ଘୁ.ଉଦୟଗିରି: ଶୀତର ଲୁଚକାଳି ଭିତରେ ଘୁମୁସର ଉଦୟଗିରିରେ ପୁଣି ଖସିଲା ପାରଦ ଓ ବଢ଼ିଲା ଜାଡ଼। ଚଳିତ ବର୍ଷ ପୁଣି ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ ଘୁ.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ପ୍ରବଳ ଶୀତରେ ଥରୁଛି ସାରା ଅଞ୍ଚଳ। ଆଜି ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୫.୨ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି
ଏଠାରେ ଗତକାଲି ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରହିଥିଲା। କିଛି ଦିନର ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁଁ ସମ୍ମୁଖ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି।
/sambad/media/media_files/2025/01/09/img20240105163647.jpg)
ଏହି ଖବର ପଢ଼ନ୍ତୁ: ୩୧ ଜାନୁଆରି ଇ-କେୱାଇସି ପାଇଁ ଶେଷ ତାରିଖ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ପ୍ରବଳ ଶୀତ ଯୋଗୁ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାରେ ଥିବାବେଳେ ଶୀତର ମଜା ନେବା ପାଇଁ ଘୁ.ଉଦୟଗିରିକୁ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି। କଳିଙ୍ଗା ଘାଟି, ଝାଉଁ ବଣ, କାଲିଗାଡୁ ହିଲ୍ଟପ୍, ସିରିକି ଇକୋ ପାର୍କ, କଫିବଗିଚା, ଦେଖିବାକୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛ।
ଏହି ଖବର ପଢ଼ନ୍ତୁ: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି: ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ
ନୂଆବର୍ଷ ଆରମ୍ଭରୁ ଶୀତର ମାତ୍ରା ବଢ଼ିଚାଲିଛି। ସନ୍ଧ୍ୟା ହେଲେ ବଜାର ରାସ୍ତାଘାଟ ଜନଶୁନ୍ୟ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ କିଛି ଦିନ ବ୍ୟବଧାନରେ ବର୍ଷା ମେଘୁଆ ପାଗ ଯୋଗୁଁ ଶୀତ ଏକ ପ୍ରକାର ଉଭେଇ ଯାଇଥିଲା। ପାଗ ବଦଳିବା ପରେ ପୁଣି ସ୍ଥାନୀୟ ଅଞ୍ଚଳରେ ଶୀତ ପୁଣି ନିଜ ରାଜୁତି ଆରମ୍ଭ କରିଦେଇଛି। ଗରିବ ଅସହାୟ ଲୋକଙ୍କ ଦୁର୍ଦଶା ବଢ଼େଇ ଦେଇଛି ଅସହ୍ୟ ଜାଡ଼। ବିନା ନିଆଁରେ ରହିବା କଷ୍ଟସାଧ୍ୟ ହୋଇପଡ଼ିଛି।
ଏହି ଖବର ପଢ଼ନ୍ତୁ: ତିରୁପତି ଦଳାଚକଟା: ଟୋକନ କେନ୍ଦ୍ରରେ ଉପଲବ୍ଧ ନଥିଲା ଆମ୍ବୁଲାନ୍ସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/09/76089c83-94cf-4968-b663-028f60688e4a.jpg)