Blood Donation Camp: ରକ୍ତଦାନ ଉତ୍ସବ: ୧୦୫ ମହିଳାଙ୍କ ସମେତ ରକ୍ତ ଦେଲେ ୫୩୦ ରକ୍ତଦାତା

Advertisment

ଯାଜପୁର କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ଓ 'ଆମ ଓଡ଼ିଶା' ମିଳିତ ସହ‌ଯୋଗରେ ଗ୍ରିନ୍‌ ଟ୍ରାନ୍ସପୋର୍ଟ ପାର୍କରେ ଶୁକ୍ରବାର ରକ୍ତଦାନ ପାଇଁ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଯାଜପୁର କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ଓ 'ଆମ ଓଡ଼ିଶା' ମିଳିତ ସହ‌ଯୋଗରେ ଗ୍ରିନ୍‌ ଟ୍ରାନ୍ସପୋର୍ଟ ପାର୍କରେ ଶୁକ୍ରବାର ରକ୍ତଦାନ ପାଇଁ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

WhatsApp Image 2026-02-21 at 16.13.34

ଯାଜପୁର/କବାଟବନ୍ଧ: ଯାଜପୁର କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ଓ 'ଆମ ଓଡ଼ିଶା' ମିଳିତ ସହ‌ଯୋଗରେ ଗ୍ରିନ୍‌ ଟ୍ରାନ୍ସପୋର୍ଟ ପାର୍କରେ ଶୁକ୍ରବାର ରକ୍ତଦାନ ପାଇଁ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୫ ଜଣ ମହିଳା କର୍ମଚାରୀଙ୍କ ସହିତ ୫୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଚାଟା ଷ୍ଟିଲ ଲଜିଷ୍ଟିକ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରକୁ‘ଆମ ଓଡ଼ିଶା ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଟାଟା ଷ୍ଟିଲ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ୍ (ଅପରେସନ୍) ଉତ୍ତମ ସିଂହ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଶିବିରରୁ କଟକ ରେଡକ୍ରସ୍ ରକ୍ତଭଣ୍ଡାର, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଓ ଯାଜପୁରରୋଡ୍ ରକ୍ତଭଣ୍ଡାର ମିଳିତ ଭାବେ ରକ୍ତ ସଂଗ୍ରହ କରିଥିଲେ। 

WhatsApp Image 2026-02-21 at 16.17.33

ଉତ୍ସବରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ସମାଜ କଲ୍ୟାଣ ପାଇଁ ଚାଟା ଅନୁଷ୍ଠାନ ନିରନ୍ତର ସେବା ଜାରି ରଖିଛି। ପ୍ରତ୍ୟେକ ରକ୍ତଦାତା ଈଶ୍ଵରଙ୍କ ଦ୍ବାରା ପ୍ରେରିତ ଜଣେ ଜଣେ ଦେବଦୂତ। ଜଣେ ବ୍ୟକ୍ତି ଥରୁଟିଏ ରକ୍ତଦାନ କରି ଏକାସାଙ୍ଗରେ ତିନିଜଣଙ୍କ ଜୀବନ ବଞ୍ଚାଇପାରେ। ନିଜେ ରକ୍ତଦାନ କରି ସୁସ୍ଥ ରହିବା ସହ ଜଣକୁ ନୂତନ ଜୀବନ ଏବଂ ଏକ ପରିବାରକୁ ଆଶାର ଆଲୋକ ଦେଖାଇଥାଏ। ସମାଜକୁ କିଛି ଫେରାଇବା ହେଉଛି ଜୀବନର ମବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ବୋଲି ଶ୍ରୀ ସିଂ କହିଥିଲେ। ଟାଟା ଅନୁଷ୍ଠାନ ପାଇଁ ସାମାଜିକ ଦାୟିତୃବୋଧ କେବଳ ଏକ ନୀତି ନୁହେଁ, ବରଂ ଏହା ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ରତିବଦ୍ଧତା।

ଆହୁରି ପଢ଼ନ୍ତୁ: South Africa in Ahmedabad: ଅହମଦାବାଦରେ ‘ଦକ୍ଷିଣ ଆଫ୍ରିକା’ ଆହ୍ବାନ:ସୂର୍ଯ୍ୟସେନାର ଗୁରୁବାର ଅସଲ ପରୀକ୍ଷା,ଡି’କକ୍‌ ହେବେ ଦକ୍ଷିଣ ଆଫ୍ରିକାର ପ୍ରମୁଖ ଅସ୍ତ୍ର

WhatsApp Image 2026-02-21 at 16.22.50

ଶିବିରରେ ଅନ୍ୟତମ ଅତିଥି ଭାବେ କର୍ପୋରେଟ୍ ସଭିସେସ୍ ମୁଖ୍ୟ ଦେବଦତ୍ତ ମହାନ୍ତି, ମେକାନିକାଲ୍ ମେଣ୍ଟେନାନ୍ସ ମୁଖ୍ୟ ଶଙ୍କର ବିଶ୍ଵାସ, ଷ୍ଟିଲ ମେଲ୍‌ଟିଂ ସପ୍ ମୁଖ୍ୟ ଆଶୁତୋଷ କୁମାର, ବ୍ଲାଷ୍ଟ ଫରନେସ(୨)ର ମୁଖ୍ୟ ସୁବାସ କୁମାର ସିହ୍ନା, ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ମୁଖ୍ୟ ପଙ୍କଜ ହରିଶ୍ଚନ୍ଦ୍ର ଭୁରେ, ଲଜିଷ୍ଟିକ ଅପରେସନ୍ସ ମୁଖ୍ୟ ଶୁଭ୍ରାଂଶୁ ଶେଖର ରାଉତ, ଆଉଟ୍‌ବାଉଣ୍ଡ ଲଜିଷ୍ଟିକ ମୁଖ୍ୟ ସତ୍ୟପ୍ରକାଣ, କର୍ପୋରେଟ୍ କମ୍ୟୁନିକେସନ୍ସ(ଟିଏସ୍‌ସ୍/ଟିଏସ୍ଏମ୍) ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା ଓ ସିନିଅର ଏସିଆ ମ୍ୟାନେଜର ଆଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି 'ସମ୍ବାଦ' ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ଓ ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ପ୍ରମୁଖ  ଯୋଗଦେଇ ରକ୍ତଦାତା ଓ ସ୍ଵେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ଟାଟାଷ୍ଟିଲ ଗ୍ରିନ ଟ୍ରାନ୍ସପୋର୍ଟ ପାର୍କର ଇନ୍‌ଚାର୍ଜ ସରୋଜକାନ୍ତ ବେହେରା ଓ ସମ୍ବାଦ-ଆମ ଓଡ଼ିଶା କବାଟବନ୍ଧ ସଂଯୋଜକ ପରମାନନ୍ଦ ସାହୁଙ୍କ ନେତୃତ୍ବରେ ଏହି ନିଆରା ରକ୍ତଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶିବିରରେ ରକ୍ତଦାନ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। 

WhatsApp Image 2026-02-21 at 16.13.28

ଆହୁରି ପଢ଼ନ୍ତୁ: 2 Indians arrested: କାନାଡାରେ ଅପହରଣ ଅଭିଯୋଗରେ ୨ଭାରତୀୟ ଗିରଫ, ଜଣେ ଫେରାର

ସାଇଜର ଏଣ୍ଟରପ୍ରାଇଜ୍, ଡିଏଆର୍‌ସିଏଲ୍, ଏଡି ମୁଭର୍ସ, ଜଗନ୍ନାଥ ଟ୍ରାନ୍ସପୋର୍ଟ, ସୁପରସୋନିକ, ୟୁନିୟନ ରୋଡୱେଜ୍, ନିତିନ୍ ଟ୍ରାନ୍ସପୋର୍ଟ, ଲଜିଷ୍ଟିକ୍ସ, ଏସ୍ଏସ୍ କ୍ୟାରିଅର, ଟାବରା ଟ୍ରାନ୍ସପୋର୍ଟ, ଲିମିଏମ୍, ଦାସମେସ୍, ଏମ୍‌କେଆର, ଆଇଏନ୍‌ସିଏମ୍, ପାରିଜ, ସାନ୍ଧୁ, ବାମନ, ସିଗ୍ଲୋଡ୍, ଓବିଜେସ, ନିସିଡି, ଲକି ମିନେରାଲ, ୟୁଆଇଏଲ୍, ୟୁନିକୋ ଏଣ୍ଟରପ୍ରାଇଜ୍‌, ଟିମ୍ କବଚ ପ୍ରମୁଖ ସଂସ୍ଥାର କର୍ମଚାରୀ ଓ ଗାଡ଼ି ଚାଳକମାନେ ସାମିଲ ହୋଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଅବସରରେ ୬୭ଥର ରକ୍ତଦାନ କରିଥିବା ସୁକୁମାର ଜେନା ଏବଂ ୫୩ଥର ରକ୍ତଦାନ କରିଥିବା ଅଜିତ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତ୍ୟେକ ରକ୍ତଦାତାଙ୍କୁ ସବୁଜ(ଫୁଲ ଚାରା) ଉପହାର, ପ୍ରଶଂସାପତ୍ର ସହ ରକ୍ତଦାନର ଏକ ଫଟୋକପି ପ୍ରଦାନ କରାଯାଇଥିଲା। 

WhatsApp Image 2026-02-21 at 16.31.32 (1)

କାର୍ଯ୍ୟକ୍ରମ ପରିଚାଳନାରେ ଟାଟାଷ୍ଟିଲ ଲଜିଷ୍ଟିକ ବିଭାଗର ବରିଷ୍ଠ ପରିଚାଳକ ଅମ୍ରିକ୍ ଲୟାଲ, ନବୀନ ମସ୍କାରା, ଅଜିତ ସିଂ, ଅର୍ପିତ ଉପାଧ୍ୟାୟ, ରାଜେଶ ଭରଦ୍ବାଜ, ଧାପାଲ କୁମାର, ଶାନ୍ତି ଗୋପାଳ, ସୌମିକ ପଣ୍ଡା, ଶଶୀକାନ୍ତ, ଆଶୁତୋଷ ବାଇ, ସଚିନ ସାହୁ, ତାପସ ରଂଜନ, ରାହୁଲ ମହାନ୍ତି, ପ୍ରମୋଦ ରଣା, କୃଷ୍ଣଚନ୍ଦ୍ର ପୃଷ୍ଟି, 'ସମ୍ବାଦ'ର ବରିଷ୍ଠ ସହସଂପାଦକ ସଂଜୀବ କୁମାର ମହାନ୍ତ, ଦାନଗଦୀ ପ୍ରତିନିଧି ପ୍ରଦୀପ କୁମାର ଜେନା, ଅନିଲ କୁମାର ପଣ୍ଡା, ପ୍ରକାଶ ଚନ୍ଦ୍ର ରାଉତ, ବିରଞ୍ଚି ନାରାୟଣ ଖୁଣ୍ଟିଆ, ପୀତବାସ ଭୂୟାଁ, ଶାନ୍ତନୁ ମହାପାତ୍ର, ଦେବରାଜ ସାମଲ, ଗିରିଜା ଶଙ୍କର ବେହେରା ଓ ଶୁଭାଶିଷ ପଣ୍ଡା ପ୍ରମୁଖ ସାମିଲ ହୋଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe