Advertisment

Farmers Demand: ଯାଜପୁରରେ ସାମ୍ବାଦିକ ସମ୍ମିଳନୀ: କୃଷକ ଏକତା ଗଣ ପଦଯାତ୍ରା ପାଇଁ ଡାକରା

Advertisment

ଯାଜପୁରରେ ଆଜି ଦିବା ୧୨ଟା ସମୟରେ ଜିଲ୍ଲା ସଂଯୋଜକ ଅଶୋକ ଶାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ଆଗାମୀ...

ଯାଜପୁରରେ ଆଜି ଦିବା ୧୨ଟା ସମୟରେ ଜିଲ୍ଲା ସଂଯୋଜକ ଅଶୋକ ଶାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ଆଗାମୀ...

WhatsApp Image 2026-02-28 at 17.42.32

ଯାଜପୁର: ଯାଜପୁରରେ ଆଜି ଦିବା ୧୨ଟା ସମୟରେ ଜିଲ୍ଲା ସଂଯୋଜକ ଅଶୋକ ଶାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ଆଗାମୀ ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘଟଗାଁ ତାରିଣୀ ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ “କୃଷକ ଏକତା ଗଣ ପଦଯାତ୍ରା ଓ ସତ୍ୟାଗ୍ରହ” ଆୟୋଜିତ ହେବ।

୧୬ ବର୍ଷର ସଂଘର୍ଷର ଦାବୀ

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବୀକୁ ନେଇ ଗତ ୧୬ ବର୍ଷ ଧରି ଧାରଣା, ପଦଯାତ୍ରା, ବିକ୍ଷୋଭ ଓ ଜେଲଭରୋ ଆନ୍ଦୋଳନ ଚାଲିଆସୁଛି। ଏହାର ପରିଣାମରୂପେ KALIA Yojana, CM Kisan Yojana ଓ PM Kisan Yojana ଭଳି ଯୋଜନା ସହ ଧାନ ଉପରେ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତା ଦିଆଯାଇଛି।

କିନ୍ତୁ ସଂଗଠନ ଅଭିଯୋଗ କରିଛି ଯେ, ମଣ୍ଡିର ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ଏଫ୍‌ଏକ୍ୟୁ ନାମରେ କଟନୀ-ଛଟନୀ ଓ ଇନପୁଟ୍ ସହାୟତା ନଦେବା ଭଳି ଅନିୟମିତତା ଚାଷୀଙ୍କୁ କ୍ଷତିଗ୍ରସ୍ତ କରୁଛି।

ଆହୁରି ପଢ଼ନ୍ତୁ: POCSO Court verdict: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ପ୍ରମୁଖ ଦାବୀଗୁଡ଼ିକ 

  • ୬୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୩,୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା
  • ୨୦ ବର୍ଷରୁ ଚାଷୀଙ୍କ ପାଇଁ ମାସିକ ୧୦,୦୦୦ ଟଙ୍କା ସୁରକ୍ଷା ଭତ୍ତା
  • ଧାନର ଏମ୍‌ଏସ୍‌ପି ଅତିକମରେ ୫,୦୦୦ ଟଙ୍କା ଘୋଷଣା
  • ସମସ୍ତ ଫସଲ ପାଇଁ ଏମ୍‌ଏସ୍‌ପି ନିଶ୍ଚିତ କରାଯାଉ
  • ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ
  • ସମସ୍ତ ଜମିରେ ୨୦୨୮ ପୂର୍ବରୁ ଜଳସେଚନ ବ୍ୟବସ୍ଥା
  • ଚାଷୀଙ୍କୁ ସଂପୂର୍ଣ୍ଣ ବିଜୁଳି ଶୁଳ୍କ ମୁକ୍ତ
  • ପ୍ରଧାନମନ୍ତ୍ରୀ ପସଲ ବୀମା ଯୋଜନାରେ ସରକାର ସିଧାସଳଖ ବୀମା ପରିଚାଳନା କରୁ
  • ଖଣି, ଜମି, ଜଳ ଓ ଜଙ୍ଗଲ ଉପରେ ମୂଳ ଅଧିବାସୀଙ୍କ ଅଧିକାର ସୁନିଶ୍ଚିତ କରାଯାଉ
  • ସଂଗଠନ ମତାନୁସାରେ, ଏହି ଦାବୀଗୁଡ଼ିକ ପୂରଣ ହେଲେ ଚାଷୀ ଓ ଯୁବକମାନଙ୍କ ରୋଜଗାର ସମସ୍ୟାର ସମାଧାନ ହେବ

ପଦଯାତ୍ରାରେ ଯୋଗଦାନ

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ପଦଯାତ୍ରାରେ ଢେଙ୍କାନାଳ ସହ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧,୦୦୦ ଚାଷୀ, ମୂଲିଆ, ମହିଳା, ଯୁବକ, ଛାତ୍ର ଓ ବୁଦ୍ଧିଜୀବୀ ଯୋଗଦେବେ। ରାଜ୍ୟ କମିଟି ସଭ୍ୟ ଅଶ୍ଵିନୀ କୁମାର ଜେନା, ବଡ଼ଚଣା ବ୍ଲକ ସଂଯୋଜକ ସୁବାଷ ଖଣ୍ଡାଇ, ପ୍ରତାପ ଜେନା, ପ୍ରଶାନ୍ତ ସ୍ୱାଇଁ, ବସନ୍ତ ପରିଡା, ଗଦାଧର ଦାସ ପ୍ରମୁଖ ଯୋଗଦେଇଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe