Heart Attack: କାଳିଆପାଣିରେ ହୃଦ୍‌ଘାତ ମୃତ୍ୟୁ ଆତଙ୍କ! ଦିନକରେ ଆଖି ବୁଜିଲେ ୪ ଜଣ

ଯାଜପୁର ଜିଲ୍ଲାର କାଳିଆପାଣି ଖଣିଅଞ୍ଚଳରେ ହୃଦଘାତ ଜନିତ ମୃତ୍ୟୁ ନେଇ ଚର୍ଚ୍ଚା ହେଉଛି। ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ସ୍ଥାନୀୟ ବାସିନ୍ଦା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଅଭାବନୀୟ ଘଟଣାକ୍ରମରେ କାଳିଆପାଣି ଅଞ୍ଚଳର ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।

Heart attack death

Four persons dead in heath attack in Kaliapani of Jajpur district. Photograph: (sambad.in)

କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲାର କାଳିଆପାଣି ଖଣିଅଞ୍ଚଳରେ ହୃଦଘାତ ଜନିତ ମୃତ୍ୟୁ ନେଇ ଚର୍ଚ୍ଚା ହେଉଛି। ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ସ୍ଥାନୀୟ ବାସିନ୍ଦା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଅଭାବନୀୟ ଘଟଣାକ୍ରମରେ କାଳିଆପାଣି ଅଞ୍ଚଳର ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ମୃତକମାନେ ହେଲେ କାଙ୍କଡ଼ପାଳ ପଞ୍ଚାୟତ ଗନ୍ତାୟତ କାଟେଣି ଗାଁର ଯୁବ ରାଜମିସ୍ତ୍ରି ତୋଫାନ ପ୍ରଧାନ(୨୩), ରାଁସୋଳ ପଞ୍ଚାୟତ ମହୁଲଖାଲ ଗାଁର ଛଟେଇ ଶ୍ରମିକ ଖାତାଦାର ଦଶରଥ ମହାନ୍ତ(୫୫), କାଳିଆପାଣି ଇମ୍ଫା ଖଣିର ନିରାପତ୍ତାରକ୍ଷୀ ବିଚିତ୍ରାନନ୍ଦ ସାହୁ(୪୨) ଓ କାଳିଆପାଣି ପଞ୍ଚାୟତ ଚିରିଗୁଣିଆ ମାଝିସାହି ଡମଶାଳ ନାଳକୂଅ ଓଏମ୍‌ସି ପରିତ୍ୟକ୍ତ ହଟିଂର ସ୍ବେଚ୍ଛାସେବୀ ମାଧବାନନ୍ଦ ବିରୁଆ(୫୦)।  

ଡାକ୍ତରଖାନାରେ ୨ ଯୁବକ ମୃତ ଘୋଷିତ

୧୦୮ ଆମ୍ବୁଲାନ୍ସ ଉପଲବ୍‌ଧ ନହେବାରୁ ମୁମୂର୍ଷୁ ଅବସ୍ଥାରେ ତୋଫାନଙ୍କୁ ଗତକାଲି ଏକ ଭଡ଼ା ଗାଡ଼ିରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯିବା ବାଟରେ ମଠଛକରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସୁକିନ୍ଦାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇମ୍ଫାର ଠିକା ନିରାପତ୍ତାରକ୍ଷୀ ବିଚିତ୍ରାନନ୍ଦ ସାହୁ ଗତକାଲି ସକାଳ ସ୍ବାଭାବିକ ଡ୍ୟୁଟି କରିଥିଲେ। ସଂଧ୍ୟା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କମ୍ପାନିର ଖଣି ଡାକ୍ତରଖାନା ଅଣାଯାଇଥିଲା। କମ୍ପାନି ଆମ୍ବୁଲାନ୍ସରେ ଅମ୍ଳଜାନ ବ୍ୟବସ୍ଥାରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେହି ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। 

ଅପମୃତ୍ୟୁ ମାମଲା ରୁଜୁ

ଉପରୋକ୍ତ ୨ଟି ଘଟଣାରେ ମୃତକ ଦ୍ବୟଙ୍କ ବଡ଼ଭାଇଙ୍କ ଏତଲା ଆଧାରରେ ଆଜି କାଳିଆପାଣି ଥାନାରେ ୨ଟି ଅପମୃତ୍ୟୁ ମାମଲା ୨୧/୨୫ ଓ ୨୨/୨୫ ରୁଜୁ ହୋଇଛି। ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ପ୍ରଶାନ୍ତ କୁମାର ପଲେଇ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!

ସରପଞ୍ଚଙ୍କ ଦାବି: ମାସକରେ ୨୫ ହୃଦ୍‌ଘାତ ମୃତ୍ୟୁ

ଦଶରଥ ମହାନ୍ତ ଗତ ୫ ତାରିଖରେ କଟକ ବଡ଼ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସପ୍ତାହ ମଧ୍ୟରେ ଡାକ୍ତର ତାଙ୍କୁ ଓପନ ହାର୍ଟ ବାଇପାସ୍ ସର୍ଜରି ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଖାନାରୁ ଔଷଧ ଧରି ସୋମବାର ରାତି ସେ ଘରକୁ ଫେରିଥିଲେ। ଘରକୁ ଫେରିବାର ୫ ଘଣ୍ଟା ମଧ୍ୟରେ ନିଜ ଶୋଇବା ଘରେ ଟଳି ପଡ଼ିଥିଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କାମାକ୍ଷାନଗର ଥାନାରେ ଏକ ଅପମୃତ୍ୟୁ ମାମଲା ପରେ ଶବ ବ୍ୟବଛେଦ କରାଯାଇଥିବା ସୂଚନା ମିଳିଛି। ନିରକ୍ଷର ଓ ଅଶିକ୍ଷିତ ଗ୍ରାହକମାନଙ୍କୁ ୨୦ ବର୍ଷ ଧରି ୟୁନିଅନ ବ୍ୟାଙ୍କ କାଳିଆପାଣି ଶାଖାରେ ସେବା ସହାୟତା କରିଆସୁଥିବା ମାଧବାନନ୍ଦଙ୍କୁ ସୋମବାର ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ସେଠାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ସୂଚନା ମିଳିଛି। ଖଣିଅଞ୍ଚଳରେ ହୃଦଘାତରେ ମାସକରେ ୨୫ରୁ ଅଧିକ ମୃତ୍ୟୁ ହୋଇଥିବା ସ୍ଥାନୀୟ ସରପଞ୍ଚମାନେ କହନ୍ତି। 

ଆହୁରି ପଢ଼ନ୍ତୁ: Chhapan Bhog: କାହିଁକି କୁହାଯାଏ ଛପନଭୋଗ ? କିଏ ଦେଲା ଏମିତି ନାଁ ? କଣ ରହିଛି ଛପନଭୋଗର ରହସ୍ୟ...

କ’ଣ କହିଲେ ଡାକ୍ତର?

ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ଇସିଜି ପରୀକ୍ଷଣରେ ୭୫ ପ୍ରତିଶତରୁ ଅଧିକ ବ୍ଲକେଜ୍ ଥିବା ମୃତ୍ୟୁକୁ ହୃଦଘାତ ଜନିତ କହିପାରିବା। ମୃତ୍ୟୁ ପୂର୍ବରୁ ଇସିଜି ହୋଇନଥିବାରୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe