Representational image
ଘୁ.ଉଦୟଗିରି (ସୀମର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲାର ପୁରାତନ ସହର ଘୁ.ଉଦୟଗିରି। ସହର ମଧ୍ୟଦେଇ ଯାଇଛି ରାଜ୍ୟ ରାଜପଥ ପ୍ରତ୍ୟେକ ଦିନ ଶହଶହ ଗାଡି ମଟର ଯାତାୟତ କରୁଛି। ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହରରୁ କଳାହାଣ୍ଡି, ରାୟଗଡ଼ା ପ୍ରଭୁତି ଜିଲ୍ଲାର ପ୍ରମୁଖ ସହରକୁ ମାଲବାହୀ ଟ୍ରକ୍, ଯାତ୍ରୀବାହୀ ବସ୍, ଚାରି ଚକିଆ ଯାନ ବହୁଳ ମାତ୍ରାରେ ସହର ଦେଇ ଯାତାୟତ ହେଉଥିବା ବେଳେ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହେବାରେ ଲାଗିଲାଣି। ସହର ଦେଇ ଯାଇଥିବା ରାଜ୍ୟରାଜପଥ ଅଣଓସରିଆ ଥିବା ଯୋଗୁଁ ପ୍ରତ୍ୟେକ ଦିନ କିଛିନା କିଛି ଦୁର୍ଘଟଣା ଘଟୁଛି।
ସହରରେ ଲାଗିରହିଥିବା ଏଭଳି ଟ୍ରାଫିକ ସମସ୍ୟା ସାଙ୍ଗକୁ ଦୁର୍ଘଟଣାକୁ ନେଇ ସହରବାସୀଙ୍କୁ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟାକୁ ସରକାର ପ୍ରଶାସନ ନିଜଟରେ ସହରବାସୀ ବିଭିନ୍ନ ସମୟରେ ଉଥାପନ କରିବା ସହ ରାଜ୍ୟ ସରକାରଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିଚାଲିଛନ୍ତି। ଘୁ.ଉଦୟଗିରି ସହରରେ ଏବି ବାଇପାସ ରାସ୍ତାର ଆବଶ୍ୟକତା ଅଛି ଏଣୁ ତୁରନ୍ତ ନିର୍ମାଣ କରାଯାଉ। କିନ୍ତୁ ରାଜ୍ୟ ସରକାର ସହରବାସୀଙ୍କ ଏହି ଦାବୀକୁ ଅଣଦେଖା କରିଆସୁଛନ୍ତି। ସହରବାସୀଙ୍କ ଦାବୀର ଯାତାର୍ଥତା ଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ ସମସ୍ୟାରେ ଯୁଝି ହେଉଛନ୍ତି ସହରବାସୀ। ଏଭଳି ଦାବି ସାକାର କରିବାରେ ପ୍ରଶାସନିକ ଅବହେଳା ନା ରାଜନୈତିକ ନେତାଙ୍କ ଅପାରଗତା ଦାୟୀ ସାଧାରଣରେ ଏହାକୁ ନେଇ ଚର୍ଚା ଜୋର ଧରିଛି।
ଆହୁରି ପଢ଼ନ୍ତୁ: Editorial: ଜଗଦୀଶ ଚନ୍ଦ୍ର ମହାନ୍ତିଙ୍କ ସଂପାଦକୀୟ ‘ଏମ୍ଏସ୍ପି ୩,୧୦୦ ଟଙ୍କା; ଅସୁବିଧା କେଉଁଠି?’
ତୁରନ୍ତ ପଦକ୍ଷେପ ନେଇ ଦାବି
ଘୁ.ଉଦୟଗିରି ସହର ବାସୀଙ୍କ ବାଇପାସ ରାସ୍ତା ନିର୍ମାଣ ଦାବିର ଜତାର୍ଥତାକୁ ଉପଲବ୍ଧି କରି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ, ସାଂସଦ ତୁରନ୍ତ ଏହି ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି। ୨୦୨୨ମସିହା ରେ ତତ୍କାଳୀନ ବିଧାୟକ, ପ୍ରଶାସନିକ ଅଧିକାରୀ ଘୁ.ଉଦୟଗିରି ସହରରେ ବାଇପାସ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ପୁର୍ତ୍ତ ବିଭାଗ ଯନ୍ତ୍ରୀ ନୂତନ ରାସ୍ତା ନିର୍ମାଣ ପାଇଁ ସର୍ଭେ କରିବା ସହ ରାଜସ୍ୱ ବିଭାଗ ର ସହଯୋଗ ଲୋଡ଼ିବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଜମି ଚିହ୍ନଟ କରାଯିବା ସହ ସ୍କେଚ ମ୍ୟାପ ପ୍ରସ୍ତୁତ କରାଯାଇ ପୂର୍ତ୍ତ ବିଭାଗ କୁ ପ୍ରଦାନ କରିବା ପରେ ପୁର୍ତ୍ତ ବିଭାଗ ଅଧିକାରୀ ରାସ୍ତା ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରି ତାର ସମସ୍ତ ରୂପରେଖ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୋଜନା ଯୋଜନା ରେ ରହିଯାଇଛି।
ଆହୁରି ପଢ଼ନ୍ତୁ: PMGSY: ଯାତାୟାତ ଯନ୍ତ୍ରଣା ଅସହ୍ୟ, ନୂତନ ରାସ୍ତା ନିର୍ମାଣ ପାଇଁ ଦାବି
ବଦଳିଲା ସରକାର, ବଦଳିନି ସମସ୍ୟା
ସରକାରୀ ନାଲିଫିତା ତଳେ ରହିଯାଇଛି ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ।ଇତି ମଧ୍ୟରେ ସରକାର ବଦଳି ଦୁଇବର୍ଷ ହେବ ହେଲେ କାର୍ଯ୍ୟର ନାଁ ଗନ୍ଧ ନାହିଁ। ସ୍ଥାନୀୟ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ବାରମ୍ବାର ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ଦୌଡୁଛନ୍ତି ବାଇପାସ ରାସ୍ତା ନିର୍ମାଣ ପାଇଁ ହେଲେ କିଛି ସୁଫଳ ମିଳିନି। ଚଳିତ ବର୍ଷ ବଜେଟ ଆଗତ ହେବା ସହ ଦୁଇ ଦିନ ତଳେ ରାଜ୍ୟ ପୁର୍ତ୍ତ ବିଭାଗ ମନ୍ତ୍ରୀ ରାଜ୍ୟର ବିଭିନ୍ନ ସହରର ବାଇପାସ ରାସ୍ତା ନିର୍ମାଣ ପାଇଁ ସମୀକ୍ଷା କରିଛନ୍ତି ହେଲେ ଘୁ.ଉଦୟଗିରି ବାଇପାସ ରାସ୍ତାର ନାଁ ଗନ୍ଧ ନାହିଁ କୌଣସି ଥିରେ। ନା ବଜେଟରେ ନା ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ।
Follow Us