Cold Wave: ରାତି ପାହିଲେ ସୂର୍ଯ୍ୟ କିରଣ, ସଞ୍ଜ ନଇଁଲେ ନିଆଁ ଭରସାରେ ଚାଲିଛି ଜୀବନ

Advertisment

ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହରରେ ଦିନକୁ ଦିନ ପାରା ନିମ୍ନମୁଖୀ ହେବାରେ ଲାଗିଛି। ଜୀବନଯାତ୍ରା ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଥଣ୍ଡାକୁ ଜାଡ଼ ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି। ରାତି ପାହିଲେ ସୂର୍ଯ୍ୟ କିରଣ ଓ ସଞ୍ଜ ନଇଁଲେ ଜୀବନ ନିଆଁ ଭରସାରେ ଚାଲିଛି।

ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହରରେ ଦିନକୁ ଦିନ ପାରା ନିମ୍ନମୁଖୀ ହେବାରେ ଲାଗିଛି। ଜୀବନଯାତ୍ରା ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଥଣ୍ଡାକୁ ଜାଡ଼ ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି। ରାତି ପାହିଲେ ସୂର୍ଯ୍ୟ କିରଣ ଓ ସଞ୍ଜ ନଇଁଲେ ଜୀବନ ନିଆଁ ଭରସାରେ ଚାଲିଛି।

G Udayagiri

Cold waves in G Udayagiri continued. Photograph: (sambad.in)

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହର ‘ଘୁମୁସର ଉଦୟଗିରି’ ରେ ଦିନକୁ ଦିନ ପାରା ନିମ୍ନମୁଖୀ ହେବାରେ ଲାଗିଛି। ଜୀବନଯାତ୍ରା ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଥଣ୍ଡାକୁ ଜାଡ଼ ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି। ରାତି ପାହିଲେ ସୂର୍ଯ୍ୟ କିରଣ ଓ ସଞ୍ଜ ନଇଁଲେ ଜୀବନ ନିଆଁ ଭରସାରେ ଚାଲିଛି। ଦିନକୁ ଦିନ ତାପମାତ୍ରା ଖସିବା ସହ ଶୀତ ବଢୁଛି। ଡିସେମ୍ବର ମାସ ତୃତୀୟ ସପ୍ତାହରେ ଶୀତର ପ୍ରକୋପ ଏହିଭଳି ଆରମ୍ଭ ହୋଇଥିବା ବେଳେ ଆଗକୁ ଅସହ୍ୟ ଶୀତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଶୀତ ତାର ରାଜୁତି ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ଗରିବ ଅସହାୟ ବୃଦ୍ଧବୃଦ୍ଧାମାନେ ବିଶେଷ ଭାବେ ପ୍ରଭାବିତ ହୋଇ ଅତି କଷ୍ଟରେ ରାତି ବିତାଉଛନ୍ତି। ସାହି ଗଳିକନ୍ଦିରେ ସ୍ଥାନେସ୍ଥାନେ ନିଆଁ ଜାଳି ରାତିସାରା ନିଆଁ ଭରସାରେ ରାତି କାଟୁଥିବା ବେଳେ ଦିନରେ ସୂର୍ଯ୍ୟଙ୍କ ଉତ୍ତାପରେ ଦିନ କାଟୁଛନ୍ତି। ଶୀତ ଯାହାକୁ ବାଧୁଛି କଷ୍ଟ ଦେଉଛି ତ କାହାକୁ ଆନନ୍ଦ ଦେଉଛି।

ଆହୁରି ପଢ଼ନ୍ତୁ: Temperature in kandhamala: ଖସୁଛି ପାରଦ, ଥରୁଛି କନ୍ଧମାଳ

ଶୀତର ମଜ୍ଜା

ଶୀତର ମଜ୍ଜା ନେବା ପାଇଁ ବାହାର ରାଜ୍ୟରୁ ବାହାର ଜିଲ୍ଲାରୁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସୁଥିବା ଦେଖିବାକୁ ମିଳୁଛି। ଛୁଟିଦିନରେ ଶହଶହ ପର୍ଯ୍ୟଟକ ସ୍ଥାନୀୟ ଅଞ୍ଚଳକୁ ବୁଲିବାକୁ ଆସିବା ସହ ବଣଭୋଜି କରି ବେଶ ଆନନ୍ଦିତ ହେଉଥିବା ଦେଖୁବାକୁ ମିଳୁଛି। ଶୀତ ଏବଂ ଜାଡ଼ରେ ଗୋଡହାତ କାଲ ମାରିବା ସହ କଲିଜା ଥରି ଗଲାଭଳି ଜାଡ଼ ଗରିବଙ୍କ ପାଇଁ ଅସହ୍ୟ ହୋଇଯାଉଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଭଳି ଜାଡ଼ ରହିବା ସହ ଆହୁରି ତଳକୁ ଖସିବ ପାରଦ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ଗତକାଲି ୭.୬ଡିଗ୍ରି ପାରଦ ଥିବା ବେଳେ ଆଜି ୬.୬ ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଲଗାତାର ଚିହ୍ନଟ ହୋଇଛି।

ଆହୁରି ପଢ଼ନ୍ତୁ: Supreme Court modified earlier order: କେବଳ BS4 ଇଞ୍ଜିନ ଥିବା ଗାଡ଼ି ଓ ନୂଆ ଯାନବାହାନକୁ ଚଳାଚଳ ଅନୁମତି ମିଳିବ: ସୁପ୍ରିମକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe