G Udayagiri: ନାହିଁନାହିଁରେ ଚାଲିଛି ଘୁ.ଉଦୟଗିରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା

Advertisment

ଦୀର୍ଘ ବର୍ଷ ଧରି ସମସ୍ୟାର ପାହାଡ଼ ଉପରେ ଥିବା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳ ନାହିଁ ନାହିଁରେ ଚାଲିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ରରେ ଅବହେଳିତ ଘୁ.ଉଦୟଗିରି ଅଞ୍ଚଳ।

ଦୀର୍ଘ ବର୍ଷ ଧରି ସମସ୍ୟାର ପାହାଡ଼ ଉପରେ ଥିବା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳ ନାହିଁ ନାହିଁରେ ଚାଲିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ରରେ ଅବହେଳିତ ଘୁ.ଉଦୟଗିରି ଅଞ୍ଚଳ।

IMG-20230208-WA0081 (1)

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଦୀର୍ଘ ବର୍ଷ ଧରି ସମସ୍ୟାର ପାହାଡ଼ ଉପରେ ଥିବା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳ ନାହିଁ ନାହିଁରେ ଚାଲିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ରରେ ଅବହେଳିତ ଘୁ.ଉଦୟଗିରି ଅଞ୍ଚଳ। ଡାକ୍ତରଖାନା ଅଛି। ହେଲେ ଦୀର୍ଘ ବର୍ଷ ହେଲା ସମସ୍ତ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି। ବିଇଓ ପଦବି ଖାଲି। ବିଡିଓ ପଦବି ଖାଲି। ସ୍କୁଲ ଅଛି। କିନ୍ତୁ ପ୍ରଧାନଶିକ୍ଷକ ପଦବି ଖାଲି। କ୍ରୀଡ଼ାର ଭିତ୍ତିଭୂମି ଅଭାବ। କିନ୍ତୁ ଖେଳ ପଡ଼ିଆ ଷ୍ଟାଡିଅମ ଅଛି ନାକୁ ମାତ୍ର। ଏହା ଖେଳଉପଯୋଗୀ ନୁହଁ। ପର୍ଯ୍ୟଟନ ସ୍ଥଳୀ ଅଛି ତାର ବିକାଶ ନାହିଁ।

ସେହିପରି ସ୍ଥାନୀୟ ଅଞ୍ଚଳରୁ ଅନ୍ୟ ସହରକୁ ଯିବା ନିମନ୍ତେ ସରକାରୀ ବସ ସେବା ନାହିଁ। ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଛି। ହେଲେ ଅତିରିକ୍ତ ଉପଜିଲ୍ଲାପାଳ ସମେତ ସବୁ ପଦବି ଖାଲି। କାର୍ଯ୍ୟାଳୟରେ ତାଲା ଝୁଲୁଛି। ସହରରେ ବସଷ୍ଟାଣ୍ଡ ଟିଏ ନାହିଁ। ଦିନ ଥିଲା ଏହି ସ୍ଥାନରେ ସରକାରୀ ବସ୍‌ ଡିପୋ ଥିଲା। ଏହି ସହରରୁ ରାଜ୍ୟର ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏବଂ ସହରକୁ ସରକାରୀ ବସ ଚାଲିଥିଲା। ବହୁ କର୍ମଚାରୀ ରହୁଥିଲେ। ସରକାରୀ ବସ୍‌ ମରାମତି ନିମନ୍ତେ ଗ୍ୟାରେଜ ରହିଥିଲା ଜଣେ ଷ୍ଟେସନ ମାଷ୍ଟର ରହୁଥିଲେ। ହେଲେ ଏବେ ଏହି ସହରରୁ ଗୋଟିଏ ବି ସରକାରୀ ବସ ଚଳାଚଳ କରୁନାହିଁ।।

ସବୁ ଅଛି ହେଲେ କିଛି ନାହିଁ। ଏହିଭଳି ଲେଖିବା ଅର୍ଥ ହେଲା ସରକାର କାମ ଚଳାରେ ସମସ୍ତ ଅନୁଷ୍ଠାନକୁ ଚଳେଇ ଚାଲିଛନ୍ତି ଦୀର୍ଘ ବର୍ଷ ହେଲା। ଜେନତେନ ପ୍ରକାରେ କାର୍ଯ୍ୟାଳୟ ଚାଲିବା ଆବଶ୍ୟକ। କହିବାକୁ ଗଲେ କାମଚଳାରେ ଚାଲିଛି। ଏହି ଭଳି ଚାଲିଛି ଘୁ.ଉଦୟଗିରି ଅଞ୍ଚଳର ବିକାଶ। ସ୍ଥାନୀୟ ସହରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ମାସ ହେଲା ପ୍ରଧାନଶିକ୍ଷକ ପଦବି ଖାଲି ପଡ଼ିଛି। ସେଇଭଳି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପଦବି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବି ଖାଲି ପଡ଼ିଛି।

ଆହୁରି ପଢ଼ନ୍ତୁ: Plane Crash: ବିମାନ ନେଉଛି ଜୀବନ: ବିଜୟଙ୍କ ପରେ ଆଖିବୁଜିଲେ ଅଜିତ... ଜାଣନ୍ତୁ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଛନ୍ତି ଆଉ କେଉଁ ନେତା ?

ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାର ବିକାଶ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିନାହିଁ। ଖେଳିବା ନିମନ୍ତେ ଭଲ ଖେଳପଡ଼ିଆର ଅଭାବ ରହିଛି। ନାଁକୁ ଷ୍ଟାଡିଅମ ନିର୍ମାଣ ହୋଇଛି ହେଲେ ଖେଳାଳିଙ୍କ କାର୍ଯ୍ୟରେ ଲାଗିପାରିନି। ସ୍ଥାନୀୟ ସହରରେ ୩୦ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ହେଲେ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବି ଦୀର୍ଘ ବର୍ଷ ହେଲା ଖାଲି ପଡିଛି। ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ପର୍ଯ୍ୟଟନସ୍ଥଳୀ ଥିବା ବେଳେ ସେଇ ପର୍ଯ୍ୟଟନ ସ୍ଥଳୀର ବିକାଶ ଶୁନ।କେଉଁ ସ୍ଥାନକୁ ଯିବାକୁ ରାସ୍ତା ନାହିଁ ତ କେଉଁଠି ବସିବାକୁ ସ୍ଥାନ ନାହିଁ। ସହରରେ ଦୀର୍ଘ ବର୍ଷ ହେଲା ନବ ନିର୍ମିତ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରୁନି।।

ଆହୁରି ପଢ଼ନ୍ତୁ: Suryakumar Yadav and Abhishek Sharma: ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତା : ପ୍ରଥମ ସ୍ଥାନରେ ଅଭିଷେକ ଶର୍ମା, ୫ଟି ସୋପାନ ଉପରକୁ ଉଠିଲେ ସୂର୍ଯ୍ୟକୁମାର

ସେଇଭଳି ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ସହ ରାସ୍ତାଘାଟ ସମସ୍ୟା ଗୁରୁତର ରହିଛି। ସ୍ଥାନୀୟ ଅଞ୍ଚଳର ଯୁବ ପିଢ଼ି କାମଧନ୍ଦା ଅଭାବରୁ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଥିବା ବେଳେ ଦିନକୁ ଦିନ ଦାଦନ ସଂଖ୍ୟା ବଢିବାରେ ଲାଗିଛି। ସପ୍ତାହକୁ ୪ଗୋଟି ବସ୍‌ କେରଳ ଅଭିମୁଖେ ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ବିକାଶ କେତେ ହେଇଛି ସ୍ପଷ୍ଟ ବାରି ହେଉଛି। ଦୀର୍ଘ ବର୍ଷ ହେଲା ଅବହେଳାର ଶିକାର ହୋଇ ରହିଥିବା ଘୁ.ଉଦୟଗିରି ଅଂଚଳ ପ୍ରତି କାହାର ନିଘା ନାହିଁ। ଦୀର୍ଘ ବର୍ଷ ହେଲା ସମସ୍ୟାର ପାହାଡ଼ ଉପରେ ଥିବା ଘୁ.ଉଦୟଗିରି ଅଞ୍ଚଳ ନାହିଁ ନାହିଁରେ ଚାଲିଛି। ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ଅବହେଳା ଯୋଗୁଁ ଘୁ.ଉଦୟଗିରି ଅଂଚଳ ବିକାଶ ଠାରୁ ବହୁ ପଛରେ ରହିଯାଇଛି। ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ନେତୃତ୍ବର ଅଭାବ ଯୋଗୁଁ ଯେକୌଣସି ବିକାଶ କାର୍ଯ୍ୟ ଆଗକୁ ବଢି ନ ପାରିବା ସହ ବିକାଶ ମୂଳକ କାର୍ଯ୍ୟ ପଛେଇଯାଉଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe