Freedom Fighter Chakra Bisoi Photograph: (sambad.in)
ଘୁ.ଉଦୟଗିରି: ସ୍ଥାନୀୟ ନିଖିଳ ଉତ୍କଳ କୁଇ ସମାଜ ତରଫରୁ ପବିତ୍ର ଶାମ୍ବ ଦଶମୀ ତିଥିରେ ପଡୁଥିବା ଭାରତ ମୁକ୍ତି ସଂଗ୍ରାମର ଅନବଦ୍ୟ ଯୋଦ୍ଧା ତଥା ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କୁଇ ସମାଜ ସଭାଗୃହ ଠାରେ ଆୟୋଜିତ ବୈଠକରେ ସମସ୍ତ ଅତିଥି ଉପସ୍ଥିତ ହୋଇଥିଲେ।
ଆହୁରି ପଢନ୍ତୁ- Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ
ସମସ୍ତ ଅତିଥି ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଆଦିବାସୀ ପରମ୍ପରା ଅନୁଯାୟୀ ସ୍ଥାନୀୟ ଆଦିବାସୀ ମହିଳା ପୁରୁଷ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ କୁଇ ସାମାଜ ୟୁନିଅନ ଯୁବ ପରିଷଦ ସଭାପତି ଆମନ ପ୍ରଧାନ, ଭୀମସେନ ପ୍ରଧାନ, ଉଦ୍ଦେଶନ ପ୍ରଧାନ,ଅଭିମନ୍ୟୁ ପ୍ରଧାନ,ବାଲିଗୁଡ଼ା କୁଇ ସମାଜ ସଭାପତି ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।
ଆହୁରି ପଢନ୍ତୁ- Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର
Follow Us