କଳାହାଣ୍ଡିର ଏହି ଚାଷୀଙ୍କୁ ‘ମନ୍ କି ବାତ୍’ରେ କାହିଁକି ପ୍ରଶଂସା କଲେ ମୋଦୀ

Advertisment

କମ ସାରରେ ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କର ଟମାଟୋ ପଶ୍ଚିମ ଓଡ଼ିଶାରେ ବେଶ ଚାହିଦା ରହିଛି। ଛତିଶଗଡ଼ର ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା ନେଇଥାନ୍ତି।

କମ ସାରରେ ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କର ଟମାଟୋ ପଶ୍ଚିମ ଓଡ଼ିଶାରେ ବେଶ ଚାହିଦା ରହିଛି। ଛତିଶଗଡ଼ର ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା ନେଇଥାନ୍ତି।

ଧର୍ମଗଡ଼: ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ନିଜ ବଗିଚାରେ କାମ ଯୋଗଇ ଦେଇ ସ୍ବାବଳମ୍ବୀ ହେବାର ରାସ୍ତା ଦେଖାଇଛନ୍ତି। ତାଙ୍କର ଏହି ପ୍ରୟାସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ କହିଛନ୍ତି।

ସଂକ୍ଷେପରେ କୃଷ୍ଣଚନ୍ଦ୍ର ନାଗ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗ ୨୦୦୮ ମସିହାରେ ପ୍ରଥମେ ୨୦ରୁ ୨୫ ଡିସମିଲ ଜମିରେ ଟମାଟୋ ଚାଷ ଆରମ୍ଭ କରିଥିଲେ। ସେତେବେଳେ ସେ ୭୨ କୁଇଣ୍ଟାଲ ଟମାଟୋ ଉତ୍ପାଦନ କରୁଥିଲେ। କିନ୍ତୁ ନିଜ ଖାଲୁଆ ଜମିକୁ ସମୁତୁଳ କରି ଚଳିତ ବର୍ଷ ୨୦୦ ଏକର ଜମିରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କରିଛନ୍ତି। ଏଥିରୁ ସେ ୧.୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିବାର ଳକ୍ଷ୍ୟ ରଖିଛନ୍ତି। ଶ୍ରୀ ନାଗ ଚଳିତ ବର୍ଷ ୧୫୦ ଏକର ଜମିରେ କଲରା ଚାଷ କରି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରି ପାରିଛନ୍ତି। 

ଏହି ଖବର ପଢ଼ନ୍ତୁ: ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ସମ୍ମାନିତ ହେଲେ ଯୁବଚାଷୀ କୃଷ୍ଣଚନ୍ଦ୍ର

କମ ସାରରେ ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କର ଟମାଟୋ ପଶ୍ଚିମ ଓଡ଼ିଶାରେ ବେଶ ଚାହିଦା ରହିଛି। ଛତିଶଗଡ଼ର ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା ନେଇଥାନ୍ତି। ଯୁବ ଚାଷୀଙ୍କ ଚାଷ ଓ କୃଷୀ ପ୍ରଣାଳୀକୁ ଦେଖିବାକୁ ବିଭିନ୍ନ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ରାଜ୍ୟ ତଥା ରାଜ୍ୟ ବାହାର କୃଷି ବିଭାଗର ଟିମ ମଧ୍ୟ ଚାଷ କାର୍ଯ୍ୟ ଦେଖିବାକୁ ଆସିଥାନ୍ତି। ଗୋଲାମୁଣ୍ଡା ବ୍ଲକର ଲୋକେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ବେଳେ ସାନଚେରଗାଁ ଭଳି ଏକ ଗାଉଲି ଗ୍ରାମରେ ସେ ଏକ ଉଚ୍ଚ ଶିକ୍ଷିତ ଯୁବକ ହୋଇ ଚାଷ କାର୍ଯ୍ୟକୁ ଜୀବିକା କରିବା ସହିତ ୧୫୦ରୁ ଊର୍ଦ୍ଧ୍ବ ପରିବାରକୁ ପ୍ରତିପୋଷଣ କରିବାରେ ବଡ଼ ସହଯୋଗ କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୧୧୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ତାଙ୍କର ଚାଷ କାର୍ଯ୍ୟକୁ ପ୍ରଶଂସା କରିଥିବାରୁ କୃଷ୍ଣ ନାଗ ବେଶ ଉତ୍ସାହିତ ହୋଇଥିବା ପ୍ରକାଶ କରିଛନ୍ତି। ମନ୍ କି ବାତ କାର୍ଯ୍ୟକ୍ରମ ପରେ ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଷୀ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବରିଷ୍ଠ ବିଜେପି ନେତା ମନୋଜ ମେହେର ଶ୍ରୀ ନାଗଙ୍କ ବଗିଚାକୁ ଯାଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।  

ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ

publive-image

କ’ଣ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ କହିଥଲେ ଯେ, କଳାହାଣ୍ଡି ଜିଲ୍ଲାର ଜଣେ ଚାଷୀଙ୍କ ପ୍ରୟାସ ପ୍ରଶଂସନୀୟ ହୋଇପାରିଛି। କମ୍ ପାଣି ଏବଂ କମ୍ ସଂସାଧନ ସତ୍ତ୍ୱେ ସଫଳତାର ନୂତନ କାହାଣୀ ଲେଖୁଛି। ଏହା ହେଉଛି କଳାହାଣ୍ଡିର ‘ସବଜି କ୍ରାନ୍ତି’ ବା ପରିବା ବିପ୍ଳବ। ସମୟ ଥିଲା ଯେଉଁଠି କୃଷକ ପଳାୟନ କରିବାକୁ ବାଧ୍ୟ ହେଉଥିଲା ଆଜି ସେଇଠି  ଏକ ପରିବା ଭଣ୍ଡାରରେ ପରିଣତ ହୋଇଛି। ଏ ପରିବର୍ତ୍ତନ କିପରି ଆସିଲା? ଏହାର ଆରମ୍ଭ ମାତ୍ର ୧୦ ଜଣ କୃଷକଙ୍କ ଗୋଟିଏ ଛୋଟିଆ ସମୂହ ଦ୍ୱାରା ହୋଇଥିଲା। ସେମାନେ ମିଳିମିଶି ଗୋଟିଏ ଏଫ୍ପିଓ ବା କିଷାନ୍ ଉତ୍ପାଦକ ସଂଗଠନ ସ୍ଥାପନ କରିଥିଲେ। ଚାଷରେ ଆଧୁନିକ କୌଶଳ ପ୍ରୟୋଗ କରିବା ଆରମ୍ଭ କଲେ ଏବଂ ଆଜି ସେମାନଙ୍କର ଏହି ଏଫ୍ପିଓ କୋଟି କୋଟି ଟଙ୍କାର କାରବାର କରୁଛି। ଆଜି ୨୦୦ରୁ ଅଧିକ କୃଷକ ଏହି ଏଫ୍ପିଓ ସହ ଯୋଡ଼ି ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪୫ ଜଣ ମହିଳା ଚାଷୀ ମଧ୍ୟ ଅଛନ୍ତି। ଏହି ଲୋକମାନେ ମିଶି ୨୦୦ ଏକର ଜମିରେ ବିଲାତି ବାଇଗଣ ଚାଷ କରୁଛନ୍ତି ଏବଂ ୧୫୦ ଏକର ଜମିରେ କଲରା ଉତ୍ପାଦନ କରୁଛନ୍ତି। ଏବେ ଏହି ଏଫ୍ପିଓର ବାର୍ଷିକ କାରବାର ରାଶି ଦେଢ଼ କୋଟିରୁ ଅଧିକ ହୋଇଗଲାଣି। ଆଜି କଳାହାଣ୍ଡିର ପରିବା ଖାଲି ଓଡ଼ିଶାରେ ନୁହେଁ, ବରଂ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ପହଞ୍ଚୁଛି ଏବଂ ସେଠିକାର କୃଷକମାନେ ଏବେ ଆଳୁ ଏବଂ ପିଆଜ ଚାଷର ନୂତନ ପ୍ରଣାଳୀ ଶିଖୁଛନ୍ତି।

ଏହି ଖବର ପଢ଼ନ୍ତୁ: ୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ କଳାହାଣ୍ଡିର ଏହି ସଫଳତା ଆମକୁ ଶିଖାଉଛି ଯେ ସଂକଳ୍ପ, ଶକ୍ତି ଏବଂ ସାମୂହିକ ପ୍ରଚେଷ୍ଟା ଦ୍ୱାରା କ’ଣ କରାଯାଇ ନ ପାରେ। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ନିଜ ଅଞ୍ଚଳରେ ଏଫ୍ପିଓ ଗଠନକୁ ଉତ୍ସାହିତ କରନ୍ତୁ। କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ସହିତ ଯୋଡ଼ିହୁଅନ୍ତୁ ଏବଂ ସେଗୁଡ଼ିକୁ ମଜଭୁତ୍ କରନ୍ତୁ।  ଛୋଟ ପ୍ରୟାସରୁ ମଧ୍ୟ ବଡ଼ ପରିବର୍ତ୍ତନ ସମ୍ଭବ ହୁଏ। ଖାଲି ଆମର ଦୃଢ଼ ସଂକଳ୍ପ ଏବଂ ସାମୂହିକ ଭାବନାର ଆବଶ୍ୟକତା ରହିଛି।

ଏହି ଖବର ପଢ଼ନ୍ତୁ: ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe