School: ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରକୁ ମନୋନୀତ

Advertisment

ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓଡ଼ିଶାରେ ଏକ ମାତ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରରେ ସ୍ୱଚ୍ଛ ଏବଂ ହରିତ୍ ରେଟିଂ ପୁରସ୍କାର ପାଇଁ ରାଜ୍ୟ ଚୟନ କମିଟି ଦ୍ୱାରା ମନୋନୀତ ହୋଇଛି। 

ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓଡ଼ିଶାରେ ଏକ ମାତ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରରେ ସ୍ୱଚ୍ଛ ଏବଂ ହରିତ୍ ରେଟିଂ ପୁରସ୍କାର ପାଇଁ ରାଜ୍ୟ ଚୟନ କମିଟି ଦ୍ୱାରା ମନୋନୀତ ହୋଇଛି। 

IMG-20260113-WA0566

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓଡ଼ିଶାରେ ଏକ ମାତ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସ୍ତରରେ ସ୍ୱଚ୍ଛ ଏବଂ ହରିତ୍ ରେଟିଂ ପୁରସ୍କାର ପାଇଁ ରାଜ୍ୟ ଚୟନ କମିଟି ଦ୍ୱାରା ମନୋନୀତ ହୋଇଛି। 

ଗତବର୍ଷ ରାଜ୍ୟର ୨୩୮ଟି ବିଦ୍ୟାଳୟକୁ ଏକ ରାଜ୍ୟ ଚୟନ କମିଟି ଦ୍ୱାରା ସ୍ୱଚ୍ଛତା, ପରିବେଶ ସୁରକ୍ଷା, ହରିତ୍ ପ୍ରକଳ୍ପ, ପାନୀୟଜଳ ବ୍ୟବସ୍ଥା, ଶୌଚାଳୟ ପରିଷ୍କାର ଓ ପରିଚାଳନା ସହ ଉତ୍ତମ ପରିବେଶ ଆଧାରରେ ସବିଶେଷ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ପରେ ୨୦ଟି ବିଦ୍ୟାଳୟକୁ ଚୟନ କରାଯାଇଥିଲା ସେଥିମଧ୍ୟରୁ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରି ୯୪.୯୬ ପଏଣ୍ଟ ସହ ୫ ଷ୍ଟାର୍ ରେଟିଂ ପାଇ ଜାତୀୟ ‘ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ’ ପୁରସ୍କାର ପାଇଁ ମନୋନୀତ ହୋଇଥିବା ନେଇ ସ୍ଥାନୀୟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମିହିର କାନ୍ତ ପ୍ରଧାନ ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। 

ଆହୁରି ପଢ଼ନ୍ତୁ: Badminton: ଇଣ୍ଡିଆ ଓପନ୍‌ ବ୍ୟାଡମିଣ୍ଟନ୍‌: ଅସ୍ବାସ୍ଥ୍ୟକର ଖେଳ ପରିବେଶକୁ ନେଇ ଡେନମାର୍କ ଖେଳାଳିଙ୍କ ଅସନ୍ତୋଷ

ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଏହି ସଫଳତା ପାଇବା ପରେ ପରେ ଅନୁଷ୍ଠାନର ପ୍ରତିଷ୍ଠାତା ଶିଶିର ପଟ୍ଟନାୟକ, ପ୍ରତିଷ୍ଠାତା ସମ୍ପାଦକ କେ.ସୂର୍ଯ୍ୟନାରାୟଣ ପାତ୍ର ଛାତ୍ରୀଙ୍କ ସମେତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହି ସଫଳତା ପାଇଁ ଗର୍ବିତ ବୋଲି କହିଛନ୍ତି। ଏହି ସଫଳତା ସମସ୍ତ ଛାତ୍ରୀ, ଅଭିଭାବକ ତଥା ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବରାମ ସାହୁ,ବରିଷ୍ଠ ଅଧ୍ୟାପିକା ଡ଼ ବବିତା ରାଣୀ ପଟ୍ଟନାୟକ, ଅଧ୍ୟାପିକା ମିନତୀ ଦାଶ, ଅଧ୍ୟାପିକା ସୁଧାରାଣୀ ପାତ୍ର, ଅଧ୍ୟାପିକା ସସ୍ମିତା ଦାଶ ଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କ ପରିଶ୍ରମ ର ଫଳ ବୋଲି ପ୍ରକାଶ କରିଛନ୍ତି। ଏହି ଗୌରବ ଜନକ ସଫଳତା ପାଇଁ  ଶିକ୍ଷା ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ସବୁ ଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି।

ଆହୁରି ପଢ଼ନ୍ତୁ: ChatGPT Health: ଚାଟଜିପିଟି ହେଲଥ୍ କ’ଣ, ଏହାର ବିଶେଷତ୍ୱ ​​କ’ଣ ଏବଂ ଏହା ରୋଗୀଙ୍କ ପାଇଁ କେତେ ଲାଭଦାୟକ? ଜାଣିବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe