PMGSY: ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ; ଛୋଟ ବ୍ରିଜ୍‌ ଉପରେ ବଡ଼ ଗର୍ତ୍ତ

Advertisment

ସରକାର ଗ୍ରାମାଞ୍ଚଳର ଲୋକଙ୍କ ଯାତାୟତ ଗମନାଗମନ ସୁବିଧା ନିମନ୍ତେ ପକ୍କା ସଡ଼କ ନିର୍ମାଣ କରୁଚନ୍ତି। ଏଥି ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରୁଥିବା ବେଳେ ବିଭାଗୀୟ...

ସରକାର ଗ୍ରାମାଞ୍ଚଳର ଲୋକଙ୍କ ଯାତାୟତ ଗମନାଗମନ ସୁବିଧା ନିମନ୍ତେ ପକ୍କା ସଡ଼କ ନିର୍ମାଣ କରୁଚନ୍ତି। ଏଥି ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରୁଥିବା ବେଳେ ବିଭାଗୀୟ...

IMG-20260219-WA0469

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସରକାର ଗ୍ରାମାଞ୍ଚଳର ଲୋକଙ୍କ ଯାତାୟତ ଗମନାଗମନ ସୁବିଧା ନିମନ୍ତେ ପକ୍କା ସଡ଼କ ନିର୍ମାଣ କରୁଚନ୍ତି। ଏଥି ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଙ୍କ ମିଳିତ ପ୍ରିୟପ୍ରୀତି ତୋଷଣ ଯୋଗୁଁ ବିଭିନ୍ନ ସ୍ଥାନରେ ନିମ୍ନମାନର କାମ ହେଇଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ନିମ୍ନମାନର କାର୍ଯ୍ୟ ସହ ରାସ୍ତାରେ ନିର୍ମିତ ଛୋଟ ବ୍ରିଜ ବି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବା ଦୃଶ୍ୟ ଦେଖିବାକୁ ମିଳିଛି। 

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅନ୍ତର୍ଗତ ଏନ୍‌ଏଚ୍‌ ଠାରୁ ପାଟଳିପାଙ୍ଗା ଭାୟା ଟିଆଙ୍ଗିଆ ଓ ଲାମୁଙ୍ଗିଆ ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଗୁଣବତ୍ତା ନେଇ  ପ୍ରଶ୍ନ ଉଠିଛି। ୨୨୦.୭୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୫ ବର୍ଷର ରକ୍ଷଣାବେକ୍ଷଣ ସହ ଏହି ୩.୬୮୫ କି.ମି. ରାସ୍ତା କାମ ୧୨/୦୪/୨୦୨୧ରୁ ଆରମ୍ଭ ହୋଇ ୧୧/୦୧/୨୦୨୨ରେ ଶେଷ ହୋଇଥିବା ସୂଚନାରେ ଉଲ୍ଲେଖ ରହିଛି। ଏହି ରାସ୍ତାରେ ମୋଟ ୧୫ଟି ଛୋଟ ବଡ଼ ପୋଲ ରହିଥିବାବେଳେ ଏନ୍‌ଏଚ୍‌ ଆରମ୍ଭ ସ୍ଥାନରୁ ଲାବୁରୀ ଯାଉଥିବା ପଥର ପ୍ରଥମ ଛୋଟ ପୋଲଟି ରେ ରାସ୍ତା ମଝିରେ ଭାଙ୍ଗି ବଡ଼ ଗର୍ତ୍ତ ସୃଷ୍ଟି ହୋଇଯାଇଛି। ଅଜାଣତରେ କେହି ଯଦି ସେପଟେ ଯିବ ତେବେ ବଡ ଦୁର୍ଘଟଣା ସୁନିଶ୍ଚିତ।

ତେବେ ପୋଲର କଂକ୍ରିଟ ଭାଙ୍ଗି ଯାଇଥିବାରୁ ଭିତର ଲୁହା ରଡ୍‌ ବାହାରକୁ ଦେଖାଯାଉଛି, ଯାହା ନିମ୍ନମାନର କାମକୁ ସ୍ପଷ୍ଟ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଆଶଙ୍କାକୁ ଦୃଷ୍ଟିରେ ରଖି କେହି ଜଣେ ସଚେତନ ବ୍ୟକ୍ତି ସେଠାରେ ଗଛର ଡାଳ ରଖି ଲୋକଙ୍କୁ ସତର୍କ କରିଥିବା ଦେଖାଯାଇଛି, ଯାହାଦ୍ୱାରା ଯାତ୍ରୀମାନେ ସେହି ସ୍ଥାନକୁ ଏଡ଼ାଇ ଯାତାୟତ କରିପାରିବେ। ଏହାସହ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଖସିଯାଇ ରାସ୍ତା ଖରାପ ହୋଇପଡ଼ିଛି। ତେଣୁ ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ପୋଲଟିକୁ ତୁରନ୍ତ ମରାମତି କରି ରାସ୍ତାର ନବୀକରଣ କରିବା ସହ ଲୋକଙ୍କ ଯାତାୟାତ ସୁବିଧା ସୁନିଶ୍ଚିତ କରିବାକୁ ସ୍ଥାନୀୟ ମହଳରୁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: Cricket: ଭାରତୀୟ ମହିଳା ଦଳକୁ ୧୯ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବ୍ୟୟ ବରାଦ ହେବା ସହ କାର୍ଯ୍ୟର ମୋଟ ଅଟକଳ ମୂଲ୍ୟରେ ଯୋଡି ହୋଇ ଠିକାଦାର ସେଇ ଅନୁସାରେ ଚୁକ୍ତି କରିବା ପରେ ମଧ୍ୟ କାର୍ଯ୍ୟ ସମାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତା ଖରାପ ହେବା ପରେ ମଧ୍ୟ କୌଣସି ରକ୍ଷଣାବେକ୍ଷଣ କାର୍ଯ୍ୟ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଜଳଜଳ ଦୃଶ୍ୟମାନ ହେବା ସହ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe