ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଲା: ବିଦାହେଲେ ଅଙ୍ଗନବାଡି କର୍ମୀ

Advertisment

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି...

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି...

3amnnzx-a0a

କୁଆରମୁଣ୍ଡା: ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି।

ଚଳିତ ବର୍ଷ ଫେବ୍ରୁଆରି ୯ ତାରିଖରେ କଚାରୁ-୧ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଭାବେ ବାହାମନୀ ଲୁଗୁନଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ମିଥ୍ୟା ଯୁକ୍ତ ୨ ସାର୍ଟିଫିକେଟ୍‌ ଦେଇଥିବା ଅଭିଯୋଗରେ ବିଭାଗ ପକ୍ଷରୁ ତାଙ୍କୁ ଚାକିରିରୁ ବିଦା କରାଯାଇଛି।

ଏହାସହ ତାଙ୍କ ବିରୋଧରେ ଗୁରୁବାର ବୀରମିତ୍ରପୁର ଥାନାରେ କୁଆରମୁଣ୍ଡା ସିଡିପିଓ ତପସ୍ଵିନୀ ବେସନ ଏକ ମାମଲା ରୁଜୁ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: 'ଏକ ଦେଶ, ଏକ ନିର୍ବାଚନ' ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ: ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ପାଇଁ ପ୍ରସ୍ତୁତି

ଏନେଇ ଏକ ମାମଲା ରୁଜୁ କରି କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଥାଉକି, ଚାକିରି କରିବାର ୧୦ ମାସ ପରେ ବାହାମନୀଙ୍କ ଯୁକ୍ତ ୨ ସାର୍ଟିଫିକେଟ୍‌ ଜାଲ୍‌ ଥିବା ବିଷୟ କିଭଳି ଜଣା ପଡ଼ିଲା

ସେନେଇ କୁଆରମୁଣ୍ଡା ସିଡିପିଇଓ ବେସନଙ୍କୁ ପଚରାଯିବାରୁ, ‘ମୁଁ ସେତେବେଳେ ଏଠାରେ ନ ଥିଲି ଓ ଉପଜିଲ୍ଲାପାଳଙ୍କ ନିର୍ଦେଶମତେ ମୁଁ ଏହି ଅଭିଯୋଗ ଥାନାରେ ଦେଇଛି’ ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ଇରାନର କଠୋର ହିଜାବ ଆଇନ: ଡ୍ରେସ୍ କୋଡ୍‌ର ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe