New Year: ନୂଆବର୍ଷରେ ଧର୍ମପୀଠରେ ପ୍ରବଳ ଭିଡ଼

Advertisment

ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ସକାଳୁ ସକାଳୁ ସ୍ଥାନୀୟ ଅଞ୍ଚଳର ସମସ୍ତ ମନ୍ଦିରଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରି ନୂତନ ବର୍ଷର ପ୍ରଥମ ଦିନର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ସକାଳୁ ସକାଳୁ ସ୍ଥାନୀୟ ଅଞ୍ଚଳର ସମସ୍ତ ମନ୍ଦିରଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରି ନୂତନ ବର୍ଷର ପ୍ରଥମ ଦିନର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

IMG-20260101-WA0782

ଜି.ଉଦୟଗିରି: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ସକାଳୁ ସକାଳୁ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳର ସମସ୍ତ ମନ୍ଦିରଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରି ନୂତନ ବର୍ଷର ପ୍ରଥମ ଦିନର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଖ୍ରୀଷ୍ଟ ଧର୍ମାବଲମ୍ବୀ ମଧ୍ଯ ଚର୍ଚ୍ଚ ଯାଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରି ନୂଆବର୍ଷର ପ୍ରଥମ ଦିନ ପାଳନ କରିଥିବା ଦେଖିବାକୁ ମିଳିଛି।

କ୍ୟାଲେଣ୍ଡର ବର୍ଷ ୨୦୨୫କୁ ବିଦାୟ ଦେବା ପାଇଁ ଜିରୋ ନାଇଟ୍‌ରେ ବିଭିନ୍ନ ସ୍ଥାନରେ ନାଚ ଗୀତ ସହ ନୂଆବର୍ଷ ୨୦୨୬କୁ ବିଦାୟ ଦେବା ସହ ନୂଆବର୍ଷକୁ ସ୍ଵାଗତ କରିବା ପରେ ବର୍ଷର ପ୍ରଥମ ଦିନକୁ ବେଶ୍ ମନୋରଞ୍ଜନର ସହ ସ୍ଥାନୀୟ ଅଞ୍ଚଳରେ ପାଳନ କରାଯାଇଛି। ଏହି ଅବସରରେ ପରିଷଦ ଅନ୍ତର୍ଗତ ନୂଆସାହି ଚର୍ଚ୍ଚ ତରଫରୁ ସକାଳୁ ସକାଳୁ ଢ଼ୋଲ ବାଜା ସହ ନୂଆବର୍ଷର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ମୁଖ୍ୟ ଆକର୍ଷଣ ମୁକୁଲିଙ୍ଗିଆ କାଲିଗାଡୁ ହିଲ୍ ଟପ, ସିର୍କି ଇକୋ ପାର୍କ୍, କଳିଙ୍ଗା ଘାଟି ତଥା ଅଞ୍ଚଳର ବିଭିନ୍ନ ମନ୍ଦିର ଗୁଡ଼ିକରେ ପର୍ଯ୍ୟଟକଙ୍କ ସହ ଅଞ୍ଚଳ ବାସି ଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।ପର୍ଯ୍ୟଟକ ନାଚ ଗୀତ ରେ ମସଗୁଲ ଥିବା ବେଳେ କିଛି ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଫୋଟ ଉଠାଇବାରେ ବ୍ୟସ୍ତ ଆଉ କିଛି ରୋଷେଇରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।  

ଆହୁରି ପଢ଼ନ୍ତୁ: New Year, Bhubaneswar: ବର୍ଷ ବଦଳିଲେ ବଦଳେ କି ଭାଗ୍ୟ ? ଖଟିଖିଆଙ୍କ ପାଇଁ ନୂଆବର୍ଷ ବୋଲି କିଛି ନାହିଁ…

ପୁଲିସର ପାଟ୍ରୋଲିଂ ବ୍ୟବସ୍ଥା

ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ଆଗମନ ରେ ଅଞ୍ଚଳ ଜନଗହଳି ରହିଥିଲା ସହର। ସ୍ଥାନୀୟ ପୁଲିସ ତରଫରୁ ସହର ସହ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ତିକ୍ଷ୍ଣ ଦୃଷ୍ଟି ରଖିଥିଲେ।ଶାନ୍ତି ଶୃଙ୍ଖଳାର ସହ ନୂତନ ବର୍ଷର ପ୍ରଥମ ଦିନ ଅତିବାହିତ ହୋଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: Nandankan Zoo: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିଲେ ୩୮ ଲକ୍ଷ ଦର୍ଶକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe