Drinking Water: ଆଜନ୍ମ ଜଳ ଯନ୍ତ୍ରଣା; ମେଗା ପାନୀୟଜଳ ପ୍ରକଳ୍ପ ଅପହଞ୍ଚ

Advertisment

ଗଢ଼ି ଉଠିବା ଦିନରୁ ତୁମୁଣି ଗ‌ାଁରେ ଜଳ ଯନ୍ତ୍ରଣା ରହିଆସିଛି। ଦିନକୁ ଦିନ ଏହାର କଷ୍ଟକର ହେଉଥିଲେ ହେଁ ପାନୀୟଜଳ ଯୋଗାଣ ଭଳି ମୌଳିକ ସମସ୍ୟା ସଜାଡ଼ିବାରେ ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି।

ଗଢ଼ି ଉଠିବା ଦିନରୁ ତୁମୁଣି ଗ‌ାଁରେ ଜଳ ଯନ୍ତ୍ରଣା ରହିଆସିଛି। ଦିନକୁ ଦିନ ଏହାର କଷ୍ଟକର ହେଉଥିଲେ ହେଁ ପାନୀୟଜଳ ଯୋଗାଣ ଭଳି ମୌଳିକ ସମସ୍ୟା ସଜାଡ଼ିବାରେ ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି।

Kaliapani

କାଳିଆପାଣି (ରବି ନାରାୟଣ କର): ଗଢ଼ି ଉଠିବା ଦିନରୁ ତୁମୁଣି ଗ‌ାଁରେ ଜଳ ଯନ୍ତ୍ରଣା ରହିଆସିଛି। ଦିନକୁ ଦିନ ଏହାର କଷ୍ଟକର ହେଉଥିଲେ ହେଁ ପାନୀୟଜଳ ଯୋଗାଣ ଭଳି ମୌଳିକ ସମସ୍ୟା ସଜାଡ଼ିବାରେ ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ। ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡ୍ସି) ଅନୁଦାନରେ ପାଖାପାଖି ୨ ଶହ କୋଟି ଟଙ୍କା ବ୍ୟୟରେ ପରିଚାଳିତ ସୁକିନ୍ଦା ମେଗା ପାନୀୟ ଜଳ ପ୍ରକଳ୍ପ ପାଣି ଏଠାରେ ଅପହଞ୍ଚ।

ଗ୍ରାମବାସୀ ୫୦ ବର୍ଷରୁ ଅଧିକ ଦିନ ଧରି ଜଳ ଯାତନାରେ ହନ୍ତସସ୍ତ ହେଉଥିବା ସାଧାରଣରେ ଅଭିଯୋଗ ହୁଏ। ଅଧିକାଂଶ ସମୟରେ ଗାଁକୁ ପଶୁପଶୁ ପଶ୍ଚିମ ଦିଗରୁ ଝିଅବୋହୂ ଧାଡ଼ିହୋଇ ମୁଣ୍ଡରେ ପାଣିଭାର ବୋହି ଆଣୁଥିବାର ଦୃଶ୍ୟ ଦେଖାଯିବା ଏକ ସାଧାରଣ ଘଟଣା। ସେହିପରି ବିବାହ ଓ ଶୁଦ୍ଧିକ୍ରିୟା ସମୟରେ ଅଧିକ ଆବଶ୍ୟକ ଆଧାରରେ ପୁରୁଷମାନେ ଶିକା ବାହୁଙ୍ଗିରେ ପାଣିଭାର ବୋହିଥାନ୍ତି। ପିଇବା ପାଣି, ରୋଷେଇ କିମ୍ବା ସ୍ନାନଶୌଚ ଲାଗି ଗ୍ରାମବାସୀଙ୍କୁ ଗାଁଠୁ ଅଧ କିଲୋମିଟର ଦୂର କମ୍ଭାରୁଣି ପାହାଡ଼ ଖୋଲ ଚୁଆ ଉପରେ ନିର୍ଭର କରିବାକୁ ପଡ଼େ।

ପାନୀୟ ଜଳ ପାଇଁ କସରତ

ଏସବୁ ଚୁଆରେ ଦେଢ଼ରୁ ୨ ଫୁଟ ଗଭୀରରେ ପାଣି ରହୁଛି। ଗରା ଓ ଡେକଚି ସବୁ ଚୁଆ ପାଖରେ ରଖିବା ପରେ ପାଳିକରି ଷ୍ଟିଲ କିମ୍ବା ଆଲୁମିନିଅମ୍ କଂସା(ବେଲା)ରେ ପ‌ାଣି ଛେଦେଇ ଗରା ଭରିବାକୁ ହୁଏ। ଗତ ଶନିବାର ଦିନ ଗାଁକୁ ଧାଡ଼ିହୋଇ ପାଣି ବୋହି ଆଣୁଥିବା ୧୫ ଜଣ ନାବାଳିକା ପଚାରିବାରେ କେବଳ ପାଣି ସଂଗ୍ରହରେ ଅଧଘଣ୍ଟା ଲାଗିଲା ବୋଲି କହିଥିଲେ। ଏମିତିରେ ୫ରୁ ୭ ଲିଟର ପାଣି ଆଣି ଘ‌ରେ ପହଞ୍ଚିବା ଲାଗି ଘଣ୍ଟାକର କସରତ। 

ଚୁଆ ହିଁ ସେମାନଙ୍କ ଜୀବନ

ଖରାବର୍ଷା ଓ ଶୀତ-କାକର ବର୍ଷତମାମ୍‌ ଏହି ଚୁଆ ହିଁ ସେମାନଙ୍କ ଜୀବନ ବୋଲି ବୃଦ୍ଧା ବୁଦୁନି ପ୍ରଧାନ ଓ ମୁଖୀ ପ୍ରଧାନ କହିଥାନ୍ତି। ସଫା କପଡ଼ାରେ ଛାଣିବା ପରେ ଆମେ ଚୁଆପାଣି ବ୍ୟବହାର କରିଥାଉ ବୋଲି ଝିଅମାନେ କହିଥିଲେ। ଖରାଦିନେ ଏଠୁ ପାଣି ସଂଗ୍ରହ ଅପେକ୍ଷାକୃତ ସହଜ ବୋଲି ଗାଁ ମୁଖିଆ ମିଟୁ ପ୍ରଧାନ କହନ୍ତି। ହାତୀ, ବାର୍‌ହା ଓ ଅନ୍ୟ ବନ୍ୟଜନ୍ତୁ ଚୁଆ ପାଖକୁ ପାଣି ପିଇବା ପାଇଁ ଆସୁଥିବାରୁ ବହୁ ସମୟରେ ଚୁଆପାଣି ଗୋଳିଆ ହେଉଥିବାରୁ ସଫା ପାଣି ପାଇଁ ସମୟ ସାପେକ୍ଷ ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି। ନଗଡ଼ା ଓ ଅନ୍ୟ ପ‌ଡ଼ୋଶୀ ଗାଁରେ ସରକାରୀ ପିଇବା ପାଣି ମିଳୁଥିଲେ ହେଁ ଆମେ କାହିଁକି ବଞ୍ଚିତ ବୋଲି ବରିଷ୍ଠ ନାଗରିକ ବରଜୁ ପ୍ରଧାନ, କାଳିଆ ପ୍ରଧାନ, କ୍ଷେତ୍ର ପ୍ରଧାନ ଓ ଦଶମନ୍ତିଆ ପ୍ରଧାନ ଓଲଟା ପ୍ରଶ୍ନ କରିଥିଲେ। 

ଆହୁରି ପଢ଼ନ୍ତୁ: Afghanistan defeated UAE: ୟୁଏଇକୁ ୫ ୱିକେଟ୍‌ରେ ହରାଇଲା ଆଫଗାନିସ୍ତାନ

କ’ଣ କୁହନ୍ତି ଅଧିକାରୀ?

ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ଇଂ ମାନସ ବେହେରାଙ୍କୁ ପଚାରିବାରେ ବିଭାଗୀୟ ଅଧିକାରୀ ଇଂ କାର୍ତ୍ତିକ ଚନ୍ଦ୍ର ଦାସଙ୍କ ତତ୍ତ୍ବାବଧାନରେ ତୁମୁଣିରେ ପ୍ରସ୍ତାବିତ ୨ଟି ଖୋଲାକୂଅ ଖୋଳା ଆରମ୍ଭ ହୋଇଛି। ଏଥିଲାଗି ସୁକିନ୍ଦାରେ ଶ୍ରମିକ ନମିଳିବାରୁ ସଂପୃକ୍ତ ଠିକାଦାର ଆନନ୍ଦପୁର ଅଞ୍ଚଳରୁ ଶ୍ରମିକଦଳ ଅଣାଇ କୂଅ ଖୋଳୁଥିଲେ। ପ୍ରବଳ ଶୀତ ପାଇଁ ଶ୍ରମିକମାନେ ଅଧାରୁ କାମ ଛାଡ଼ି ଘର ଯାଇଛନ୍ତି। ଖୁବଶୀଘ୍ର ଫେରି କାମରେ ଯୋଗଦେବେ। ଏହି ଖୋଲାକୂଅରୁ ସୌର ପ୍ରକଳ୍ପ ଯୋଗେ ମାର୍ଚ୍ଚ ମାସ ସୁଦ୍ଧା ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ଶ୍ରୀ ବେହେରା କହିଥିଲେ। 

ଆହୁରି ପଢ଼ନ୍ତୁ: Priyank Kharge targets RSS: ସୈତାନର ଛାଇ ହେଉଛି ବିଜେପି; ଏଭଳି କହି ଆର୍‌ଏସ୍‌ଏସ୍‌କୁ ଟାର୍ଗେଟ କଲେ ପ୍ରିୟାଙ୍କ ଖାର୍ଗେ
 
    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe