ଧର୍ମଗଡ଼: ଚଳନ୍ତା ବସ୍ରେ ନିଆଁ ଲାଗିଛି। ଯାତ୍ରୀବାହୀ ବସ୍ରେ ନିଆଁ ଲାଗିବାରୁ ଏହା ଭସ୍ମୀଭୂତ ହୋଇଯାଇଛି। କିନ୍ତୁ ବସ୍ର ଚାଳକଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥ ଠାରେ ଗୁରୁବାର ରାତି ୯ ଟାରେ ଏହି ଅଭାବନୀୟ ଘଟଣା ଘଟିଛି।
ଏହି ଖବର ପଢ଼ନ୍ତୁ: ନଦୀରେ ଭାସୁଥିବା ବଲ୍ ଆଣିବାକୁ ଯାଇ ଜୀବନ ହାରିଲେ ୨ ଛାତ୍ର
ସୂଚନା ଅନୁସାରେ ଏକ ଘରୋଇ ବସ୍ ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ଜୟପୁର ଠାରୁ ବାହାରି ଥିଲା। ଏହା ରାଉରକେଲା ଅଭିମୁଖେ ବାହାରି ଥିଲା। ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଘରୋଇ ଯାତ୍ରୀବାହୀ ବସ୍ରେ ହଠାତ୍ ନିଆଁ ଲାଗିଥିଲା। ବସ୍ରେ ନିଆଁ ଲାଗିବା ଖଟି ଏହାର ଚାଳକ ତୁରନ୍ତ ଉପସ୍ଥିତ ବୁଦ୍ଧି ଲଗାଇ ଥିଲେ। ସେ ତୁରନ୍ତ ବସ୍କୁ ଅଟକାଇ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ନିଆଁ ଲାଗିବା ପୂର୍ବରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଫଳରେ ଗାଡ଼ିରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ଅଳ୍ପ ସମୟ ମଧ୍ୟରେ ଏହା ଜଳି ଭସ୍ମୀଭୂତ ହୋଇଯାଇଥିଲା।
ଏହି ଖବର ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ଘରୋଇ ବସ୍ ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ଜୟପୁର ଠାରୁ ବାହାରି ଥିଲା। ଏହା ରାଉରକେଲା ଅଭିମୁଖେ ବାହାରି ଥିଲା। ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଘରୋଇ ଯାତ୍ରୀବାହୀ ବସ୍ରେ ହଠାତ୍ ନିଆଁ ଲାଗିଥିଲା।
ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି
ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ବସ୍ର ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଶେଷ ରିପୋର୍ଟ ଲେଖା ଯିବା ବେଳକୁ ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି କୁହାଯାଉଛି।
ଏହି ଖବର ପଢ଼ନ୍ତୁ: ବେବି ଜନର ବିଫଳତା ପରେ ଅବସାଦଗ୍ରସ୍ତ ଅଛନ୍ତି କି ବରୁଣ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/09/3HbCxxi5kH56FekCzTMh.jpg)