କାଳିଆପାଣି(ରବି ନାରାୟଣ କର): ଜନ୍ମ ହେବାର ୨୪ ଘଣ୍ଟା ମଧ୍ୟରେ ମିଳିଲା ଜନ୍ମ ପ୍ରମାଣପତ୍ର। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ ହୋଇଛି। ହେଲେ ପ୍ରଶାସନର ଏହି ଯୁଗୋପଯୋଗୀ କାର୍ଯ୍ୟାନ୍ବୟନରେ ଏକୋଇଶା(ନାମକରଣ) ଉତ୍ସବ ଭଳି ପୁରାତନ ପ୍ରଥା, ପରମ୍ପରା ଓ ପର୍ବ ଲୋପ ପାଇଯିବା ଆଶଂକା ସୃଷ୍ଟି ହୋଇଛି। ସେହିପରି ସତ୍ୟ ନାରାୟଣ ପାଲା ଗୁରୁତ୍ବ ହରାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଯାଜପୁରଜିଲ୍ଲା ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଦିନ ୬ ଜଣ ନବଜାତକଙ୍କୁ ଜନ୍ମ ପ୍ରମାଣପତ୍ର (ବାର୍ଥ ସାର୍ଟିଫିକେଟ୍) ପ୍ରଦାନ କରାଯାଇଥିଲା। ଆମ୍ପୋଳବା ତାମରା ଗାଁର ନାଗୁରି ଓ ଲୋଚନ ମୁଣ୍ଡାଙ୍କ ଚତୁର୍ଥ ସନ୍ତାନ ଝିଅ ଇସ୍ଥେରାନୀ ଏବଂ ଲେମ୍ବୋ ସାମନ୍ତରାପୁର ଗାଁର ଦ୍ରୌପଦୀ ଓ ରାଜୁ ବିନ୍ଧାଣୀଙ୍କ ଦ୍ବିତୀୟ ସନ୍ତାନ ଝିଅ ଦେବକୀଙ୍କ ସେହି ସୋମବାର ସୁକିନ୍ଦା ଡାକ୍ତରଖାନାରେ ଜନ୍ମ ନେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ପରାମର୍ଶରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ ଜନ୍ମର କିଛି ଘଣ୍ଟା ମଧ୍ୟରେ ମାଆବାପାଙ୍କ ହାତରେ ସଂପୃକ୍ତ ଶିଶୁଦ୍ବୟଙ୍କ ଜନ୍ମ ପ୍ରମାଣପତ୍ର ଧରାଇ ଦେଇଥିଲେ।
ସୁଶାସନ ବ୍ୟବସ୍ଥାକୁ ପ୍ରଶଂସା
ସାଧାରଣ ଜନସ୍ବାସ୍ଥ୍ୟ ଅଧିକାରୀ ରଶ୍ମିପ୍ରଭା ଖଟୁଆ, ଭେଷଜଜ୍ଞ କାର୍ତ୍ତିକ ଚନ୍ଦ୍ର ସାମଲ, ସେବୀକା ଅଧିକାରୀ ମମତା ମହାନ୍ତ, ତନ୍ମୟୀ ସାହୁ, ବିଷ୍ଣୁ ଚରଣ ନାଏକ ଓ ଜାନକୀଲତା ସାହୁ ଏବଂ ରୋଗୀ କଲ୍ୟାଣ ସମିତି ସଦସ୍ୟ ବିମଳେନ୍ଦୁ ବେହୁରା, ସତ୍ୟଜିତ ଦାଶ ଓ ସନ୍ତୋଷ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗତ ୧୯ ତାରିଖରେ ଜନ୍ମ ହୋଇଥିବା କେନ୍ଦୁଝର ହରିଚନ୍ଦନପୁର ବଡ଼ ଶିଆଳିମାଳ ଗାଁର ମଞ୍ଜୁ ଓ ସୁଦାମ ମହାନ୍ତଙ୍କ ଝିଅ ଇତିକା ଏବଂ କାଙ୍କଡ଼ପାଳ କାଦୁଅବନ୍ଦୀ ଗାଁର ପୂଜା ମହାରଣା ଓ ରାଜୁ ଦେହୁରୀଙ୍କ ଦ୍ବିତୀୟ ସନ୍ତାନ ପୁଅ ଶୁଭମ୍, ୧୮ ତାରିଖରେ ଜନ୍ମ ହୋଇଥିବା ଗୁହିଆଶାଳ ଗାଁର ବାସନ୍ତୀ ଓ ଶ୍ରୀଧର ପ୍ରଧାନଙ୍କ ଦ୍ବିତୀୟ ସନ୍ତାନ ପୁଅ ରଞ୍ଜିତ ଏବଂ କୁହିକା ଜେମାଦେଇପୁର ଗାଁର ଜିଙ୍ଗି ଓ ସୁରେନ୍ଦ୍ର ସିଙ୍କୁଙ୍କ ତୃତୀୟ ସନ୍ତାନ ଝିଅ ସନ୍ଧ୍ୟାରାଣୀଙ୍କ ନାଁରେ ସୋମବାର ଜନ୍ମ ପ୍ରମାଣପତ୍ର ଦିଆଯାଇଥିଲା। ପ୍ରଶାସନର ସୁପ୍ରଶାସନିକ ବ୍ୟବସ୍ଥାକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ଆହୁରି ପଢ଼ନ୍ତୁ: Bank Loan: ପିଏମଇଜିପି ଋଣ ଦେବା ପାଇଁ ବ୍ୟାଙ୍କ କୁନ୍ତୁକୁନ୍ତୁ: ୧୫୮ରୁ ୧୯ଜଣଙ୍କୁ ମିଳିଲା
ଜନ୍ମ ପ୍ରମାଣପତ୍ର ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍
ଜନ୍ମ ପ୍ରମାଣପତ୍ର ବିନା ଆଧାରକାର୍ଡ ପ୍ରସ୍ତୁତି ଅସମ୍ଭବ। ସେହିପରି ଜନ୍ମ ପ୍ରମାଣ ପତ୍ର ଅଭବାରୁ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ଶିଶୁମାନଙ୍କ ନାମଲେଖା ସହଜ ନୁହେଁ। ଜନ୍ମ ପ୍ରମାଣ ପତ୍ର ନଥିବାରୁ ବହୁ ଗରିବ ଯୋଗ୍ୟ ବ୍ୟକ୍ତି ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ୁଥିବା ଅଭିଯୋଗ ହୁଏ। ସବୁ ସରକାରୀ କାର୍ଯ୍ୟାନ୍ବୟନରେ ଜନ୍ମ ପ୍ରମାଣ ପତ୍ର ଏକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଭାବେ ଲୋଡ଼ା ଯାଉଥିବା ସ୍ଥଳେ ଅବହେଳିତ, ନିରକ୍ଷର ଓ ଅଶିକ୍ଷିତମାନେ ସମାଜରେ ଉପେକ୍ଷିତ ହୋଇଆସୁଛନ୍ତି। ଡିଜିଟାଲ୍ ଇଣ୍ଡିଆରେ ସମସ୍ତଙ୍କୁ ଯୋଡ଼ିବାକୁ ହେଲେ ଜନ୍ମ ପ୍ରମାଣ ପତ୍ର ଅପରିହାର୍ଯ୍ୟ। ଏସବୁକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଇଛି।
ଆହୁରି ପଢ଼ନ୍ତୁ: Emergency Healthcare:୧୫୦ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/23/untitled-16-copy-2025-12-23-16-51-33.jpg)