ଦୁଇଦିନ ପରେ ବଡ଼ଦିନ ପର୍ବ: ଘୁମୁସର ଉଦୟଗିରି ଅଞ୍ଚଳ ଉତ୍ସବ ମୁଖର

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହ ସଜେଇ ହେବାରେ ଲାଗିଛି। ବିଭିନ୍ନ ରଙ୍ଗ-ବେରଙ୍ଗର ବଡ଼ବଡ଼ ଷ୍ଟାର  ଆଲୋକ ମାଳାରେ ସଜେଇ ଚର୍ଚ୍ଚଗୁଡ଼ିକରେ ଶୋଭା ବର୍ଦ୍ଧନ କରୁଛି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହ ସଜେଇ ହେବାରେ ଲାଗିଛି। ବିଭିନ୍ନ ରଙ୍ଗ-ବେରଙ୍ଗର ବଡ଼ବଡ଼ ଷ୍ଟାର  ଆଲୋକ ମାଳାରେ ସଜେଇ ଚର୍ଚ୍ଚଗୁଡ଼ିକରେ ଶୋଭା ବର୍ଦ୍ଧନ କରୁଛି।

ଘୁ.ଉଦୟଗିରି:  ୨ଦିନ ପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଅର୍ଥାତ ବଡ଼ଦିନ ପର୍ବ ପାଳନ ହେବ। ଅଦିନିଆ ବର୍ଷା ଯୋଗୁଁ ପ୍ରସ୍ତୁତିରେ କିଛି ବାଧା ଉପୁଜିଥିଲେ ମଧ୍ୟ ଆଜି ବର୍ଷା ଛାଡ଼ି ପାଗ ଶୁଖିଲା ହେବା ପରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହ ସଜେଇ ହେବାରେ ଲାଗିଛି। ବିଭିନ୍ନ ରଙ୍ଗ-ବେରଙ୍ଗର ବଡ଼ବଡ଼ ଷ୍ଟାର  ଆଲୋକ ମାଳାରେ ସଜେଇ ଚର୍ଚ୍ଚଗୁଡ଼ିକରେ ଶୋଭା ବର୍ଦ୍ଧନ କରୁଛି। ଚର୍ଚ୍ଚ ବାହାର ଏବଂ ଭିତରକୁ ରଙ୍ଗ ଦେଇ ସାଜ୍ଜସଜ୍ଜା ସାମଗ୍ରୀ ବ୍ୟବହାର କରି ସୁନ୍ଦର ଭାବେ ସଜେଇ ବାରେ ଲାଗିଛନ୍ତି ଅଞ୍ଚଳର ଖ୍ରୀଷ୍ଟଧର୍ମାଲମ୍ବୀ।

ଏହି ଖବର ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଥିବା ବାଘୁଣୀ ଜିନତ ଓଡ଼ିଶା ଫେରିବ

ଖ୍ରୀଷ୍ଟଧର୍ମାବଳମ୍ବୀ ଚର୍ଚ୍ଚକୁ ସଜେଇବା ସହ ନିଜନିଜ ଘରେ ରଙ୍ଗ ଦେଇ ଘରକୁ ସଜେଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ଅପେକ୍ଷା କରିଛନ୍ତି। ପର୍ବ ପାଳନ ପାଇଁ ଉତ୍ସାହ ଓ ଉଦ୍ଦୀପନାର ସହ ନିଜ ପରିବାରର ସଦସ୍ୟ ମାନଙ୍କ ପାଇଁ ନୂତନ ପୋଷାକ କିଣିବା ସହ ନିଜ ନିଜ ପ୍ରିୟ ପରିଜନଙ୍କ ପାଇଁ ଉପହାର କିଣିବା ଏବଂ ନିଜ ଘର ସଜେଇବା ନିମନ୍ତେ ବଜାରରୁ ବିଭିନ୍ନ ସାଜସଜ୍ଜା ସାମଗ୍ରୀ କିଣି ଉକ୍ତ ଉତ୍ସଵ ପାଳନ ପାଇଁ ପ୍ରସ୍ତୁତି ଚଳେଇଛନ୍ତି। ବଜାରରେ ଦୋକାନଗୁଡ଼ିକରେ ବଡ଼ବଡ଼ ଷ୍ଟାର, ଫୁଲମାଳ, ବିଭିନ୍ନ ସୁସଜ୍ଜିତ ସାମଗ୍ରୀ ବିକ୍ରି ପାଇଁ ଦୋକାନରେ ରହିଥିବା ଦେଖିବାକୁ ମିଳୁଛି।

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି

publive-image

ଏହି ଖବର ପଢ଼ନ୍ତୁ: କୋଟିଏ ଟଙ୍କା ୩୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ଘୁ.ଉଦୟଗିରି ଥାନା ଅଞ୍ଚଳରେ ମୋଟ ୫୫ଗୋଟି ବିଭିନ୍ନ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହ ରହିଛି। ସେଥି ମଧ୍ୟରୁ ବାପଟିଷ୍ଟ ଚର୍ଚ୍ଚ ୧୩ଗୋଟି ରହିଥିବା ବେଳେ ପେଣ୍ଟକଷ୍ଟ ୨ଗୋଟି, ଗୁଡ଼ ନ୍ୟୁଜ-୧, କ୍ୟାଥଲିକ୍‌-୧୦, ସିଏନଆଇ-୧୫, ବିଲିଭର୍ସ ଚର୍ଚ୍ଚ-୫, ରୋମାନ କାଥଲିକ-୨ ଏବଂ ଅନ୍ୟ ୨ଗୋଟି ଚର୍ଚ୍ଚରେ ବଡ଼ଦିନ ପର୍ବ ପାଳନ ହେବା ନେଇ ପ୍ରସ୍ତୁତି ଚାଲିଛି। ଏକ୍ସମାସ ପୂର୍ବରୁ ବିଭିନ୍ନ ଅନୁଷ୍ଠାନରେ ପ୍ରି ଏକ୍ସମାସ ପର୍ବ ପାଳନ ହେଉଥିବା ଦେଖୁବାକୁ ମିଳୁଛି। ଏକ୍ସମାସ କେକ କାଟି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାଣୀ ପଠନ କରିବା ସହ ପ୍ରାର୍ଥନା ଏବଂ ନାଚ ଗୀତର ଆସର ଜମିଥାଏ ଏହି ପ୍ରି ଏକ୍ସମାସ ଉତ୍ସବରେ। 

ଏକ୍ସମାସ ପର୍ବ ପାଇଁ ବଜାରରେ ତିନି ଦିନ ପାଗ ଖରାପ ଯୋଗୁଁ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ପଡିଯାଇଥିବା ବେଳେ ଗତକାଲି ସାପ୍ତାହିକ ହାଟ ଥିବା ବେଳେ ବ୍ୟବସାୟୀ ଭଲ ବ୍ୟବସାୟ କରିବାକୁ ଆଶା ରଖିଥିଲେ ହେଲେ ଅଦିନିଆ ବର୍ଷା ସବୁ ବିଗାଡି ଦେଲା। ଆଜି ପାଗ ବଦଳିବା ପରେ ପୁଣି ବ୍ୟବସାୟ ଆରମ୍ଭ ହୋଇଥିବା ଏବଂ ଭିଡ଼ ଦେଖୁବାକୁ ମିଳୁଛି। ଦୋକାନରେ ଭିଡ଼ ରହୁଥିବା ଦେଖିବାକୁ ମିଳୁଛି। ବଡ଼ଦିନ ପାଳନ ପାଇଁ ରାଜ୍ୟ ବାହାର ଏବଂ ଜିଲ୍ଲା ବାହାରେ ରହୁଥିବା ସ୍ଥାନୀୟ ଅଞ୍ଚଳର ଖ୍ରୀଷ୍ଟଧର୍ମାଲମ୍ବୀ ପରିବାର ନିଜ ଘରକୁ ଫେରିବାରେ ଲାଗିଛନ୍ତି। ନିଜ ପରିବାର ପରିଜନ ସହ ମିଳିମିଶି ବଦଦିନ ପାଳନ କରିବ ପାଇଁ।

ବେଶ ଆନନ୍ଦ ଉଲ୍ଲାସର ସହ ଚଳିତ ବର୍ଷ ବଡ଼ଦିନ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି। ଅନ୍ୟପକ୍ଷରେ ବଡ଼ଦିନ ପର୍ବ ପାଳନ ପୂର୍ବରୁ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଆୟୋଜନ କରି ସମସ୍ତ ଧର୍ମର ଲୋକଙ୍କୁ ଏକତ୍ରିତ କରି କିଭଳି ଶାନ୍ତି ଶୃଙ୍ଖଳାର ସହ ଭାଇଚାରାରେ ଏହି ପର୍ବ ପାଳନ ହେବ ତାପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ପୁଲିସ ପକ୍ଷରୁ ବଡ଼ଦିନ ପର୍ବ ପାଇଁ ମଧ୍ୟ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ଚର୍ଚ୍ଚ ପ୍ରାର୍ଥନା ଗୃହ ବୁଲି ତଦାରଖ କରିବା ସହ ସ୍ଥାନୀୟ ଆଇଆଇସି ଭଗବାନ ପୂଜାରୀ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: କଷ୍ଟ ସହି ନପାରି ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe