Kalinga Ghati: କଳିଙ୍ଗା ଘାଟି ଭୂସ୍ଖଳନକୁ ବିତିଲା ୩୫ ଦିନ, ଜାରି ରହିଛି ନିର୍ମାଣ କାମ

ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଯାତାୟତର ଜୀବନରେଖା ‘କଳିଙ୍ଗା ଘାଟି’ ୩୫ଦିନ ହେଲା ବନ୍ଦ ରହିଛି। ୧୦କିମି କଳିଙ୍ଗା ଘାଟି ରାସ୍ତା ସୁନସାନ। ନିରବି ଯାଇଛି କଳିଙ୍ଗା ଘାଟି। ସୋର ନାହିଁ କି ଶବ୍ଦ ନାହିଁ।

Untitled-28

Construction work progress in Kalinga ghati after landslides. Photograph: (sambad.in)

ଘୁ.ଉଦୟଗିରି: ଗଞ୍ଜାମକନ୍ଧମାଳ ଜିଲ୍ଲାର ଯାତାୟତର ଜୀବନରେଖା ‘କଳିଙ୍ଗା ଘାଟି’ ୩୫ଦିନ ହେଲା ବନ୍ଦ ରହିଛି। ୧୦କିମି କଳିଙ୍ଗା ଘାଟି ରାସ୍ତା ସୁନସାନ। ନିରବି ଯାଇଛି କଳିଙ୍ଗା ଘାଟି। ସୋର ନାହିଁ କି ଶବ୍ଦ ନାହିଁ। ଗତମାସ ୧୬ତାରିଖ ଦିନ ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟି ଅନ୍ଧାରକୋଟ ନିକଟ ଏକ ପାହାଡ଼ରେ ଭୂସ୍ଖଳନ ଘଟି ବଡ଼ବଡ଼ ପଥର ମାଟି ଖସିବା ସହ ପ୍ରବଳ ଜଳ ସ୍ରୋତରେ ୩୦ମିଟର ରାସ୍ତା ଧୋଇ ହୋଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯିବା ଫଳରେ ଗଞ୍ଜମ ଜିଲ୍ଲାରୁ କନ୍ଧମାଳ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଗଲା। 

ଅସୁବିଧା ଭୋଗୁଛନ୍ତି ଜନତା

ଏହି ଘାଟି ରାସ୍ତାଟି ୧୫୭ ଜାତୀୟ ରାଜପଥର ପ୍ରମୁଖ ଅଂଶବିଶେଷ ହୋଇଥିବା ବେଳେ ଏହାର ତଦାରଖ ଏବଂ ନିର୍ମାଣ ଦାୟିତ୍ୱ ଜାତୀୟ ରାଜପଥ କତ୍ତୃପକ୍ଷଙ୍କର। କିଛି ଦିନ ଭିତରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ନେଇ ଅଞ୍ଚଳବାସୀ ଆଶା ବାନ୍ଧିଥିବା ବେଳେ ଇତି ମଧ୍ୟରେ ୩୫ଦିନ ବିତିଗଲାଣି ତଥାପି କାର୍ଯ୍ୟ ଚାଲିଛି ଯାତାୟତ ସ୍ୱାଭାବିକ ହୋଇପାରୁନି। ଦୁଇ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆହୁରି ପଢ଼ନ୍ତୁ: Kali Puja: ୩୨୦ ବର୍ଷରେ ସୁକିନ୍ଦାର ମା’ ଖଣ୍ଡୁରାଈଙ୍କ ଶ୍ୟାମାକାଳୀ ପୂଜା

ଏହି ଗୋଟିଏ ସ୍ଥାନରେ ଦୁଇଦୁଇ ଥର ଭୁସ୍ଖଳନ ହେବା ସହ ଲଗାଣ ବର୍ଷା କାର୍ଯ୍ୟରେ ବାଧକ ସାଜିଥିବା ଯୋଗୁଁ କାର୍ଯ୍ୟ ବିଳମ୍ବ ହେଉଥିବା ନଜରକୁ ଆସୁଥିବା ବେଳେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି ହେଲେ ପାହାଡ଼ ଉପରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ବଡ଼ବଡ଼ ପଥର ବ୍ଳାଷ୍ଟିଂ ପାଇଁ କାର୍ଯ୍ୟ ଚାଲିଛି। ବ୍ଳାଷ୍ଟିଂ ପାଇଁ ପଥରରେ ହୋଲ ମରା କାର୍ଯ୍ୟ ଶେଷ ହେବା ପରେ ନୂତନ ଭାବେ ନିର୍ମିତ ସିସି ରାସ୍ତାରେ ମାଟି ପକେଇ ବାଲି ବସ୍ତା ରଖା କାର୍ଯ୍ୟ ଚାଲିଛି।ପଥର ବ୍ଳାଷ୍ଟିଂ ହେଲେ ଯେଭଳି ଅପରପାର୍ଶ୍ଵ ଗର୍ତ୍ତରେ ପଥର ଖଣ୍ଡ ଗୁଡିକ ପଡ଼ିବ ତା ପାଇଁ ବ୍ୟବସ୍ଥା ଚାଲିଛି। ପଥର ବ୍ଳାଷ୍ଟିଂ କାର୍ଯ୍ୟ ସମାପ୍ତ ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହେବା ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: Typhoon Pengsen moving towards China: ଚୀନ୍ ସମୁଦ୍ରରେ ବୁଡ଼ିଯିବ! ଟାଇଫୁନ୍ ଫେଙ୍ଗସେନ୍ ନେଇ ଆତଙ୍କ ସୃଷ୍ଟି

ଭଞ୍ଜନଗର ବିଧାୟକ ପ୍ରଦ୍ୟୁନ ନାୟକ କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥଳକୁ ବାରମ୍ବାର ଗସ୍ତ କରିବା ସହ କଳିଙ୍ଗା ଘାଟିର ବିକଳ୍ପ ରାସ୍ତା ଭାଲିଆପଟା ରାସ୍ତା କିଭଳି ନିର୍ମାଣ ହୋଇପାରିବ ସେଥି ନିମନ୍ତେ ନିଜେ ସେଇ ରାସ୍ତାରେ ବାଇକ୍‌ ଯୋଗେ ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ରାସ୍ତା କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଏହି କାର୍ଯ୍ୟ ନିମନ୍ତେ ଅନୁମତି ଏବଂ ଅନୁଦାନ ପାଇଁ ଆଲୋଚନା କରିଥିବା ସୂଚନା ମିଳିଛି। ଏହାସହ ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବନବିଭାଗ ଅଧିକାରୀମାନେ ମଧ୍ୟ ଏହି ଅଞ୍ଚଳ ଗସ୍ତ କରି ରାସ୍ତା ନିର୍ମାଣ ନିମନ୍ତେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି।

Kandhamal 

ରିପୋର୍ଟ: ସମୀର କୁମାର ପାଢ଼ୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe