ଯାଜପୁର: ଆସନ୍ତା ୩ ତାରିଖ ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବାର ସହ ଯାଜପୁର ଆସି ମା’ ବିରଜାଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିଣ୍ଡଦାନ କରିବେ। ସେଥିପାଇଁ ନୂଆ ରୂପରେ ସଜେଇ ହେଉଛି ଯାଜପୁର ସହରର ରାସ୍ତାଘାଟ ସମେତ ମା’ ବିରଜା ମନ୍ଦିର ଓ ଏହାର ଆଖପାଖ ତୀର୍ଥସ୍ଥାନ। ୩ ତାରିଖ ସକାଳ ୯ଟା ୩୦ ମିନିଟ୍ରେ ଯାଜପୁର ସହର ନୂଆ ପ୍ରଶାସନିକ ଭବନ ପଡ଼ିଆ ହେଲିପ୍ୟାଡ୍ରେ ରାଷ୍ଟ୍ରପତି ପହଞ୍ଚିବା ପରେ ସେଠାରୁ ବିରଜା ମନ୍ଦିର ଯିବେ। ବିରଜା ମନ୍ଦିରରେ ମା’ଙ୍କୁ ଦର୍ଶନ, ପୂଜାର୍ଚ୍ଚନା କରିବା ପରେ ସେଠାରେ ଥିବା ନାଭଗୟାରେ ପିଣ୍ଡଦାନ କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ହେବା ପରେ ଶ୍ରମତୀ ମୁର୍ମୁଙ୍କର ଏହା ପ୍ରଥମ ଯାଜପୁର ତଥା ମା’ ବିରଜା ମନ୍ଦିରକୁ ଗସ୍ତ ଉପଲକ୍ଷେ ମନ୍ଦିର ସେବାୟତ ଓ ଯାଜପୁର ବେଶ ଉତ୍ସାହିତ ଅଛନ୍ତି। ଏହାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି ଏହା ହେଉଛି ରାଷ୍ଟ୍ରପତିଙ୍କ ପ୍ରଥମ ଯାଜପୁର ଗସ୍ତ। ଏଥିପାଇଁ ଯାଜପୁର ସହରର ରାସ୍ତାଘାଟ ମରାମତି ସହିତ ବିରଜା ମନ୍ଦିରକୁ ନୂତନ ରଙ୍ଗ ଓ ଲାଇଟ ସହ ସାଜସଜ୍ଜା କରାଯାଇ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇଛି। ଗସ୍ତ ଅବସରରେ ମା’ଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି ହେବା ନେଇ ବୈଠକରେ ସ୍ଥିର ହୋଇଛି। ଏହି ସମୟ ଭିତରେ ଆସନ୍ତାକାଲି(ସୋମବାର) ଅପରାହ୍ଣ ୨ଟାରୁ ଯାଜପୁରରୁ ରାଷ୍ଟ୍ରପତିଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯିବାକୁ ସ୍ଥିର ହୋଇଛି।
ସେହିପରି ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ ସମସ୍ତ ବ୍ୟବସ୍ଥା ହୋଇଥିବା କହିଛନ୍ତି ଯାଜପୁର ଏସ୍ପି ୟଶପ୍ରତାପ ଶ୍ରୀମଲ। ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସହରରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ବିଭିନ୍ନ ଜାଗାରେ କମାଣ୍ଡାଣ୍ଟ୍ ରାଙ୍କର ଅଫିସର ଓ ୩ ଜଣ ଏସ୍ପି ରାଙ୍କର ଅଧିକାରୀ ନିୟୋଜିତ ହେବେ ବୋଲି ଜଣାଇଛନ୍ତି। କୁସୁମାକୁ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଫେବ୍ରୁଆରି ୧ରୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପୂରା ଯାଜପୁର ସହରକୁ ନୋ-ଫ୍ଲାଇଂ ଜୋନ୍ କରାଯାଇଛି। ଏଥିସହ ସହରର ରାସ୍ତାଘାଟ, ହେଲିପ୍ୟାଡ୍, ବିରଜା ମନ୍ଦିର ପର୍ଯ୍ୟନ୍ତ ୨ କିମି ରାସ୍ତାକୁ ଉଭୟପାର୍ଶ୍ବ ବ୍ୟାରିକେଟିଂ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ଆଜି ପୂର୍ବାହ୍ନରେ କୁସୁମା ସମ୍ମୁଖ ପ୍ରଶାସନି ଭବନ ପଡ଼ିଆ ହେଲିପ୍ୟାଡ୍ରେ ବାୟୁସେନାର ସ୍ବତନ୍ତ୍ର ହେଲିକ୍ୟାପ୍ଟର ଟ୍ରାୟଲ ଲ୍ୟାଣ୍ଡିଂ କରିଥିଲା।
ଆହୁରି ପଢ଼ନ୍ତୁ: Cricket: ଟି୨୦ ବିଶ୍ବକପ୍ରେ ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ; ଶହବାଜ ସରକାର ନେଲେ ନିଷ୍ପତ୍ତି
ଏହାପରେ ଏକ ବିରାଟ କାରକେଡ୍ ସେଠାରୁ ମନ୍ଦିର ପର୍ଯ୍ୟନ୍ତ ମକ୍ଡ୍ରିଲ କରିଥିଲା ଆସନ୍ତା ୩ ରେ ଏହି ସ୍ଥାନରେ ରାଷ୍ଟ୍ରପତି ଏଠାରେ ଅବତରଣ କରିବା ପୂର୍ବରୁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି କି ନାହିଁ ବାୟୁସେନା ଟିମ୍ ଓ ସୁରକ୍ଷା ଟିମ୍ ଯାଞ୍ଚ୍ କରିଥିଲେ। ଯାଜପୁର ଜିଲ୍ଲାପାଳ, ଏସପି, ଡିଏସପି, ଏସଡିପିଓ ଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସେଠାରେ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ସହରରେ ରାତ୍ରିକାଳୀନ ନାକା କଡ଼ାକଡ଼ି ହୋଇଥିବା ବେଳେ ପ୍ରଶାସନିକ ଭବନ ପଡ଼ିଆ ଓ ବିରଜା ମନ୍ଦିର ଚତୁଃପାର୍ଶ୍ଵ ସମସ୍ତ ହୋଟେଲ, ଲଜିଂ ଓ ଦୋକାନରେ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ତନଖି କରିଛନ୍ତି। ଏଠାରେ କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ବାଲେଶ୍ବର ସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟକୁ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତର ସମସ୍ତ ରୁଟରେ ସାଧାରଣ ଯାତାୟତ ବନ୍ଦ ରହିବ।
ଆହୁରି ପଢ଼ନ୍ତୁ: Health: ମୃତ୍ୟୁ ଆଶଙ୍କାରେ ରୋଗୀଙ୍କୁ ଫେରାଇ ଦେଲେ ଆନ୍ଧ୍ର ଡାକ୍ତର, ଗୁରୁତର ବ୍ୟକ୍ତିଙ୍କ ରାୟଗଡ଼ାରେ ଚିକିତ୍ସା ଜାରି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/01/jajpur-2026-02-01-21-30-43.jpg)