କାଳିଆପାଣି: ଯାଜପୁରଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଇଲାକାରୁ ଯୁବତୀଙ୍କୁ ଅପହରଣ ପରେ ବିକ୍ରି ମାମଲାରେ ପୁଲିସ ଜଣେ ଫେରାର ଅଭିଯୁକ୍ତଙ୍କ ନାମରେ ଏନ୍‌ବିଡବ୍ଲ୍ୟୁ ଜାରି କରିଛି। ଅପହରଣ ପରେ ବିକ୍ରି ହୋଇଥିବା ଆଦିବାସୀ ନାବାଳିକା କଲେଜ୍‌ ଛାତ୍ରୀଙ୍କୁ କାଳିଆପାଣି ପୁଲିସ ମଧ୍ୟପ୍ରଦେଶରୁ ଗତ ଅଗଷ୍ଟ ୨୦ ଉଦ୍ଧାର କରିଥିଲା। ନାବାଳିକାଙ୍କୁ କିଣି ବିବାହ କରିଥିବା ମଧ୍ୟପ୍ରଦେଶ ସାଗର ଜିଲ୍ଲା କୋତୱାଲି ଥାନା ତିଲଗଞ୍ଜ ଗାଁର ଅଭିଯୁକ୍ତ ସ୍ବାମୀ ଦେବେନ୍ଦ୍ର ସାହୁ(୩୮)କୁ ଗିରଫ ପରେ ଜେଲ୍‌ ପଠାଯାଇଥିଲା।

Advertisment

ଆହୁରି ପଢ଼ନ୍ତୁ: 

ଏହାର ୪ ଦିନ ପରେ ଯୁବତୀ ଚାଲାଣକାରୀ ରାକେଟ୍‌ର ଅନ୍ୟତମ କିଙ୍ଗପିନ୍‌ ପାର୍ବତୀ ପାତ୍ର(୩୦)କୁ ପୁଲିସ ତା’ ପୈତୃକ ଗାଁ ସୁକିନ୍ଦା ଥାନା ସଂସାଇଲୋ ଅରାସାହିର ବାପା ପଦ୍ମନାଭ ପାତ୍ରଙ୍କ ଘରୁ ଗିରଫ କରିଥିଲା। ସେଦିନ ଘଟଣାର ମୁଖ୍ୟ ଅଭିଯୁକ୍ତ ବଡ଼ଭଉଣୀ ସରସ୍ବତୀ ପାତ୍ର(୩୫) ଖସି ପଳାଇଥିଲା। ପାଖାପାଖି ୨ ମାସ ସେ ଫେରାର୍‌ ଅଛି। ପୂର୍ବରୁ ମଧ୍ୟପ୍ରଦେଶରେ ବିବାହକରି ସେଠାରେ ସେ ରହୁଥିବା ଜଣାପଡ଼ିଛି। କେସ୍‌ ନମ୍ବର ୯୭/୨୫ ଏବଂ ଦଫା ୧୩୭(୨), ୧୪୩(୪), ୬୪(୨ଏମ୍‌) ଓ ପୋକ୍ସୋ ଆକ୍ଟ୍‌-୬ ଆଧାରରେ ସରସ୍ବତୀ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନଙ୍କ ଠାରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Officer Inspects Farms: ଧାନଚାଷରେ ଚକଡା ରୋଗର ନିୟନ୍ତ୍ରଣ ପାଇଁ ବିଲ ପରିଦର୍ଶନ କଲେ ଜିଲ୍ଲା କୃଷି ଅଧିକାରୀ

ଏକଦା ସୁକିନ୍ଦା ମେଡିକାଲରେ ପୀଡ଼ିତା ନାବାଳିକାଙ୍କ ସହ ମାଷ୍ଟରମାଇଣ୍ଡ୍‌ ସରସ୍ବତୀର ଦେଖା ହୋଇଥିଲା। ପୀଡ଼ିତାଙ୍କ ସରଳତା ସୁଯୋଗରେ ସରସ୍ବତୀ ନିବିଡ଼ ସଂପର୍କର ଛଳନା କରିଥିଲା। ଜୁନ ୨୭ ତାରିଖରେ ଘରକୁ ଡକାଇ ବନ୍ଧୁ ଭଳି ଆପ୍ୟାୟିତ କରିଥିଲା। ସେଦିନ ଭାଇ ଗୁରୁତର ଅସୁସ୍ଥ ଅଛି କହି ୨ ଭଉଣୀ ପୀଡ଼ିତାଙ୍କୁ ଦାନଗଦୀ ମେଡିକାଲ୍‌ ଡାକି ନେଇଥିଲେ। ସେଠାରେ ପହଞ୍ଚିବା ପରେ ଯାଜପୁରଟାଉନ ମେଡିକାଲ୍ ସ୍ଥାନାନ୍ତର ହୋଇଥିବା ଶୁଣାଇ ପୀଡ଼ିତାଙ୍କୁ ଯାଜପୁରରୋଡ଼ ଷ୍ଟେସନ ନେଇଯାଇଥିଲା। ପୂର୍ବରୁ ଟିକେଟ୍‌ କାଟିଥିବା ସରସ୍ବତୀ ପୀଡ଼ିତାଙ୍କୁ ଟ୍ରେନ୍‌ରେ ବସାଇବାରେ ପୀଡ଼ିତାଙ୍କ ସନ୍ଦେହ ହୋଇଥିଲା। ୨ ଅଭିଯୁକ୍ତ ଭଉଣୀ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇନେଇ ଚୁପ୍‌ଚାପ୍‌ ବସିବାକୁ ଧମକ ଦେଇଥିଲେ। ପାଖେପାଖେ ଜଗି ରହିଥିଲେ।

ଆହୁରି ପଢ଼ନ୍ତୁ: Gujarat Cabinet : ଗୁଜରାଟର ନୂଆ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ  

ମଧ୍ୟପ୍ରଦେଶରେ ପହଞ୍ଚିବା ପରେ ପୀଡ଼ିତାଙ୍କୁ ମାସେ ଧରି ଘରେ ଖଟାଇଥିଲେ। ପରେ ସୁଯୋଗ ଦେଖି ବିକି ଦେଇଥିଲେ। ପୀଡ଼ିତାଙ୍କୁ କିଣି ବାହା ହୋଇଥିବା ଦେବେନ୍ଦ୍ର ବିବାହର କିଛିଦିନ ପରେ ଘଟଣାବଳୀ ସଂପର୍କରେ ସବୁ ଜାଣି ଦୁଃଖ ପ୍ରକାଶକରି ପୀଡ଼ିତାଙ୍କ ଠାରୁ ଦୂରେଇ ଯାଇଥିଲେ। ପୀଡ଼ିତା ଶାଶୂଙ୍କ ପାଖରେ ରହୁଥିଲେ। ଆଇନ ଫାଶରେ ପଡ଼ିବା ନିଶ୍ଚିତ ଜାଣି ଦେବେନ୍ଦ୍ର ଖୁବ୍‌ ଡରି ଯାଇଥିଲେ।  

Jajpur | Odisha police 

ରିପୋର୍ଟ: ରବି ନାରାୟଣ କର