Advertisment

Good News: ବାପା-ମା’ ଛେଉଣ୍ଡ ମୃତ ଯୁବକଙ୍କୁ ମିଳିଲାନି କାନ୍ଧ; ଶେଷକୃତ୍ୟ କଲେ ପାଳିତ ମା’

Advertisment

ଯାଜପୁର ଜିଲ୍ଲା କାଳିଆପାଣି ଥାନା କୁସୁମୁଣ୍ଡିଆ ଗାଁରେ ଆଜି ଏକ ଅଭାବନୀୟ ଦୃଶ୍ୟ ସାଧାରଣରେ ଆଲୋଡ଼ନର କାରଣ ହୋଇଛି। ମହାରଣା(ବଢ଼େଇ) ଘରେ ପୁଅହୋଇ ରହୁଥିଲେ ବୋଲି ଜଣେ ବାପ-ମା’ ଛେଉଣ୍ଡ ମୃତ ଯୁବକଙ୍କୁ କାନ୍ଧ ମିଳିନଥିଲା କିମ୍ବା ଶେଷକୃତ୍ୟ ପାଇଁ ଭିଟାମାଟିରେ ଜାଗା ମିଳିନଥିଲା।

ଯାଜପୁର ଜିଲ୍ଲା କାଳିଆପାଣି ଥାନା କୁସୁମୁଣ୍ଡିଆ ଗାଁରେ ଆଜି ଏକ ଅଭାବନୀୟ ଦୃଶ୍ୟ ସାଧାରଣରେ ଆଲୋଡ଼ନର କାରଣ ହୋଇଛି। ମହାରଣା(ବଢ଼େଇ) ଘରେ ପୁଅହୋଇ ରହୁଥିଲେ ବୋଲି ଜଣେ ବାପ-ମା’ ଛେଉଣ୍ଡ ମୃତ ଯୁବକଙ୍କୁ କାନ୍ଧ ମିଳିନଥିଲା କିମ୍ବା ଶେଷକୃତ୍ୟ ପାଇଁ ଭିଟାମାଟିରେ ଜାଗା ମିଳିନଥିଲା।

Kaliapani1

Step mother cremated step son dead body.

କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା କାଳିଆପାଣି ଥାନା କୁସୁମୁଣ୍ଡିଆ ଗାଁରେ ଆଜି ଏକ ଅଭାବନୀୟ ଦୃଶ୍ୟ ସାଧାରଣରେ ଆଲୋଡ଼ନର କାରଣ ହୋଇଛି। ମହାରଣା(ବଢ଼େଇ) ଘରେ ପୁଅହୋଇ ରହୁଥିଲେ ବୋଲି ଜଣେ ବାପ-ମା’ ଛେଉଣ୍ଡ ମୃତ ଯୁବକଙ୍କୁ କାନ୍ଧ ମିଳିନଥିଲା କିମ୍ବା ଶେଷକୃତ୍ୟ ପାଇଁ ଭିଟାମାଟିରେ ଜାଗା ମିଳିନଥିଲା।

ବ୍ୟବଛେଦ ପରେ ବିଧବା ପାଳିତ ମା’ ମିନତି ମହାରଣା ଶବ ଗ୍ରହଣକରି ନିଜ ପୁଅମାନଙ୍କ ସହାୟତାରେ ତାଙ୍କ ଶେଷକୃତ୍ୟ କରାଇଛନ୍ତି। ଗାଁରେ ପୁଅର ଜାତିଭାଇ ଓ ଜ୍ଞ‌ାତିକୁଟୁମ୍ବଙ୍କୁ କାନ୍ଦିକାନ୍ଦି ନେହୁରା ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ ବୋଲି ମନିତି ଅଭିଯୋଗ କରନ୍ତି। ପୁଅ ରାହୁଲ, ରାଜା, ବୁବୁ, ହୃଷୀକେଶ ଓ ଶାଶୂ ସୁକାନ୍ତି ମହାରଣା ଏବଂ ପୁଅମାନଙ୍କ ସାଙ୍ଗ ଅଜୁ ପ୍ରମୁଖଙ୍କ ସହ‌ଯୋଗରେ ମୁଣ୍ଡାସାହିର କିଛି ବଦାନ୍ୟ ବ୍ୟକ୍ତିଙ୍କ ଠାରୁ କାଠ ସଂଗ୍ରହ ପରେ ଶବ ସଂସ୍କାର କରାଯାଇଛି।

ଆହୁରି ପଢ଼ନ୍ତୁ: Indian Medical Students: ଇରାନରେ ଫସି ରହିଛନ୍ତି ୩ ହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ 

Kaliapani2

ଝୁଲନ୍ତା ମୃତଦେହ ଉଦ୍ଧାର

ଭୂମିପୁତ୍ର ଶବର ଦମ୍ପତି ସ୍ବର୍ଗତ ସୁମିତ୍ରା ଓ ସମୀର ବାରିକ(ଦେହୁରୀ)ଙ୍କ ମୃତ୍ୟୁ ପରେ ତାଙ୍କ ୨ ପୁଅ ସୁମନ୍ତ ଓ ହୃଷୀକେଶ ମିନତିଙ୍କ ପାଖେ ରହିଆସୁଥିଲେ। ଅଷ୍ଟମ ଶ୍ରେଣୀ ପରେ ଅଧାରୁ ପାଠଛାଡ଼ିବାକୁ ନେଇ ମାଆ ତାଗିଦ୍ କରିବାରୁ ସୁମନ୍ତ ଘରୁ ପଳାଇଯାଇ ୨ ପିଉସାଙ୍କ ଘର ସାରୁଆବିଲ ଓ ସୁକ୍ରଙ୍ଗି ଗାଁର ଚେମୁଟୁ ପ୍ରଧାନ ଓ କାର୍ତ୍ତିକ ଦେହୁରୀଙ୍କ ଘରେ ରହୁଥିଲେ। ବର୍ଷକ ମଧ୍ୟରେ ୨ ପିଉସାଙ୍କ ଅକାଳ ମୃତ୍ୟୁ ପରେ ସୁମନ୍ତ ଦାଦନ ଖଟିବାକୁ ବେଙ୍ଗାଲୁରୁ ପଳାଇଥିଲେ। ଗତ ୩୧ ତାରିଖରେ ସାରୁଆବିଲ ଫେରିଥିଲେ। ସାଙ୍ଗ ମେଳରେ ନୂଆବର୍ଷ ପାଳିଥିଲେ। ଏକାଧିକ ସ୍ଥାନରେ ଫୁଟବଲ୍‌ ଖେଳିଥିଲେ। ଗତକାଲି ଅପରାହ୍ଣରେ ଫୁଟବଲ୍‌ ବୁଟ୍‌(ଜୋତା) ପାଇଁ ସୁକ୍ରଙ୍ଗିର ପିଉସୀ ପୂର୍ବତନ ୱାର୍ଡସଭ୍ୟା ଖୁଲଣା ଦେହୁରୀଙ୍କ ଘର ଯାଇ ଆଉ ଫେରିନଥିଲେ। ଆଜି ଭୋରୁ ସାରୁଆବିଲ ଗାଁର କୁମ୍ଭ ପୁହାଣଙ୍କ ଧାନକ୍ଷେତ ପାଖ ଏକ ପଳାସ ଗଛରୁ ସୁମନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ପହଞ୍ଚି ଏହାର ତଦନ୍ତ କରିଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ୦୧/୨୬ ରୁଜୁ ହୋଇଛି। 

ଆହୁରି ପଢ଼ନ୍ତୁ: Supermoon: ଶତାବ୍ଦୀର ବିରଳ ସୁପରମୁନ୍: ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍, ଦେଶର ବିଭିନ୍ନ ସହରରୁ ଆସିଲା ଦୃଶ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe