ଘୁ.ଉଦୟଗିରି (ସମୀର କୁମାର ପାଢ଼ି): ଫେଲ୍ ମାରିଛି କି ସରକାରୀ ଜନକଲ୍ୟାଣୀକାରୀ ଯୋଜନା? ଏହିଭଳି ପ୍ରଶ୍ନ ଉଙ୍କି ମାରିଛି ସ୍ଥାନୀୟ ସହରବାସୀଙ୍କ ମନରେ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ସ୍ଥାନୀୟ ସହରରେ ଦେଖିବାକୁ ମିଳିଛି। ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ମାସ ହେଲା ଜଣେ ଅସହାୟ ମାନସିକ ବିକୃତ ବୃଦ୍ଧା ମୁଣ୍ଡରେ ଏକ ବୁଜୁଳା ମୁଣ୍ଡେଇ ରାସ୍ତାରେ ଘୋଷାଡ଼ି ହୋଇ ଯାଉଥିବା ଦୃଶ୍ୟ ଦେଖିବା ପରେ ଏହିଭଳି ପ୍ରଶ୍ନ ଯାହା ମନରେ ଆସିବା ସ୍ୱାଭାବିକ।
ମାନସିକ ବିକୃତ ମହିଳାଙ୍କ ନାମ ଅଳକାl ସେ ପ୍ରତ୍ୟେକ ଦିନ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ବିଭିନ୍ନ ବଜାର ଅଞ୍ଚଳରେ ଗୁରୁଣ୍ଡି ଗୁରୁଣ୍ଡି ବୁଲୁ ଥିବାର ଦେଖା ଦେଉଛିl ଏହି ମାନସିକ ବିକୃତ ମହିଳାଙ୍କୁ ଥଇଥାନ ପାଇଁ ଦାବୀ ଉଠି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଂଚଳରେ ସରକାରୀ ଯୋଜନାର ସଫଳ ରୁପାୟନ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛିl ମହିଳାଙ୍କୁ ଥଇଥାନ ସହ ହୁଇଲ ଚେୟାର ପାଇଁ ଅଂଚଳବାସୀ ଦାବି କରିଛନ୍ତି l ତାଙ୍କର କୌଣସି ଆଧାର କାର୍ଡ କିମ୍ବା କୌଣସି ପରିଚୟ ପତ୍ର ନାହିଁ। ଏଣୁ ତାଙ୍କର ଯତ୍ନ ନେବା ସହିତ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅଞ୍ଚଳବାସୀ ଚଳିତ ମାସ ୮ତାରିଖ ଦିନ ଟିକାବାଲି ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଥିଲେ।
ସୁରକ୍ଷା ପାଇଁ ନାହିଁ ବ୍ୟବସ୍ଥା
ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସମସ୍ୟାର ସମାଧାନ ନିମନ୍ତେ ହେଲେ ଆଜି ପର୍ଯ୍ୟନ୍ତ ଅଳକାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବା ବେଳେ ସେ ସେମିତି ରାଜରାସ୍ତାରେ ମୁଣ୍ଡରେ ବୋଝ ମୁଣ୍ଡେଇ ଘୋସୁରି ଘୋସୁରି ରାସ୍ତାରେ ବୁଲୁଛନ୍ତି। ପ୍ରବଳ ଥଣ୍ଡା କାକର ଘରେ ରହିବ କଷ୍ଟ କର ହେଉଥିବା ବେଳେ ଏହି ଅସହାୟ ବୃଦ୍ଧା ରାଜରାସ୍ତାରେ ବୁଲୁଥିବା ବେଳେ କୌଣସି ସରକାରୀ ଅଧିକାରୀଙ୍କ ଦୃଷ୍ଟିକୁ ନଆସିବା ପରିତାପର ବିଷୟ।ତୁରନ୍ତ ଅଳକା ଙ୍କୁ ଥଇଥାନ କରିବାକୁ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: Saudi Arabia-UAE Relations: ଦିନେ ଥିଲେ ଭାଇ-ଭାଇ, ଏବେ ଚାଁହୁନାହାନ୍ତି କେହି କାହାର ମୁହଁ: ଜାଣିଛନ୍ତି କି ଦୁଇ ମୁସଲିମ ଦେଶର କାହାଣୀ!
Follow Us