Cold Waves: ଅସହ୍ୟ ଥଣ୍ଡା ଯୋଗୁଁ ଓଡ଼ିଶାର ଦାର୍ଜିଲିଂରେ ଲୋକେ କଲବଲ

Advertisment

ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସହରରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଫଳରେରେ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଜାଡ଼ ଓ ଥଣ୍ଡା ସହ କୋହଲା ପବନ ଯୋଗୁଁ  ସନ୍ଧ୍ୟା ପୂର୍ବରୁ ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି।

ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସହରରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଫଳରେରେ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଜାଡ଼ ଓ ଥଣ୍ଡା ସହ କୋହଲା ପବନ ଯୋଗୁଁ  ସନ୍ଧ୍ୟା ପୂର୍ବରୁ ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି।

Untitled-23

Cold wave continued in G Udayagiri of Kandhamal district. Photograph: (sambad.in)

ଘୁ.ଉଦୟଗିରି (ସମୀର ପାଢ଼ୀ): ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସହରରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଫଳରେରେ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଜାଡ଼ ଓ ଥଣ୍ଡା ସହ କୋହଲା ପବନ ଯୋଗୁଁ  ସନ୍ଧ୍ୟା ପୂର୍ବରୁ ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ସମ୍ପ୍ରସାରଣ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ସୁଦ୍ଧା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରି ସେଲସିୟସ ରହିଥିବା ବେଳେ ଫୁଲବାଣୀ ୫.୫ ଡିଗ୍ରି ଦାରିଙ୍ଗବାଡ଼ି ରେ ୫.୬ ଡିଗ୍ରୀ ରହିଥିବା ରେକର୍ଡ଼ ହୋଇଥିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

ଗୁରୁବାର ତାପମାତ୍ରା ୪ ଡିଗ୍ରି ସେଲସିୟସ ରହିଥିଲା। ପ୍ରତିଦିନ ପାରଦ ତଳମୁହାଁ ହେଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ନେଇ ଅଞ୍ଚଳବାସୀ କହୁଛନ୍ତି। ଅତ୍ୟଧିକ ଜାଡ଼ ଥଣ୍ଡା ଯୋଗୁଁ ସକାଳ ୧୦ ଘଣ୍ଟିକା ଯାଏଁ ଘରୁ ବାହାରିବା ମୁସ୍କିଲ୍ ହେଉଛି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ମଣିଷ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ପ୍ରଭାବିତ।ଏଠାରେ ବର୍ଷ ବର୍ଷ ଧରି ଶୀତ ରୁତୁ ରେ ଏମିତି ଥଣ୍ଡା ହେବାର ନଜିର୍ ରହିଛି କିନ୍ତୁ ତାପ ମାପକ ଯନ୍ତ୍ର ନଥିବା ଯୋଗୁଁ ପୂର୍ବରୁ ଏଠାକାର ଶୀତ ଦିନେ ତାପମାତ୍ରା ଲୋକ ଲୋଚନକୁ ଆସିପାରୁନଥିଲା।

ଆହୁରି ପଢ଼ନ୍ତୁ: International Humiliation of Pakistan: ଶେହବାଜଙ୍କୁ ୪୦ ମିନିଟ ଅପେକ୍ଷା କରାଇଲେ ପୁଟିନ୍

ପାହଡ଼ ତଳିଆ ଅଧିକ ଥଣ୍ଡା

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପାହଡ଼ ତଳିଆ ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ଦାବି ହେଉଛି।ଘୁ.ଉଦୟଗିରି ରେ ବିଗତ ୬ ଦିନ ହେବ ୫ ଡିଗ୍ରି ତଳେ ତାପମାତ୍ରା ରହିଛି। ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁଁ ଗରିବ ଦିନ ମଜୁରିଆ ଙ୍କ ଜୀବନ ଜିବୀକା ପ୍ରଭାବିତ ହେଉଛି। ବିଶେଷ କରି ଯାନବାହାନ ଚଳାଚଳ ଅସୁବିଧା ହେଉଛି ଓ ଦୁର୍ଘଟଣା ମଧ୍ୟ ବଢୁଛି। ପ୍ରବଳ ଶୀତ ଯୋଗୁଁ ରାସ୍ତା ପାର୍ଶ୍ୱରେ ରହି ବ୍ୟବସାୟ କରୁଥିବା ସ୍ଥାନୀୟ ଚାଷୀ,ଠେଲା ବ୍ୟବସାୟୀ, ଦିନ ମଜୁରିଆ ମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଏପଟେ ଶୀତର ମଜା ନେବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। କଳିଙ୍ଗା ଘାଟି ଓ ବଟାନିକାଲ ଗାର୍ଡେନ, ହିଲଟପ, ସିର୍କି ଇକୋ ପାର୍କ୍, କଫିବଗିଚା ଭଳି ବହୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପିକନିକ୍ ର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରବଳ ଶୀତ ଜାଡ଼ ଯୋଗୁଁ ଘରୁ ବାହାରିବା କଷ୍ଟ ହେଉଛି, ସନ୍ଧ୍ୟା ହେବା କ୍ଷଣି ବଜାରରେ ଗହଳି କମି ଯାଉଛି ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ  ନିଆଁର ସାହାରା ନେଉଛନ୍ତି।

ଆହୁରି ପଢ଼ନ୍ତୁ: Tejpratap Demand: ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ତେଜପ୍ରତାପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe