କାଳିଆପାଣି (ରବି ନାରାୟଣ କର): ୨ ଓ ୩ ବର୍ଷ ବୟସରେ ମାଆ-ବାପାଙ୍କୁ ହରାଇ ବଞ୍ଚିବାର ରାହା ଖୋଜୁଛନ୍ତି ୨ ଅନାଥ ଭଉଣୀ ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ରଗଦା ମୌଜା କେନ୍ଦୁବଣି ଗାଁର ସ୍ବର୍ଗତ ଆଦିବାସୀ ଦମ୍ପତି ଜେମା ଓ ପାଣ୍ଡବ ସ୍ବାଇଁଆଙ୍କ ୨ ଝିଅ ସମ୍ବାରୀ(୧୩) ଓ ପାଲମତି(୧୨)। ସେମାନଙ୍କ ସବା ସାନଭଉଣୀ ସୁକୁରୁମୁନି(୧୦)ର ଅବସ୍ଥିତିର ଖବର ନଥିବା କହନ୍ତି ଏହି ୨ ଭଉଣୀ, ବଡ଼ବାପାଙ୍କ ପରିବାର ଓ ସଂପର୍କୀୟମାନେ। ୧୦ ବର୍ଷ ତଳେ ଅଜଣା ରୋଗରେ ପାଣ୍ଡବଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ କୋଳରେ ଥିବା ୩ ମାସର ସୁକୁରୁମୁନିକୁ ସାଥୀରେ ନେଇ ଜେମା ବାପଘର ଡୁବୁରି ଭାଲୁକାନ୍ଥିଆ ପଳାଇଥିଲେ। ସେଠାରୁ ସେ ଆଉ କେନ୍ଦୁବଣି ଫେରିନାହାନ୍ତି।
ଶୈଶବରେ ବାତ୍ସଲ୍ୟମମତାରୁ ବଞ୍ଚିତ
ଛତିଆର ଜଣେ ବ୍ୟକ୍ତିଙ୍କୁ ଦ୍ବିତୀୟ ବିବାହ କରି ସେଠାରେ ରହୁଥିଲେ। ଗତ ୨ ବର୍ଷ ହେଲାଣି ଜେମାଙ୍କର ମୃତ୍ୟୁ ହୋଇଥିବା କହନ୍ତି ତାଙ୍କ ବଡ଼ଯାଆ ସ୍ବର୍ଗତ ଲାଦୁରା ସ୍ବାଇଁଆଙ୍କ ପତ୍ନୀ ମୁଚୁକୁନି। ଏମିତିରେ ସମ୍ବାରୀ ଓ ପାଲମତି ଅତି ଶୈଶବରେ ବାତ୍ସଲ୍ୟମମତାରୁ ବଞ୍ଚିତ ହୋଇଆସିଥିବା ଅଭିଯୋଗ ହୁଏ। ସେହିପରି ଜେମା ଓ ପାଣ୍ଡବଙ୍କ ବଡ଼ଝିଅ ନିରକ୍ଷର ସସ୍ମିତା ୨ ବର୍ଷ ତଳୁ ବାଲ୍ୟବିବାହ କରିଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: Cyclone Montha: ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଖାଦ୍ୟ ସୁରକ୍ଷାରୁ ବଞ୍ଚିତ
ବିଧବା ବଡ଼ମାଆ ମୁଚୁକୁନି ଓ ବଡ଼ବାପା ପୁଅ ଭାଇ ଦିନ ମଜୁରିଆ ମାନସିଂହ ସ୍ବାଇଁଆଙ୍କ ତତ୍ତ୍ବାବଧାନରେ ରହିଆସିଛନ୍ତି ୨ ଭଉଣୀ। ସମ୍ବାରୀ ବେଲହୁରି ଆଶ୍ରମ ସ୍କୁଲରୁ ଓ ପାଲମତି ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରୁ ଅଷ୍ଟମ ପାସ୍ କରିଛନ୍ତି। ଦୁହେଁ ଏବେ ଚିଙ୍ଗୁଡ଼ିପାଳ ସୌରିକ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ବ୍ୟକ୍ତିଗତ ସମସ୍ୟା ନେଇ ସମ୍ବାରୀ ଗତ କିଛିମାସ ଧରି ସ୍କୁଲ ଯାଉନଥିବା କହନ୍ତି। ମୌଳିକ ଆବଶ୍ୟକତାକୁ ନେଇ ଯୁଝୁଥିବା ଭଉଣୀ ଦ୍ବୟ ଜନ୍ମରୁ ଏଯାବତ୍ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ଥିବା ଅଭିଯୋଗ ହୁଏ। ସ୍ବତନ୍ତ୍ର ବୃତ୍ତି ପାଇଁ ନିର୍ଦ୍ଧାରିତ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଆନୁଷଙ୍ଗିକ ଦସ୍ତାବିଜ ଓ କାଗଜାଦ୍ ଦାଖଲ ନକରିବାରୁ ୨ ଭଉଣୀ ଟାଟାଷ୍ଟିଲର ଜ୍ୟୋଜି ଫେଲୋସିପ୍ ସହାୟତାରୁ ବଞ୍ଚିତ ରହିଛନ୍ତି। ଏହି ୨ ଆଦିବାସୀ ଛାତ୍ରୀ ଏଯାବତ୍ ସରକାରୀ ଷ୍ଟାଇପେଣ୍ଡ୍ କଣ ବୋଲି ଜାଣିନଥିବା କହନ୍ତି। ନାବାଳିକା ଛାତ୍ରୀ ଦ୍ବୟ ନିଜ ପୋଷାକ ଓ ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ ପାଇଁ ଅଧିକାଂଶ ସମୟ ଦୟାର ପାତ୍ର ହୋଇଥାନ୍ତି। ସାମୟିକ ମୂଲମଜୁରି କରି କିଛିକାଂଶରେ ୨ ଭଉଣୀଙ୍କ ଆବଶ୍ୟକତା ଯଥାସମ୍ଭବ ତୁଲାଉଥିବା କହନ୍ତି ଭାଇ ମାନସିଂହ। ନିଜ ଭିଟାମାଟି ଓ ଘର ସଂପର୍କରେ ୨ ଉଭଣୀ ସଂପୂର୍ଣ୍ଣ ଅଜ୍ଞ ହୋଇରହିଛନ୍ତି। ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ୩ ପ୍ରମୁଖ ମୌଳିକ ଆବଶ୍ୟକତାରୁ ବଞ୍ଚିତ ଥିବା ଏହି ନାବାଳିକାଙ୍କ ପାଖେ ଶିଶୁ ସୁରକ୍ଷା ଅଧିକାର ଯୋଜନା ସଂପୂର୍ଣ୍ଣ ଦିଗହରା।
ଆହୁରି ପଢ଼ନ୍ତୁ: Farmer Cutting Crops: ସାମ୍ଭାବ୍ୟ ବାତ୍ୟା ନେଇ ମାଲକାନଗିରିରେ ଚାଷୀଙ୍କ ମନରେ ଛନକା
ଏ ସଂପର୍କରେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟିଙ୍କୁ ଯୋଗାଯୋଗ କରିବାରେ ଯଥାଶୀଘ୍ର ସେମାନଙ୍କ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ କହନ୍ତି। ସରକାରୀ ବ୍ୟବସ୍ଥାରେ ସେମାନଙ୍କୁ ସହାୟତା ଓ ଥଇଥାନ ଯୋଜନା କରାଯିବ କହନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/26/kaliapani-2025-10-26-22-41-34.jpg)