Weather In G Udayagiri: ଜି. ଉଦୟଗିରିରେ ‘ଶୀତ’ର ପହିଲି ସ୍ପର୍ଶ; ତାପମାତ୍ରା ୧୨.୪ଡିଗ୍ରି ରେକର୍ଡ

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରରେ ତାପମାତ୍ରା ବଢୁଛି ଏବଂ ଖସୁଛି।  ଶୀତର ପ୍ରକୋପ ସେତେ ମାତ୍ରାରେ ଅନୁଭବ ହୋଇନଥିଲେ ମଧ୍ୟ ଗତ ଦୁଇଦିନ ଭିତରେ ତାପମାତ୍ରା ତଳକୁ ଖସି ଆଜି ୧୨.୪ ଡିଗ୍ରୀ ଥିବା ସ୍ଥାନୀୟ କୃଷି ବିଜ୍ଞାନ ପରାମର୍ଶ ଏବଂ ସମ୍ପ୍ରସାରଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

G Udayagiri1

Temperature reduce in G Udayagiri of Kandhamal district. Photograph: (sambad.in)

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରରେ ତାପମାତ୍ରା ବଢୁଛି ଏବଂ ଖସୁଛି।  ଶୀତର ପ୍ରକୋପ ସେତେ ମାତ୍ରାରେ ଅନୁଭବ ହୋଇନଥିଲେ ମଧ୍ୟ ଗତ ଦୁଇଦିନ ଭିତରେ ତାପମାତ୍ରା ତଳକୁ ଖସି ଆଜି ୧୨.୪ ଡିଗ୍ରୀ ଥିବା ସ୍ଥାନୀୟ କୃଷି ବିଜ୍ଞାନ ପରାମର୍ଶ ଏବଂ ସମ୍ପ୍ରସାରଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଗାତାର ସ୍ଥାନୀୟ ସହରର ତାପମାତ୍ରା ଖସିବାରେ ଲାଗିବା ସହ ଥଣ୍ଡା ବଢ଼ିବାରେ ଲାଗିଛି ସୋମବାର ତାପମାତ୍ରା ୧୪.୬ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ୨.୨ଡିଗ୍ରୀ ତଳକୁ ଖସି ୧୨.୪ଥିବା ରେକର୍ଡ ହୋଇଛି।

ଗରିବ ଲୋକଙ୍କୁ କଷ୍ଟ

ଦିନକୁ ଦିନ ପାରଦ ଖସୁଛି ଏବଂ ଥଣ୍ଡା ବଢୁଛି। କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ସକାଳ ୮ପର୍ଯ୍ୟନ୍ତ ରହୁଥିବା ବେଳେ ରାତି ଯେତେ ବଢୁଛି ଥଣ୍ଡା ସେତେ ବଢିବା ଆରମ୍ବ ହେଉଛି। ବିଶେଷ କରି ଗରିବ ଅସହାୟ ନିରାଶ୍ରୟମାନେ ଥଣ୍ଡା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖୁବାକୁ ମିଳୁଛି। ଅନ୍ୟପକ୍ଷରେ ସ୍ଥାନୀୟ ସହରରେ ଯାତ୍ରୀ ବିଶ୍ରାମଗୃହ ନ ଥିବା ହେତୁ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଥଣ୍ଡା କାକରରେ ଦୀର୍ଘ ସମୟ ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ବସ୍‌କୁ ଅପେକ୍ଷା କରିବାକୁ ପଡୁଛି ରାତି ଏବଂ ପାହାନ୍ତିଆରେ ବହୁ ଅସୁବିଧା ଭୋଗିବାକୁ ପଡୁଛି ଯାତ୍ରୀମାନଙ୍କୁ। ନିଆଁ ଭରଷାରେ ରହୁଛନ୍ତି ଯାତ୍ରୀ। ରାସ୍ତାକଡରେ ନିଆଁ ଜାଳି ବସ୍‌କୁ ଅପେକ୍ଷା କରିବାକୁ ପଡୁଛି। ଚଳିତ ବର୍ଷ ବିଳମ୍ବରେ ଶୀତ ଏହି ଅଞ୍ଚଳକୁ ସ୍ପର୍ଶ କରିଛି। ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସହର ରହିଛି ଯାହାର ଆଜିର ତାପମାତ୍ରା ୧୨.୪ଡିଗ୍ରି ରେକର୍ଡ କରାଯାଇଛି। ଗତ ବର୍ଷ ଶୀତ ଋତୁ ସାରା ଘୁ.ଉଦୟଗିରି ସହରର ତାପମାତ୍ରା ଓଡ଼ିଶାର ସାବୁଠାରୁ କମ ତାପମାତ୍ରା ରହୁଥିବା ଏବଂ ସର୍ବାଧିକ ଥଣ୍ଡାର ସହର ଭାବେ ରେକର୍ଡ ସୃଷ୍ଟି କରିଥିଲା। ଚଳିତ ବର୍ଷ ବିଳମ୍ବରେ ପୁଣି ସେଇ ରେକର୍ଡ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: Suspended: ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀ ମୃତ୍ୟୁ: ବନପାଳଙ୍କ ସମେତ ୩ କର୍ମଚାରୀ ନିଲମ୍ବିତ

ଆହୁରି ଖସିବ ପାରଦ!

ଅନ୍ୟପଟେ ହଠାତ୍‌ ଏବଂ ବିଳମ୍ବରେ ଶୀତର ଆଗମନ ହେତୁ ଗରମ ପୋଷାକର ବ୍ୟବସାୟ ଆରମ୍ଭ ହୋଇନି। ବିନା ଗରମ ପୋଷାକରେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ସକାଳୁ ଏବଂ ସନ୍ଧ୍ୟାରେ ସହରବାସୀ ଶୀତ ପାଇଁ ଭ୍ରମଣ କରୁଥିବା ବେଳେ ସକାଳ ବୁଲା ପାଇଁ ଅଧିକ ସଂଖ୍ୟାରେ ଯୁବ ଗୋଷ୍ଠୀ ବାହାରୁଛି। ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନେ ଆସୁଥିବା ବେଳେ ଥଣ୍ଡାର ମଜା ଉଠାଉଛନ୍ତି। ଆଗାମୀ ଦିନରେ ଆହୁରି ୩ରୁ୪ଡିଗ୍ରି ତଳକୁ ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବା ଆଶଙ୍କା କରିଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ରିଷଭ ପନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe