ଜୟପାଟଣା: କାନ୍ଥରୁ ଲିଭିନି ବାହା ଝୋଟି, ଲିଭିଗଲା ନବବଧୂଙ୍କ ଜୀବନ ଦୀପ । ବାହାଘରର ୧୦ ମାସ ଭିତରେ ଚାଲିଗଲା ଜୀବନ । ହସ ଖୁସିରେ ନୂଆ ସଂସାର ଗଢିବାକୁ ସ୍ବପ୍ନ ଦେଖିଥିବା ରୁବିଙ୍କ ସବୁ ସ୍ବପ୍ନ ଫାଶୀ ଦଉଡିରେ ଶବ ପାଲଟିଯାଇଛି । ଆଉ ନୂଆକରି ଗଢି ଉଠିଥିବା ଗୋଟେ ସଂସାର ଭାଙ୍ଗି ରୁଜି ଚୁରମାର ହୋଇଯାଇଛି ।
ଆହୁରି ପଢନ୍ତୁ- To Care For Parents Is Statutory: ପୈତୃକ ସମ୍ପତ୍ତି ନମିଳିଲେ ବି ପିତାମାତାଙ୍କ ଯତ୍ନ ନେବା ପିଲାମାନଙ୍କର କର୍ତ୍ତବ୍ୟ: ବମ୍ବେ ହାଇକୋର୍ଟ
କଳାହାଣ୍ଡିଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡ଼ା ଗାଁର ଏକ ନବବିବାହିତା ବୋହୂ ନିଜର ଶାଶୂ ଓ ଦେଢ଼ଶାଶୂର ନିର୍ଯାତନା ସହି ନପାରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଆହୁରି ପଢନ୍ତୁ- Shreemayee Mishra, BJD: ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ପରେ ବିଜେଡିକୁ ଶ୍ରୀମୟୀଙ୍କ ‘ବିପ୍ଳବ-ବିଦ୍ରୋହ-ବିନାଶ’ର ବାଣ !
ସୂଚନା ଅନୁସାରେ ପତିଗୁଡା ଗ୍ରାମର ସତ୍ୟବାଦୀ ବିଶିଙ୍କ ସ୍ତ୍ରୀ ରୁବିଙ୍କୁ ମଙ୍ଗଳବାର ଅପରାହ୍ନରେ ଗୁରୁତର ଅବସ୍ଥାରେ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପତିଗୁଡା ଗାଁର ସତ୍ୟବାଦୀ ବିଶି ରୁବିଙ୍କୁ ଗତ ଫେବୃଆରୀ ମାସରେ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ନିଜର ଶାଶୁ ଓ ଦେଢ଼ଶାଶୁ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ସହି ନପାରି ଆତ୍ମହତ୍ୟା ଭଳି ଚରମ ପନ୍ଥା ଅପଣେଇଛନ୍ତି ବୋଲି ରୁବିଙ୍କ ବାପଘର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରି ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଶବଗୃହରେ ରଖିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/25/jaypatana-2025-11-25-21-30-48.jpg)