ବିଶାଳ ଦାସ ଓ ତାଙ୍କ ସମର୍ଥକଙ୍କୁ ନୋଟିସ୍‌ ଦେଇ ଛାଡ଼ିଦେଲା ଛତିଶଗଡ଼ ପୁଲିସ

ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ସରାଇପାଲି, ଭଅଁରପୁର ଓ ସଙ୍କରା ଥାନାରେ ଗତକାଲି ଠାରୁ ଅଟକ ଥିବା ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଲ ଦାସ ଓ ତାଙ୍କ ସମର୍ଥକମାନଙ୍କୁ ପୁଲିସ ଆଜି ଅପରାହ୍‌ଣରେ ଛାଡ଼ିଦେଇଛି।

ଅଦ୍ୟତନ ହୋଇଛି

ଝାରସୁଗୁଡ଼ା: ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ସରାଇପାଲି, ଭଅଁରପୁର ଓ ସଙ୍କରା ଥାନାରେ ଗତକାଲି ଠାରୁ ଅଟକ ଥିବା ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସ ଓ ତାଙ୍କ ସମର୍ଥକମାନଙ୍କୁ ପୁଲିସ ଆଜି ଅପରାହ୍‌ଣରେ ଛାଡ଼ିଦେଇଛି। ସେଠାକାର ପୁଲିସ  ବିଏନ୍‌ଏସ୍‌ ୩୫-ବିରେ ନୋଟିସ୍‌ କରି ଛାଡ଼ିଲା। ଏହା ପରେ ବିଶାଳ ଓ ତାଙ୍କ ସହଯୋଗୀମାନେ ଥାନାରୁ ବାହାରିଛନ୍ତି। ସେମାନେ ରାତି ସୁଦ୍ଧା ଝାରସୁଗୁଡ଼ାରେ ପହଞ୍ଚିବେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ବିଶାଳ ଦାସ ଓ ତାଙ୍କ ସମର୍ଥକଙ୍କ ନାମରେ ବିଏନ୍‌ଏସ୍‌ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଛି।  

ଏହି ଖବର ପଢ଼ନ୍ତୁ: ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ଗତକାଲି ବିଳମ୍ବିତ ରାତିରୁ ବିଶାଳ ଦାସ ଅଟକ ଥିଲେ। ତାଙ୍କ ସହ ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକର କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ଥିଲେ। ଆଜି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଥିଲା। ତା’ ପୂର୍ବରୁ ବିଶାଳ ଦାସଙ୍କୁ ଛତିଶଗଡ଼ ପୁଲିସ ଅଟକ ରଖିଥିଲା।

publive-image

ଏହି ଖବର ପଢ଼ନ୍ତୁ: ସାଧାରଣ ଲୋକ ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସର ଗ୍ୟାଲେରି: ପ୍ରଭାତୀ

ଗତକାଲି ରାତି ପ୍ରାୟ ୧ଟା ସମୟରେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ସରେଇପାଲିର ହୋଟେଲ ରାଧିକା ଇନ୍‌ରେ ବଳପୂର୍ବକ ପ୍ରବେଶ, ଆତଙ୍କ ସୃଷ୍ଟି କରିବା ଆଦି ଅଭିଯୋଗରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଓ ଅନ୍ୟ ୧୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ସରାଇପାଲି ସମସ୍ତ ଅଭିଯୁକ୍ତଙ୍କୁ ରାତି ୨ଟାରୁ ଅଟକ ରଖିଥିବା ବେଳେ ଆଜି ଅପରାହ୍ଣରେ ନୋଟିସ୍ ଦେଇ ସମସ୍ତଙ୍କୁ ଛଡ଼ାଯାଇଛି। ଏମାନଙ୍କ ମଧ୍ୟରେ କିଛି ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ରହିଥିବା ଜଣାପଡ଼ିଛି। 

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ହୋଟେଲ ମ୍ୟାନେଜର ପ୍ରବୀଣ ଭୋଇଙ୍କ ଏତଲା ଆଧାରରେ, ଗତକାଲି ଜଣେ ବ୍ୟକ୍ତିଙ୍କ ଦ୍ବାରା ଫୋନ୍ କଲ୍ ମାଧ୍ୟମରେ ୯ଟି ରୁମ୍ ବୁକ୍ କରାଯାଇଥିଲା। ରୁମ୍ ବୁକିଂ ହେବା ପରେ ପ୍ରାୟ ୧୫ ଜଣ ବ୍ୟକ୍ତି ଆସି ହୋଟେଲରେ ରହିଥିଲେ। କିନ୍ତୁ ବାରମ୍ବାର କହିବା ପରେ ବି ସେମାନେ ନିଜର ପରିଚୟ ପତ୍ର ଦେଇନଥିଲେ। ଯଦିଓ ହୋଟେଲ ଭଡ଼ା ବାବଦକୁ ୮ ହଜାର ଟଙ୍କା ପୈଠ କରିଥିଲେ କିନ୍ତୁ ପରିଚୟ ପତ୍ର ଦେଇନଥିଲେ। ଶ୍ରୀ ଭୋଇଙ୍କ ଡ୍ୟୁଟି ଶେଷ ହେବା ପରେ ସେ ଘରକୁ ଚାଲି ଆସିଥିଲେ। ରାତି ପ୍ରାୟ ୧ଟା ବେଳେ ହୋଟେଲରେ ଥିବା ଅନ୍ୟ ଜଣେ କର୍ମଚାରୀ ତ୍ରିନାଥ ଭୋଇ ତାଙ୍କୁ ଫୋନ୍ କରି ୧୦-୧୫ ଜଣ ବ୍ୟକ୍ତି ଆସି ହୋଟେଲର ସଟର ତାଡ଼ି ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଥିଲେ। ତ୍ରିନାଥ ଭୋଇ ତଳକୁ ଯାଇ ଦେଖିବା ବେଳକୁ ଉକ୍ତ ବ୍ୟକ୍ତିମାନେ ସଟର ତାଡ଼ି ଭିତରେ ପ୍ରବେଶ କରିସାରିଥିଲେ। ସେହି ସମୟରେ ହୋଟେଲ ବାହାରେ ମୁଖ୍ୟ ରାସ୍ତାରେ ପୁଲିସ୍ର ପାଟ୍ରୋଲିଂ ଗାଡ଼ି ଯାଉଥିବା ବେଳେ ତ୍ରିନାଥ ଭୋଇ ସେମାନଙ୍କୁ ପାଟି କରି ଡାକିଥିଲେ।

ଏହି ଖବର ପଢ଼ନ୍ତୁ: ଏମ୍ସରେ ଭର୍ତ୍ତି ଅଣ୍ଡରୱାର୍ଲ୍ଡ ଡନ୍; ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲା ପୁଲିସ

ପୁଲିସ୍ ପହଞ୍ଚିବା ପରେ ଗାଡ଼ିରୁ ଡୋଳାମଣି ଭୋଇ ନାମକ କର୍ମଚାରୀ ବାହାରିଥିଲେ। ତ୍ରିନାଥ ତାଙ୍କୁ ଘଟଣା ସମ୍ପର୍କରେ ଜଣାଇବା ବେଳକୁ ଭିତରେ ପୂର୍ବରୁ ଥିବା ୧୫ ଜଣ ଓ ପରେ ସଟର ତାଡ଼ି ପ୍ରବେଶ କରିଥିବା ବ୍ୟକ୍ତିମାନେ ପୁଲିସ୍ କର୍ମଚାରୀ ଶ୍ରୀ ଭୋଇଙ୍କୁ ଧକ୍କା ମାରି ଗାଡ଼ିକୁ ଚାଲି ଯାଇଥିଲେ। ଶୀଘ୍ର ଶୀଘ୍ର ଗାଡ଼ିରେ ବସି ଚାଲ ବୋଲି କହି ସେମାନେ ୬-୭ଟି ଗାଡ଼ିରେ ଜୟସ୍ତମ୍ଭ ଛକ ଆଡ଼କୁ ଚାଲି ଯାଇଥିଲେ। ଏହି ଘଟଣାରେ ସରାଇପାଲି ପୁଲିସ୍ ବିଏନ୍ଏସ୍ ଧାରା ୩୩୧(୪) ଓ ୧୯୧(୨) ଅନ୍ତର୍ଗତ ସ୍ବରାଜ ଭୋଇ, ମନ ବାଘ, କୃଷ୍ଣଚନ୍ଦ୍ର ପ୍ରଧାନ, ସମୀର ପ୍ରଧାନ, ତପୀ ମରେଇ, ସିଦ୍ଧାର୍ଥ ଖରସେଲ୍, ରାକେଶ ସିହ୍ନା, ବିଶାଳ ଦାସ, ଗୋପାଳକୃଷ୍ଣ ପରସିଆ, ପ୍ରକାଶ ଦୀପ, ବିଶ୍ବନାଥ ତ୍ରିପାଠୀ, ଜଗତରାମ ନିଷାଦ, ସିଦ୍ଧାର୍ଥ ନାଥ ଓ ଅନ୍ୟ ୧୦-୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିଶାଳ ଦାସ ବେଆଇନ ବୋଲି କହିଛନ୍ତି। ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୁଲିସର ପ୍ରତିକ୍ରିୟା ମିଳି ନାହିଁ। ସେପଟେ ଭାଇଙ୍କୁ ଅଟକ ରଖିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭଉଣୀ ତଥା ପୂର୍ବତନ ବିଧାୟକ ଦୀପାଳି ଦାସ। ଏହା ଗଣତନ୍ତ୍ରର ହତ୍ୟା ଏବଂ ରାଜ୍ୟରେ ଡାର୍ଟି ପଲିଟିକ୍ସ ଚାଲିଛି ବୋଲି ଦୀପାଳି କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe