Education: ତିନୋଟି ଗୃହରେ ପଢ଼ନ୍ତି ନଅଟି ଶ୍ରେଣୀର ୩୩ ଜଣ ପିଲା

Advertisment

ବିକାଶର ଅନ୍ୟତମ ମାଧ୍ୟମ ହେଉଛି ଶିକ୍ଷା। ପ୍ରତ୍ୟେକ କ୍ଷେତ୍ରର ବିକାଶ ପାଇଁ ପ୍ରଥମେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ। ଏହା ପରେ ଯାଇ ବିକାଶର ପରିକଳ୍ପନା କରାଯାଇ ପାରିବ। ଏଥି ପାଇଁ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି।

ବିକାଶର ଅନ୍ୟତମ ମାଧ୍ୟମ ହେଉଛି ଶିକ୍ଷା। ପ୍ରତ୍ୟେକ କ୍ଷେତ୍ରର ବିକାଶ ପାଇଁ ପ୍ରଥମେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ। ଏହା ପରେ ଯାଇ ବିକାଶର ପରିକଳ୍ପନା କରାଯାଇ ପାରିବ। ଏଥି ପାଇଁ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି।

wreytw

Barhamusa Upper Primary School in Laikera. Photograph: (sambad.in)

ଲଇକେରା (ଭରତ ପାତ୍ର): ବିକାଶର ଅନ୍ୟତମ ମାଧ୍ୟମ ହେଉଛି ଶିକ୍ଷା। ପ୍ରତ୍ୟେକ କ୍ଷେତ୍ରର ବିକାଶ ପାଇଁ ପ୍ରଥମେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ। ଏହା ପରେ ଯାଇ ବିକାଶର ପରିକଳ୍ପନା କରାଯାଇ ପାରିବ। ଏଥି ପାଇଁ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି। ତେବେ ସରକାର କହୁଥିବା କଥା କାର୍ଯ୍ୟରେ ପରିଣତ ହେଉ ନଥିବା ମଧ୍ୟ ନଜିର ରହିଛି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ବରହାମୂଷା ଗ୍ରାମ ଏହା ଦେଖିବାକୁ ମିଳିଛି।

ବର୍‌ହାମୂଷା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଏଠାରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ଛାତ୍ରଛାତ୍ରୀ ମିଶି ୩୩ ଜଣ ଅଛନ୍ତି। ଶିଶୁ ବାଟିକାରେ ୬ ଜଣ, ପ୍ରଥମରେ ୩ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦ୍ୱିତୀୟ ଶ୍ରେଣୀ ଶ୍ରେଣୀରେ ୨, ତୃତୀୟ ଶ୍ରେଣୀରେ ୬, ଚତୁର୍ଥରେ ୪, ପଞ୍ଚମରେ ୪ ଜଣ, ଷଷ୍ଠରେ ୨, ସପ୍ତମରେ ୩, ଅଷ୍ଟମ ଶ୍ରେଣୀରେ ୩ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

ଆହୁରି ପଢ଼ନ୍ତୁ: Higher educational: ୟୁଜିସି ନିର୍ଦ୍ଦେଶ ମାନୁନାହାନ୍ତି ଉଚ୍ଚ ଶିକ୍ଷାନୁଷ୍ଠାନ: ପ୍ରତିଷ୍ଠା ହେଲାନି ପ୍ରାଣୀ କଲ୍ୟାଣ ସମାଜ

୮ଟି ଶ୍ରେଣୀ, ୪ଜଣ ଶିକ୍ଷକ

ଗୋଟିଏ ଶ୍ରେଣୀ ଗୃହରେ ଶିଶୁ ବାଟିକା ଠାରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ବସୁଥିବା ବେଳେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଗୋଟିଏ ଗୃହରେ ବସୁଛନ୍ତି, ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଗୃହରେ ବସୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟର ଶିକ୍ଷକ ସଂଖ୍ୟା ୪ ଜଣ। ତିନୋଟି ଶ୍ରେଣୀ ଗୁହରେ ଚାରି ଜଣ ଶିକ୍ଷକ ଅତି ଦୟନୀୟ ଅବସ୍ଥାରେ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟର ଶ୍ରେଣୀ ଗୃହ ନଥିବାରୁ ଅଭିଭାବକମାନେ ମଧ୍ୟ ପିଲାଙ୍କୁ ସ୍କୁଲରେ ନାମ ଲେଖେଇବାକୁ ପସନ୍ଦ କରୁନାହାନ୍ତି। 

ଆହୁରି ପଢ଼ନ୍ତୁ: Rajinikanth Birthday Special: ଓଟିଟିରେ ରଜନୀକାନ୍ତଙ୍କ ସିନେମା: ଜନ୍ମଦିନ ସ୍ପେଶାଲ୍

ଦରଭଙ୍ଗା ପଡ଼ିଛି ପାଚେରି

ବିଦ୍ୟାଳୟରେ ଖେଳ ପଡ଼ିଆ ନଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଖେଳରୁ ବଞ୍ଚିତ ରହୁଛନ୍ତି। ବିଦ୍ୟାଳୟର ପାଚେରି ଦରଭଙ୍ଗା ଅବସ୍ଥାରେ ପଡ଼ିରହିଛି। ସେଥିପାଇଁ ଛାତ୍ର ଛାତ୍ରୀମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀ ହିଂମାଶୁ ବାଗ କୁହନ୍ତି ଶିକ୍ଷକ ନିଯୁକ୍ତି ହେଲେ ବ୍ଲକର ସମସ୍ତ ଶିକ୍ଷକ ଅଭାବ ପୂରଣ ହୋଇଯିବ। ବିଦ୍ୟାଳୟଗୁଡ଼ିରେ ଶ୍ରେଣୀ ଗୃହ ଅଭାବକୁ ନେଇ ବିଡ଼ିଓଙ୍କୁ ପ୍ରସ୍ତାବ ଦିଆଯାଇଛି ଘର ଆସିଲେ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe