ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସହରରେ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଜାଡ଼ ଥଣ୍ଡା ସହ କୋହଲା ପବନ ଯୋଗୁଁ ସନ୍ଧ୍ୟା ପୂର୍ବରୁ ସହର ଜନ ଶୂନ୍ୟ ହୋଇଯାଉଛି। ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ସମ୍ପ୍ରସାରଣ କେନ୍ଦ୍ରର ସୂଚନା ଅନୁସାରେ ସକାଳ ସୁଦ୍ଧା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରି ସେଲସିୟସ ରହିଥିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।
ଗତକାଲି ତାପମାତ୍ରା ୫.୬ ଡିଗ୍ରି ସେଲସିୟସ ରହିଥିଲା। ପ୍ରତିଦିନ ପାରଦ ତଳମୁହାଁ ହେଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ନେଇ ଅଞ୍ଚଳବାସୀ କହୁଛନ୍ତି। ଅତ୍ୟଧିକ ଜାଡ଼ ଥଣ୍ଡା ଯୋଗୁଁ ସକାଳ ୧୦ ଘଣ୍ଟିକା ଯାଏଁ ଘରୁ ବାହାରିବା ମୁସ୍କିଲ୍ ହେଉଛି। ଅନ୍ୟପଟେ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ରହିଥିବା ବେଳେ ଗାଡିମତର ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Accident: ସ୍କୋର୍ପିଓକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍; ୨ ମୃତ, ୫ ଗୁରୁତର
କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ମଣିଷ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ପ୍ରଭାବିତ। ଏଠାରେ ବର୍ଷବର୍ଷ ଧରି ଶୀତ ରୁତୁରେ ଏମିତି ଥଣ୍ଡା ହେବାର ନଜିର୍ ରହିଛି କିନ୍ତୁ ତାପ ମାପକ ଯନ୍ତ୍ର ନଥିବା ଯୋଗୁଁ ପୂର୍ବରୁ ଏଠାକାର ଶୀତ ଦିନେ ତାପମାତ୍ରା ଲୋକ ଲୋଚନକୁ ଆସିପାରୁନଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପାହଡ଼ ତଳିଆ ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ଦାବି ହେଉଛି। ଘୁ.ଉଦୟଗିରିରେ ବିଗତ ୬ ଦିନ ହେବ ୫ ଡିଗ୍ରି ତଳେ ତାପମାତ୍ରା ରହିଛି। ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁଁ ଗରିବ ଦିନ ମଜୁରିଆଙ୍କ ଜୀବନ ଜିବୀକା ପ୍ରଭାବିତ ହେଉଛି। ବିଶେଷ କରି ଯାନବାହାନ ଚଳାଚଳ ଅସୁବିଧା ହେଉଛି ଓ ଦୁର୍ଘଟଣା ମଧ୍ୟ ବଢୁଛି।
ଆହୁରି ପଢ଼ନ୍ତୁ: Live Exhibition by SCSTRITI ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଆଦିବାସୀ କଳା ଓ କଳାବସ୍ତୁ ପ୍ରଦର୍ଶନ କାର୍ଯ୍ୟକ୍ରମ
ପ୍ରବଳ ଶୀତ ଯୋଗୁଁ ରାସ୍ତା ପାର୍ଶ୍ୱରେ ରହି ବ୍ୟବସାୟ କରୁଥିବା ସ୍ଥାନୀୟ ଚାଷୀ, ଠେଲା ବ୍ୟବସାୟୀ, ଦିନ ମଜୁରିଆମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଏପଟେ ଶୀତର ମଜା ନେବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। କଳିଙ୍ଗା ଘାଟି ଓ ବଟାନିକାଲ ଗାର୍ଡେନ, ହିଲଟପ, ସିର୍କି ଇକୋ ପାର୍କ୍, କଫିବଗିଚା ଭଳି ବହୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପିକନିକ୍ ର ମଜା ନେବା ପାଇଁ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରବଳ ଶୀତ ଜାଡ ଯୋଗୁଁ ଘରୁ ବାହାରିବା କଷ୍ଟ ହେଉଛି, ସନ୍ଧ୍ୟା ହେବା କ୍ଷଣି ବଜାରରେ ଗହଳି କମି ଯାଉଛି ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି।
Follow Us