Tradition: ଶିବରାତ୍ରିର ପରବର୍ତ୍ତୀ ମଙ୍ଗଳବାରରେ ମା’ ଚଣ୍ଡୀଙ୍କ ପୀଠରେ ବଳି ପରଂପରା

Advertisment

କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନସ୍ଥ ରୁପ୍ରା (ଖମ୍ୱପଡା)ସ୍ଥିତ ଶ୍ରୀ ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ବୋଦା ବଳିରେ ରକ୍ତ ରଞ୍ଜିତ ହୋଇଛି ମା ଚଣ୍ଡିଙ୍କ ପୀଠl ପରମ୍ପରା ଓ ରିତିନୀତି ଅନୁଯାୟୀ ମହାଶିବରାତ୍ରି...

କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନସ୍ଥ ରୁପ୍ରା (ଖମ୍ୱପଡା)ସ୍ଥିତ ଶ୍ରୀ ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ବୋଦା ବଳିରେ ରକ୍ତ ରଞ୍ଜିତ ହୋଇଛି ମା ଚଣ୍ଡିଙ୍କ ପୀଠl ପରମ୍ପରା ଓ ରିତିନୀତି ଅନୁଯାୟୀ ମହାଶିବରାତ୍ରି...

Untitled-15.jpg

ରୁପ୍ରା (ଅଜୟ ସେନାପତି): କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନସ୍ଥ ରୁପ୍ରା (ଖମ୍ୱପଡା)ସ୍ଥିତ ଶ୍ରୀ ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ବୋଦା ବଳିରେ ରକ୍ତ ରଞ୍ଜିତ ହୋଇଛି ମା ଚଣ୍ଡିଙ୍କ ପୀଠl ପରମ୍ପରା ଓ ରିତିନୀତି ଅନୁଯାୟୀ ମହାଶିବରାତ୍ରି ତଥା ଜାଗର ରାତିର ପରବର୍ତ୍ତୀ ମଙ୍ଗଳବାର ଦିନ ମାନସିକ ଧାରୀମାନେ ଦୀର୍ଘବର୍ଷ ହେଲା ନିଜର ମାନସିକ ପୁରଣ ହେବାପରେ ଉକ୍ତ ମନ୍ଦିରକୁ ଆସି ବୋଦା ଓ କୁକୁଡ଼ା ବଳି ଦେବାର ପରମ୍ପରା ରହି ଆସିଛିl

ଉକ୍ତ ମନ୍ଦିରକୁ କଳାହାଣ୍ଡି ଜିଲ୍ଲା ସମେତ ପଡେlଶୀ ବଲାଙ୍ଗୀର ଓ କେlରାପୁଟ ଜିଲ୍ଲାରୁ ମଧ୍ୟ ମାନସିକ ଧାରୀମାନେ ଆସି ବୋଦା ବଳି ଦେଉଥିବାର ଦେଖିବାକୁ ମିଳିଛିl ଏଥିପାଇଁ ବଡ଼ି ଭୋରରୁ ମନ୍ଦିର ଦୁଆର ଖେlଳିବା ପରେ ନୀତିକାନ୍ତି ସମାପନ ହେlଇ ମନ୍ଦିର ପୂଜାରୀଙ୍କ ଦେହରେ କାଳିସୀ ଲାଗିବା ପରେ ଶ୍ରଦ୍ଧାଳୁ ଭକ୍ତଙ୍କ ଦୁଃଖ ଗୁହାରି ଶୁଣିଥାନ୍ତି। ତେବେ ଉକ୍ତ ମାନସିକ ଧାରୀମାନେ ତାଙ୍କର ମାନସିକ ପୂରଣ ହେବାପରେ ପରବର୍ତ୍ତୀ ସମୟରେ ଉକ୍ତ ମନ୍ଦିରକୁ ଆସି ବୋଦା ଓ କୁକୁଡ଼ା ବଳି ଦେବାର ପରମ୍ପରା ରହି ଆସିଛି। ପ୍ରଥମେ ପାଟ ବୋଦା ବଳି ପଡ଼ିବା ପରେ ଅନ୍ୟାନ୍ୟ ମାନସିକ ଧାରୀଙ୍କ ବୋଦା ବଳି ଦିଆଯାଇଥାଏ l ଫଳରେ ମା ଙ୍କ ପୀଠ ରକ୍ତ ରଞ୍ଜିତ ହୋଇଯାଏ।

ଆହୁରି ପଢ଼ନ୍ତୁ: India in talks with 30 nations on AI: ୩୦ ଦେଶର ମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛି ଭାରତ

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଦିଆରୀ ରାଧାକାନ୍ତ ପୁଝାରୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ରୁଦ୍ର ପୁଝାରୀ, ଗୋପାଳ ପୁଝାରୀ, ମଧୁ ପୁଝାରୀ, ରମେଶ ପୁଝାରୀ ଓ ବିବେକ ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଘାତକ ଖମ୍ୱପଡା ଗ୍ରାମର ଗଙ୍ଗାଧର ମାଝୀ ଓ ସହଯୋଗୀ କାର୍ତ୍ତିକ ସାହୁ, ଭଲ କରୁଆଁ ଓ ଅଜିତ ଭେlଇ ପ୍ରମୁଖ ସହଯୋଗ କରିଥିଲେl 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe