ଘୁ. ଉଦୟଗିରି: ପ୍ରବଳ ଶୀତକୁ ଜାଡ଼ରେ କଲବଲ କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳବାସୀ। ଦିନକୁ ଦିନ ପାରଦ ତଲମୁଁହା ହେବା ସହ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଶୀତଋତୁରେ ସବୁଠାରୁ କମ ତାପମାତ୍ରା ଆଜି ରେକର୍ଡ଼ କରାଯାଇଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇଥିବା ବେଳେ ପ୍ରବଳ ଥଣ୍ଡାକୁ ଜାଡ଼ ଲୋକଙ୍କୁ କଲବଲ କରୁଛି।
ଏହି ଖବର ପଢ଼ନ୍ତୁ: ଥଣ୍ଡା ବଢ଼ିବା ସହ ଜାଡ଼ ଆରମ୍ଭ
/sambad/media/media_files/2024/12/14/img20221207154306.jpg)
ଚଳିତ ବର୍ଷ ଶୀତର ଲୁଚକାଳି ଖେଳ ଭିତରେ ହଟାତ ତାପମାତ୍ରା କମି ପ୍ରବଳ ଥଣ୍ଡା ହେବା ସମସ୍ତଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି।ବିଶେଷ କରି ଗରିବ ଅସହାୟ ବୟୋବୃଦ୍ଧଙ୍କ ପାଇଁ ଥଣ୍ଡା ଅସହ୍ୟ ହେବାରେ ଲାଗିଛି। ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢିବା ସହ ସହର ବଜାର ଖାଁଖାଁ ଲାଗୁଛି। ଲୋକ ଘରେ ରହିବାକୁ ସୁରକ୍ଷିତ ମନେ କରୁଛନ୍ତି। କୁହୁଡି ସାଙ୍ଗକୁ ଥଣ୍ଡା ଆଃ କି ଶୀତ। ପ୍ରବଳ ଥଣ୍ଡାରେ ବାହାର ଜିଲ୍ଲା, ରାଜ୍ୟ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଆସିବା ସହ ଶୀତର ମଜା ନେଉଛନ୍ତି। ବିଭିନ୍ନ ହିଲ ଷ୍ଟେସନ୍କୁ ଯାଇ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତର ମଜ୍ଜା ଉଠେଇ ନିଜ ନିଜ ମୋବାଇଲ ରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟକୁ କଏଦ କରି ରଖୁଥିବା ଦେଖୁବାକୁ ମିଳୁଛି।
ଏହି ଖବର ପଢ଼ନ୍ତୁ: ପ୍ରତିକ୍ରିୟା ରଖିଲେ ଆଇଏଏସ୍ ଅଧିକାରୀଙ୍କ ଡ୍ରାଇଭର
ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢିବା ସହ ସହର ବଜାର ଖାଁଖାଁ ଲାଗୁଛି। ଲୋକ ଘରେ ରହିବାକୁ ସୁରକ୍ଷିତ ମନେ କରୁଛନ୍ତି। କୁହୁଡି ସାଙ୍ଗକୁ ଥଣ୍ଡା ଆଃ କି ଶୀତ। ପ୍ରବଳ ଥଣ୍ଡାରେ ବାହାର ଜିଲ୍ଲା, ରାଜ୍ୟ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଆସିବା ସହ ଶୀତର ମଜା ନେଉଛନ୍ତି।
ଏହି ଖବର ପଢ଼ନ୍ତୁ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ
ସନ୍ଧ୍ୟା ହେଲେ ସହରର ବିଭିନ୍ନ ଛକରେ ନିଆଁ ଜାଳି ଲୋକ ବସିରହୁଥିବା ବେଳେ ଭୋରରୁ ମଧ୍ୟ ବିଭିନ୍ନ ଚା ଦୋକାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ପ୍ରବଳ ଥଣ୍ଡା ଯୋଗୁଁ ସକାଳୁ ଏବଂ ସନ୍ଧ୍ୟାରେ ଭ୍ରମଣ ଯାଉଥିବା ଲୋକଙ୍କ ସଂଖ୍ୟା କମିଯାଇଛି। ଆଗାମୀ ଦିନରେ ଆହୁରି ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଗତକାଲି ସହରର ତାପମାତ୍ରା ୮.୪ଡିଗ୍ରି ଥିବା ବେଳେ ଆଜି ପାରଦ ୩.୨ଡିଗ୍ରି ତଳକୁ ଖସି ୫.୨ଡିଗ୍ରି ଥିବା ସୂଚନା ମିଳିଛି।
ଏହି ଖବର ପଢ଼ନ୍ତୁ: ଶୁଭେଚ୍ଛା ଜଣାଇଲେ ମସ୍କ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/14/46196ed1-4230-4c8f-84d6-cc1b7db3cb66.jpg)