Blood Donation Camp: ରକ୍ତଦାନ ଶିବିରରୁ ୨୨ୟୁନିଟ୍‌ ରକ୍ତ ସଂଗ୍ରହ

ସମ୍ବାଦ-ଆମ ଓଡ଼ିଶା ଆୟୋଜନରେ ତଥା ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗଦଳ କର୍ଲାମୁଣ୍ଡା ପ୍ରଖଣ୍ଡ ସହ ଯୋଗରେ ରିଷିଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Blood donationa camp

Blood donationa camp organised. Photograph: (sambad.in)

କର୍ଲାମୁଣ୍ଡା: ସମ୍ବାଦ-ଆମ ଓଡ଼ିଶା ଆୟୋଜନରେ ତଥା ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗଦଳ କର୍ଲାମୁଣ୍ଡା ପ୍ରଖଣ୍ଡ ସହ ଯୋଗରେ ରିଷିଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ବ୍ଲକ ପ୍ରତିନିଧି ଭଜଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ  ଅତିଥି ଭାବେ ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, କର୍ଲାମୁଣ୍ଡା ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା, ସରକାରୀ ପ୍ରଧାନ ଶିକ୍ଷକ ସୁଶାନ୍ତ ବାଗ, ଏସଏମସି ସଭାପତି ରାଧାକାନ୍ତ ସେଠ, ଭାଜପା ମଣ୍ଡଳ ସଭାପତି ଡୋଳାମଣି ଭୋଇ, ବ୍ଲକସଂଯୋଜକ ବିଶ୍ୱ ହିନ୍ଦୁ ପରିଷଦ ମୁରଲୀଧର ରଣା, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ ଯୋଗଦେଇ ରକ୍ତଦାନ ମହତ ଦାନ ଉପରେ ଆଲୋକପାତ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଶିବିରରୁ ୨୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ବବଲୁ ଦଣ୍ଡସେନା, ସୁଶାନ୍ତ ମଲ୍ଲିକ, କାଦମ୍ବିନୀ ସାହୁ, ସମ୍ବାଦ ବିତରକ ବୈକୁଣ୍ଠ ପରୁଆ, ରିଷିଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବରାଜ ରଣା, ନିଲକମଲ ପୁଟେଲ, ଆନନ୍ଦ ପୁଟେଲ, କୁଞ୍ଜବିହାରୀ ରଣା, ଲଲିତ କୁମାର ସାହୁ, ଲକ୍ଷ୍ମିକାନ୍ତ ମନହିରା, ଆଶିସ କୁମାର ସାହୁ, ଧିରଜ ପୁଟେଲ, ନିର୍ମଲ ପୁଟେଲ, ଟଙ୍କଧର ସାହୁ, ମୁକେଶ କେଡିଆ, ବ୍ରଜକିଶୋର ସାହୁ (ବବଲୁ), ନିଲକମଲ ପୁଟେଲ ରକ୍ତଦାନ କରିଥିଲେ। ଭବାନୀପାଟଣା ବ୍ଲଡବ୍ୟାଙ୍କର ସଞ୍ଜୀବ କୁମାର ମହାକୁଡ, କୃଷ୍ଣଚନ୍ଦ୍ର ସାହୁ, ଜଞ୍ଜିର ପ୍ରସାଦ ବାଗ ରକ୍ତ ସଂଗ୍ରହ କରିଥିଲେ। ଶିବିର ପରିଚାଳନାରେ ସାମ୍ବାଦିକ ସୁଶାନ୍ତ ମଲ୍ଲିକ, ସାମାଜିକ କର୍ମୀ ବିମ୍ବାଧର ରଣା, ତ୍ରିଶଙ୍କ ରଣା (ସୋନୁ), ବବଲୁ ଦଣ୍ଡସେନା, ସରକାରୀ ହାଇସ୍କୁଲ ର ଶିକ୍ଷକ କୁମାର ତରୁଣ  ଗହୀର, ଦିଲିପ ରଣା ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ: ଭଜଶ୍ୟାମ ସାହୁ 

ଆହୁରି ପଢ଼ନ୍ତୁ: Blood Donation: ରକ୍ତଦାନ କରି ପ୍ରସୂତିଙ୍କ ଜୀବନ ବଂଚାଇଲେ ଦେବେନ୍ଦ୍ର

ସ୍ଵେଛାକୃତ ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

Meeting
Meeting for blood donation camp. Photograph: (sambad.in)

ଗୁଡ଼ାରି: ଆସନ୍ତା ୬ ତାରିଖ ଦିନ ରାୟଗଡ଼ା ଜିଲ୍ଲା ଗୁଡ଼ାରିସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଠାରେ ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହେବ। ଏଥି ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛିl ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟକୃଷ୍ଣ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ଅଧ୍ୟାପକ ପ୍ରଳୟ କୁମାର ଲାବଣ୍ୟ, ସୁରେଶ ଚନ୍ଦ୍ର ମହାଙ୍କୁଡ, ସାମ୍ବାଦିକ ମକରଧ୍ଵଜ କାଦମ୍ବାଲୁ, ଶ୍ରୀନିବାସ ପାଢ଼ୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେl ବିଶେଷ କରି ରକ୍ତଦାନ ମହତ ଦାନ ହୋଇଥିବାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିବିରରେ ସ୍ଵେଛାକୃତ ଭାବେ ଅଧିକରୁ ଅଧିକ ରକ୍ତଦାନ କରିବା ନିମନ୍ତେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେl ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୟୁଥ ରେଡକ୍ରସ ଏବଂସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ୨୭ଜଣ ଛାତ୍ରଛାତ୍ରୀ ନିଜ ନାମ ପଞ୍ଜୀକରଣ କରିଥିଲେ l ରକ୍ତଦାନ କରିବା ଦ୍ୱାରା ରୋଗ ପ୍ରତିଶୋଧ ବଢିବା, ଚଞ୍ଚଳତା, ରକ୍ତ ସଂଚାଳନ, ବ୍ରେଇନ ଷ୍ଟ୍ରୋକ, ହାର୍ଟ ଚୋକ ଭଳି ସମସ୍ୟା ଦୂର ହୋଇପାରିବ ବୋଲି ଅଧ୍ୟାପକ ଶ୍ରୀ ଲାବଣ୍ୟ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେl

ଆହୁରି ପଢ଼ନ୍ତୁ: Blood Donation Camp: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରୁ ୨୬ ୟୁନିଟ୍ ସଂଗ୍ରହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe