୟନ୍ତ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ମହାବଳ ବାଘ ଦେଖାଯାଉଥିଲେ। ଜଳବାୟୁ ଶୀତଳ ଥିଲା।

ଗ୍ରୀଷ୍ମ ପ୍ରବାହ ୨ ମାସ ଟପୁନଥିଲା

ଗ୍ରୀଷ୍ମଋତୁ ରାତି‌ରେ ଚାଦର ଖୋଜା ପଡ଼ୁଥିଲା। ଗ୍ରୀଷ୍ମ ପ୍ରବାହ ୨ ମାସ ଟପୁନଥିଲା। ଶୀତଦିନେ ପର୍ବତ ଶିଖରରେ ତୁଷାରପାତ ହେଉଥିଲା। ମଣିଷ ସୁସ୍ଥ ଓ ଦୀର୍ଘାୟୁ ହେଉଥିଲା। ବନଜାତ ଦ୍ରବ୍ୟକୁ ନେଇ ଅଞ୍ଚଳବାସୀ ଭଲରେ ରହୁଥିଲେ। ଖଣି ଖନନ ପରେ ଟାଟାଷ୍ଟିଲ, ଓଏମ୍‌ସି, ମିଶ୍ରିଲାଲ୍‌, ଫେକର, ବିସିମହାନ୍ତି ଏଣ୍ଡ୍‌ ସନ୍ସ, ଜିନ୍ଦଲ, ଇମ୍ଫା, ବାଲେଶ୍ବର ଆଲଏଜ୍ ଭଳି ବଡ଼ବଡ଼ ଖଣି କର୍ତ୍ତୃପକ୍ଷଙ୍କ ଆବିର୍ଭାବ ଓ ସେମାନଙ୍କ ମଧ୍ୟରେ ବ୍ୟବସାୟ ଓ ଅର୍ଥ ଉପାର୍ଜନକୁ ନେଇ ପ୍ରତିଦ୍ବନ୍ଦିତା ତୀବ୍ର ହେବା‌ରେ ଲାଗିଲା। ଖଣିମାଲିକେ ଅବିଳମ୍ବେ ଆର୍ଥିକ ଅଭିବୃଦ୍ଧିର ଶିଖର ଛୁଇଁଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ଜିଲ୍ଲା ପ୍ରଶାସନ, ବନ ଓ ରାଜସ୍ବ ବିଭାଗକୁ ପ୍ରଭାବିତ କରି ଖଣିଜ ଉତ୍ତୋଳନ ବାହାନାରେ ମନଇଛା ଗଛ କାଟି ଚାଲିଲେ।

ଆହୁରି ପଢ଼ନ୍ତୁ: C 814 Kandahar Hijack: ଠିକ୍ ୨୬ ବର୍ଷ ତଳେ, ଆଜିର ଦିନରେ... ଆକାଶରୁ ଅପହରଣ ହେଇଗଲା ଭାରତୀୟ ବିମାନ, ଭୁଲି ହେଉନି କାନ୍ଦାହାର ହାଇଜାକ୍‌ କାହାଣୀ

ଆନ୍ତରିକତାର ଅଭାବ

ହେଲେ ପରିବେଶର ଭରଣା ଦିଗରେ ଉତ୍ତରଦାୟୀ ଖଣି କର୍ତ୍ତୃପକ୍ଷ ଓ ତଦାରଖକାରୀ ବନ ବିଭାଗ କିମ୍ବା ଆଇବିଏମ୍‌ କେହି ଆନ୍ତରିକତା ଦେଖାଇନାହାନ୍ତି। ସଂପୃକ୍ତ ଅଧିକାରୀ ନିଜସ୍ବ ଉପାର୍ଜନକୁ ମୁଖ୍ୟ କରିବାରେ ବନୀକରଣ ଗୌଣ ହୋଇରହିଛି। ପଥପ୍ରାନ୍ତ ଜଙ୍ଗଲ ସତ୍ତା ହରାଇଛି। ଶୀତଦିନରୁ ଖଣି ଓ କଲୋନିରେ ଥିବା ଗଛରୁ ଝଡ଼ୁଥିବା ବ୍ୟାପକ ପତ୍ରକୁ ପୋଡ଼ି ଦିଆଯାଉଛି। ଯାହାକି ମହାଜାଗତିକ ଉଷ୍ଣତାକୁ ଖୋରାକ ଯୋଗାଉଛି। ଖଣି କିମ୍ବା କଲୋନିରେ ଝଡ଼ାପତ୍ରକୁ ନେଇ ଜୈବିକ ଖତ ପ୍ରସ୍ତୁତି ପରିଚାଳନାର ଦୃଷ୍ଟାନ୍ତ ନାହିଁ। ପ୍ଲାଷ୍ଟିକ୍‌ ଓ ବର୍ଜ୍ୟବସ୍ତୁ ସବୁକୁ ଜଙ୍ଗଲ ମଧ୍ୟରେ ବିକ୍ଷିପ୍ତ ଭାବେ ପକାଯାଉଛି। ଯାହାକି ବାୟୁ ଓ ଜଳ ପ୍ରଦୂଷଣର ପ୍ରମୁଖ କାରଣ ହୋଇଛି। ଏ ସଂପର୍କରେ ଆଇବିଏମ୍‌ ଭୁବନେଶ୍ବର ଜୋନ ଆଞ୍ଚଳିକ ନିୟନ୍ତ୍ରକ ବାବୁଲାଲ୍‌ ଗୁର୍ଜରଙ୍କୁ ପଚାରିବାରେ ତାଙ୍କର ମହାରାଷ୍ଟ୍ର ବଦଳି ହୋଇଥିବା କହି ଏ ଦିଗରେ ତାଙ୍କ ଉତ୍ତରାଧିକାରୀ ଅରୁଣ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ।  

ଆହୁରି ପଢ଼ନ୍ତୁ: Loot From Bus: ବସରୁ ଲୁଟିନେଲେ ୬୦ କିଲୋ ରୂପା, ୧୨ ଘଣ୍ଟା ମଧ୍ୟରେ ଧରିଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe