Advertisment

Illegals Truck Seized: ୨ ଚୋରା କ୍ରୋମାଇଟ୍‌ ବୋଝେଇ ହାଇୱା ଜବତ

Advertisment

ଯାଜପୁର ଜିଲ୍ଲା ଟମକା ଥାନା ଟମକା ବଜାର ଛକ ପାଖରେ ଗତ ୨୦ ତାରିଖ ଦ୍ରୁତଗତିରେ ଯାଉଥିବା ୨ଟି ହାଇୱା(ଓଡି-୩୪ଏଲ୍‌-୭୯୦୭ ଓ ଓଡି-୦୨ବିପି-୨୧୨୨)କୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସ ଜିମା ଦେଇଥିଲେ।

ଯାଜପୁର ଜିଲ୍ଲା ଟମକା ଥାନା ଟମକା ବଜାର ଛକ ପାଖରେ ଗତ ୨୦ ତାରିଖ ଦ୍ରୁତଗତିରେ ଯାଉଥିବା ୨ଟି ହାଇୱା(ଓଡି-୩୪ଏଲ୍‌-୭୯୦୭ ଓ ଓଡି-୦୨ବିପି-୨୧୨୨)କୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସ ଜିମା ଦେଇଥିଲେ।

WhatsApp Image 2026-02-26 at 18.29.39

କାଳିଆପାଣି/ଟମକା: ଯାଜପୁର ଜିଲ୍ଲା ଟମକା ଥାନା ଟମକା ବଜାର ଛକ ପାଖରେ ଗତ ୨୦ ତାରିଖ ଦ୍ରୁତଗତିରେ ଯାଉଥିବା ୨ଟି ହାଇୱା(ଓଡି-୩୪ଏଲ୍‌-୭୯୦୭ ଓ ଓଡି-୦୨ବିପି-୨୧୨୨)କୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସ ଜିମା ଦେଇଥିଲେ। ପୁଲିସ ଏହାକୁ ଜବତକରି ଥାନା ପରିସର ନେବାରେ ୨ଟିଯାକ ହାଇୱାରେ କ୍ରୋମାଇଟ୍‌ ବୋଝେଇ ହୋଇଥିବା ଦେଖାଯାଇଥିଲା। ସଂପୃକ୍ତ ଡ୍ରାଇଭର ଦ୍ବୟ କ୍ରୋମ୍‌ ବୋଝେଇ କିମ୍ବା ଚାଲାଣ ସଂପର୍କିତ କାଗଜାଦ୍‌ ଦେଖାଇ ପାରିନଥିଲେ। ଏହା ଚୋରା କ୍ରୋମାଇଟ୍‌ ବୋଲି ସ୍ପଷ୍ଟ ହେବାରେ ପୁଲିସ ସ୍କାନରରେ ଥିବା ସଂପୃକ୍ତ ମାଲିକ ଦ୍ବୟ ମଧ୍ୟ ଏ ସଂପର୍କିତ ବୈଧ ଦସ୍ତାବିଜ ଦାଖଲ କରିପାରିନଥିଲେ।

ତେବେ ସେଦିନ ସେଠାରୁ ସବା ଆଗରେ ଥିବା ଅନ୍ୟ ଚୋରା କ୍ରୋମାଇଟ୍‌ ହାଇୱା ଦ୍ରୁତଗତିରେ ଡୁବୁରି ଆଡ଼କୁ ଖସି ପଳାଇଥିଲା। ପୁଲିସ ପକ୍ଷରୁ ସବୁ ସୀମାନ୍ତ ଥାନାକୁ ସୂଚନା ଦିଆଯାଇଥିଲେ ହେଁ ବାଟରୁ ଏହି ହାଇୱା ଉଭାନ୍‌ ହୋଇଯାଇଥିଲା। ଥାନା ଅଧିକାରୀ ବିନତୀ ଦାସ ଏ ସଂପର୍କରେ ଖଣି ବିଭାଗ ଯାଜପୁରରୋଡ଼ ସର୍କଲକୁ ଅବଗତ କରାଇଥିଲେ। ଖଣି ଉପନିର୍ଦ୍ଦେଶକ ପବିତ୍ର କୁମାର ସାହୁଙ୍କ ନିର୍ଦ୍ଦେଶରେ ଖଣି ଅଧିକାରୀ ଧ୍ରୁବ ଚରଣ ଜେନା ଓ କନିଷ୍ଠ ଖଣି ଅଧିକାରୀ କାହ୍ନୁ ଚରଣ ଦେହୁରୀ ଟମକା ଥାନାକୁ ଆସି ଜବତ ୨ ହାଇୱାରୁ ନମୁନା ସଂଗ୍ରହ କରିଥିଲେ। ଚୋରା କ୍ରୋମ୍‌ ଉତ୍ତୋଳନ ଉତ୍ସ ଠାବ ପାଇଁ ତନାଘନା କରାଯାଇଥିଲା। ଥାନା ଅଧିକାରୀ ଓ ୨ ଖଣି ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ମାଇନିଂ ଏନଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ କାଳିଆପାଣି ଥାନା କଅଁସ ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଯୁଗ୍ମ ଚଢ଼ଉ କରିଥିଲା। ସେଠାରେ ଏକ ଚୋରା କ୍ରୋମାଇଟ୍‌ ଡିପୋ ସନ୍ଧାନ ମିଳିଥିଲା।

ଆହୁରି ପଢ଼ନ୍ତୁ: Vande Bharat Express: ପୁଣି ବଦନାମ ବନ୍ଦେ ଭାରତ ଏକ୍ସପ୍ରେସ୍ ! ଏକ୍ସପାଏରି ସସକୁ ନେଇ ଦାମୀ ଟ୍ରେନରେ ପ୍ରବଳ ହଙ୍ଗାମା…

ଏହି ‌ଚୋରା ଡିପୋ ଜଙ୍ଗଲ କିସମ ଜମିରେ ଥିବାରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ବନ ବିଭାଗକୁ ଅବଗତ କରାଯାଇଥିବା ସୂଚନା ମିଳିଛି। ୧୯୯୦ ମସିହାରୁ ୩୦ ବର୍ଷ ଧରି ଉକ୍ତ ଜାଗା ଜଣେ ଠିକାଦାରଙ୍କ ଅକ୍ତିଆରରେ ଥିଲା ବୋଲି ଗ୍ରାମବାସୀ କହନ୍ତ। ମାଇନିଂ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ପକ୍ଷରୁ ଏହି ଚୋରା ଡିପୋ ଉପ‌ରେ ତୀକ୍ଷ୍ମଣ ନଜର ରଖାଯାଇଥିବା କୁହାଯାଇଛି। ସେହିପରି ଖଣିଜ ଚୋରି ବୋଲି ନିଶ୍ଚିତ ହେବା ପରେ ଏସ୍‌ପି ଯଶ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ଏଏସ୍‌ପି ସୁପ୍ରସନ୍ନ ମଲ୍ଲିକଙ୍କ ପରାମର୍ଶରେ ପୁଲିସ ନିଜ ଆଡ଼ୁ ଏକ କେସ୍ ୧୯/୨୬ ରୁଜୁ କରିଥିବା ସୂଚନା ମିଳିଛି। ଦଫା ୩୦୩(୨), ୩(୫) ଓ ଏମ୍‌ଏମ୍‌ଡିଆର୍‌ ଆକ୍ଟ୍‌ ୨୧ ଆଧାରରେ ତଦନ୍ତ ଜାରି ରହିଥିବା ଓ ୨ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁଶ୍ରୀ ଦାସ କହନ୍ତି।

ଆହୁରି ପଢ଼ନ୍ତୁ: BJD: ରାଜ୍ୟ ବିଜେପି ସରକାରଙ୍କର ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଛି: ବିଜେଡି

ଦୁର୍ମୂର୍ଲ୍ୟ ଧାତବ ଖଣିଜ କ୍ରୋମାଇଟ୍‌ର ଅନ୍ତର୍ଜାତୀୟ ଦର ବୃଦ୍ଧିହୋଇ ଏବେ ମେଟ୍ରିକ୍‌ ଟନ ପିଛା ୩୦ ହଜାର ଟଙ୍କା ଛୁଇଁଥିବାରୁ ମାଫିଆ ପୁଣି ସକ୍ରିୟ ‌ହୋଇଥିବା ଜଣାପଡ଼ିଛି। ଡିପୋର ମାଟି ତଳେ ଗାତ ଖୋଳାଯାଇ ଚୋରା କ୍ରୋମାଇଟ୍‌ ଗଚ୍ଛିତ ରଖାଯାଇଥିବା ସନ୍ଦେହ କରାଯାଉଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଖଣି ବିଭାଗ, ପୁଲିସ, ବନ ବିଭାଗ ଓ ରାଜସ୍ବ ବିଭାଗକୁ ନେଇ ଗଠିତ ମାଇନିଂ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ପକ୍ଷରୁ ଯୁଗ୍ମ ତଦନ୍ତ ପରେ ଏଠାରୁ ଚୋରା କ୍ରୋମ୍‌ ଉତ୍ତୋଳନ ଓ ଚାଲାଣ ଉପରୁ ପରଦା ହଟିବ ବୋଲି ଖଣି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe