ରାୟଗଡ଼ା: ରାୟଗଡ଼ା ସହର ଉପକଣ୍ଠ ଝୁଲାପୋଲ ନିକଟରେ ପୁଣି ଅଘଟଣ ଘଟିଛି। ନାଗାବଳୀ ନଦୀରେ ଭାସୁଥିବା ବଲ୍ ଆଣିବାକୁ ଉଦ୍ୟମ କରି ଦୁଇ ଜଣ ଛାତ୍ର ପାଣିରେ ବୁଡ଼ି ଯାଇଛନ୍ତି। ମୃତ ଦୁଇ ଛାତ୍ର ସ୍ଥାନୀୟ ଏକ ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀ ଛାତ୍ର ଥିଲେ। ସେମାନେ ହେଲେ ରାଣିଗୁଡ଼ାର ସି. ଏଚ୍ ଭାର୍ଗବ ଚରଣ(୧୨) ଓ ସାଇପ୍ରିୟା ନଗରର ଶ୍ରୀନୁ କୁମାର ଯାଦବ(୧୨)।
ଏହି ଖବର ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ଘଟଣାରୁ ପ୍ରକାଶ ଯେ, ବିଦ୍ୟାଳୟରେ ପରୀକ୍ଷା ସରିବାପରେ ଆଜି ଚାରି ସାଙ୍ଗ ଖେଳିବା ନିମନ୍ତେ ଡକାଡ଼କି ହୋଇ ଝୁଲାପୋଲ ନିକଟସ୍ଥ ନଦୀ ନିକଟକୁ ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଦୁଇ ଜଣ ସାଙ୍ଗ ଜନ୍ମେଜୟ ଓ ଭବେଶଙ୍କ କହିବାନୁଯାୟୀ ଆଜି ଅପରାହ୍ନ ୪ଟା ସମୟରେ ଶ୍ରୀନୁ ଓ ଭାର୍ଗଭ ଦୁଇ ଜଣ ସାଙ୍ଗ ସାଇକେଲରେ ଆସିଥିଲେ। ପୋଲ ତଳକୁ ଓହ୍ଳାଇ ସେମାନେ ବଡ଼ବଡ଼ ପଥର ଚଟାଣ ନିକଟକୁ ଆସିଥିଲେ, ଯେଉଁଠି ନଦୀର ପ୍ରଖର ସ୍ରୋତ ପ୍ରବାହିତ ହେଉଥିଲା। ଜନ୍ମେଜୟ ଏବଂ ଭବେଶ ପଥର ଉପରେ ରହିଥିବା ବେଳେ ଭାର୍ଗଭ ଓ ଶ୍ରୀନୁ ଦୁହେଁ ପଥର ତଳକୁ ଯାଇଥିଲେ। ଶିଉଳିଆ ପଥର ନିକଟରେ ଏକ ବଲ୍ ପଡ଼ିଥିବା ବେଳେ ଏହାକୁ ଆଣିବା ପାଇଁ ଭାର୍ଗଭ ଉଦ୍ୟମ କରିଥିଲେ। ତାଙ୍କର ପାଦ ଖସି ଯାଇଥିଲା। ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ସେହି ସମୟରେ ପାଖରେ ଠିଆ ହୋଇଥିବା ଶ୍ରୀନୁ ସାଙ୍ଗକୁ ବଞ୍ଚାଇବାକୁ ଯାଇ ହାତ ବଢ଼େଇଥିବା ବେଳେ ସେ ମଧ୍ୟ ଖସିପଡ଼ି ନଦୀରେ ବୁଡ଼ି ଯାଇଥିଲା।
ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି
ଉପସ୍ଥିତ ଦୁଇ ସାଙ୍ଗ ଜନ୍ମେଜୟ ଓ ଭବେଶ ଚିତ୍କାର କରି ନିକଟସ୍ଥ ମାରିଗୁଡ଼ା ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ଦମକଳବାହିନୀ ଯବାନ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ କିଛି ଦୂରରେ ଦୁଇ ମୃତଦେହକୁ ଉଦ୍ଧାର କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଯଦି ଇଚ୍ଛା ନାହିଁ ପୃଥ୍ୱୀରାଜ ଆପକୁ ଚାଲିଯିବା ଉଚିତ: ସନ୍ଦୀପ ଦୀକ୍ଷିତ
ସୂଚନା ପାଇ ରାୟଗଡ଼ା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଏହି ଘଟଣା ପରେ ପରିବାରଗୁଡ଼ିକରେ ଶୋକର ଛାୟା ଖେଳିଯାଇଛି।
ବାରମ୍ବାର ଦୁର୍ଘଟଣାରେ ଏଠାରେ ପ୍ରାଣ ହରାଉଥବାରୁ ପ୍ରଶାସନ ତରଫରୁ ରାୟଗଡ଼ା ସହର ଉପକଣ୍ଠରେ ଥିବା ଝୁଲାପୋଲ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଯାଇଛି। କିନ୍ତୁ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂଣ୍ଣ ହୋଇଥିବାରୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଏହାରି ଉପରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଝୁଲାପୋଲ ଦେଖିବାକୁ ରାୟଗଡ଼ା ସମେତ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଛନ୍ତି। ସେଠାରେ ସେଲ୍ଫି ଉଠାଇବାକୁ ଯାଇ ବହୁ ଜୀବନ ଯାଇଛି।
ଏହି ଖବର ପଢ଼ନ୍ତୁ: ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି: ବିଶ୍ବଶାନ୍ତି ପାଇଁ ମୋଦୀଙ୍କ ଅପିଲ୍