Advertisment

Maoists: କଥାରେ ରାଜି ହେଲେନି ବୋଲି ହତ୍ୟା କରି ମାଟି ତଳେ ପୋତିଦେଲେ

Advertisment

କନ୍ଧମାଳରେ ସକ୍ରିୟ ଥିବା କେକେବିଏନ୍‌ ମାଓ ଡିଭିଜନ ମଧ୍ୟରେ ନେତା ନେତାଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଜଣେ ମାଓବାଦୀଙ୍କୁ ହତ୍ୟା କରି ପୋତି ଦେଇଛନ୍ତି ମାଓ ନେତା। କନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ସୂଚନା ଅନୁସାରେ...

କନ୍ଧମାଳରେ ସକ୍ରିୟ ଥିବା କେକେବିଏନ୍‌ ମାଓ ଡିଭିଜନ ମଧ୍ୟରେ ନେତା ନେତାଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଜଣେ ମାଓବାଦୀଙ୍କୁ ହତ୍ୟା କରି ପୋତି ଦେଇଛନ୍ତି ମାଓ ନେତା। କନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ସୂଚନା ଅନୁସାରେ...

Maoists

ଫୁଲବାଣୀ (ରଂଜନ ପ୍ରଧାନ): କନ୍ଧମାଳରେ ସକ୍ରିୟ ଥିବା କେକେବିଏନ୍‌ ମାଓ ଡିଭିଜନ ମଧ୍ୟରେ ନେତା ନେତାଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଜଣେ ମାଓବାଦୀଙ୍କୁ ହତ୍ୟା କରି ପୋତି ଦେଇଛନ୍ତି ମାଓ ନେତାକନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସକ୍ରିୟ ଥିବା କେକେବିଏନ୍‌ ଡିଭିଜନର ଟପ୍‌ ମାଓ ନେତା ଶୁକ୍ରୁ ଓ ତାର ସହଯୋଗୀମାନେ ଅନ୍ୟ ଜଣେ ମାଓ ନେତା ଅନ୍ବେଷ (୩୧)କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ। ମାଓ ନେତା ଅନ୍ବେଷ ଗତ କିଛିଦିନ ତଳେ ନିଜର ୧୨ ଜଣ ସହଯୋଗୀଙ୍କୁ ନେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲା। କିନ୍ତୁ ଶୁକ୍ରୁ ଏହାକୁ ବିରୋଧ କରୁଥିଲା। ଏହି ଘଟଣାକୁ ନେଇ ଶୁକ୍ରୁ ଏବଂ ଅନ୍ବେଷ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା। 

ଅନ୍ବେଷ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଜିଦ୍‌ ଧରି ବସିବାରୁ ଶୁକ୍ରୁ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଏଣୁ ଗତ ଜାନୁଆରି ମାସ ୨୯ ତାରିଖରେ ଶୁକ୍ରୁ ନିଜର ସହଯୋଗୀଙ୍କ ସହାୟତାରେ ଦାରିଙ୍ଗିବାଡ଼ି ନିକଟସ୍ଥ ପାକାରି ଜଙ୍ଗଲରେ ଅନ୍ବେଷର ଗଳାକାଟି ହତ୍ୟା କରିଥିଲା ଏବଂ ଏହାପରେ ଅ‌ନ୍ବେଷର ମର ଶରୀରକୁ ନିକଟରେ ମାଟି ଖୋଳି ପୋତି ଦେଇଥିଲା। ପୁଲିସ ନିଜର ଇଣ୍ଟେଲିଜେନ୍‌ସ ରିପୋର୍ଟ ବଳରେ ଏହି ଖବର ଜାଣିପାରିବା ପରେ ଗତକାଲି ଦାରିଙ୍ଗିବାଡ଼ି ନିକଟସ୍ଥ ପାକାରି ଜଙ୍ଗଲରୁ ମାଟି ଖୋଳି ଅନ୍ବେଷର ମୃତ ଦେହ ଉଦ୍ଧାର କରିଥିଲା। ଏ ନେଇ ଦାରିଙ୍ଗିବାଡ଼ି ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ବର୍ତ୍ତମାନ ଅନ୍ବେଷର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଏସ୍‌ପି ହରିଶ ବିସି କହିଛନ୍ତି। ମୃତ ଅନ୍ବେଷ କେକେବିଏନ୍‌ ମାଓ ଡିଭିଜନର ସେକେଣ୍ଡ ଇନ୍‌ଚାର୍ଜ ଥିଲା।

ଆହୁରି ପଢ଼ନ୍ତୁ: Maoists Surrender: ୨୫ ଲକ୍ଷ ପୁରସ୍କାର ଘୋଷିତ ୨ମାଓବାଦୀ ଛାଡ଼ିଲେ ଅସ୍ତ୍ର

ଶୁକ୍ରୁ ପରେ ଅନ୍ବେଷ ହିଁ କେକେବିଏନ୍‌ ଡିଭିଜନର ଅନ୍ୟତମ ପ୍ରଭାବଶାଳୀ ମାଓ ନେତା ଥିଲା। ଅନ୍ବେଷର ମୃତ୍ୟୁ ପରେ ବର୍ତ୍ତମାନ କେକେବିଏନ୍‌ ଡିଭିଜନରେ ନିଜନିଜ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ବଢ଼ି ଯାଇଛି ବୋଲି ଏସ୍‌ପି ଶ୍ରୀ ବିସି କହିଛନ୍ତି। କନ୍ଧମାଳକୁ ମାଓମୁକ୍ତ କରିବାକୁ ଆଉ ବେଶିଦିନ ସମୟ ଲାଗିବ ନାହିଁ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe