ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ହେଉଛି ଓଡ଼ିଶାର ଏକ ପଛୁଆ ଜିଲ୍ଲା। ତଥାପି ଏହି ଜିଲ୍ଲାର ଆଦିବାସୀ ମହିଳା କିଛି କମ ନୁହନ୍ତି। ନିଜ ଉଦ୍ୟମ ଫଳରେ ତୃଣମୂଳ ସ୍ତରରୁ ସମ୍ମାନସ୍ପଦ ପଦବିରେ ଅଧିଷ୍ଠିତ ହୋଇ ନିଜ କାର୍ଯ୍ୟ ଦକ୍ଷତା ନିଷ୍ଠାର ସହ ପ୍ରତିପାଦିତ କରି ସୁନାମ ଅର୍ଜନ କରି ଅଞ୍ଚଳ ପାଇଁ ଗର୍ବ ଅର୍ଜନ କରିଛନ୍ତି ଆଦିବାସୀ ଉଚ୍ଚ ଶିକ୍ଷିତ ମହିଳା ହେଉଛନ୍ତି ଜାଲିନା ପ୍ରିୟଦର୍ଶିନୀ।
ଜାଲିନାଙ୍କ ଘର ଘୁ. ଉଦୟଗିରି ସହରର ୮ନଂ ୱାର୍ଡର ନୂଆ ସାହିରେ। ବୟସ( ୩୬)। ପିତା ପୂର୍ବତନ ବିଧାୟକ ସ୍ବର୍ଗତ ରଞ୍ଜିତ ପ୍ରଧାନ। ମାତା ଅବସରପ୍ରାପ୍ତ ବିଇଓ ବସନ୍ତ ମଞ୍ଜରୀ ରଥ।ଜାଲିନାଙ୍କୁ ଯେତେବେଳେ ମାତ୍ର ୧୫ବର୍ଷ ସେତେବେଳେ ତାଙ୍କ ପିତାଙ୍କ ବିୟୋଗ ହୋଇଯାଏ।ବାପା ଛେଉଣ୍ଡ ଜାଲିନା ପାଠ ପ୍ରତି ଧ୍ୟାନ ଦେଇ ଆଗେଇ ଯାଆନ୍ତି। ସ୍ଥାନୀୟ ସରକାରୀ ବାଳିକା ଉଛ ବିଦ୍ୟାଳୟରେ ଦଶମ ପାସ ପରେ କଳିଙ୍ଗ ମହାବିଦ୍ୟାଳୟରୁ ଗ୍ରାଜୁଏସନ ସାରି ଘରେ ନ ବସି ବାପାଙ୍କ ଲୋକ ସମ୍ପର୍କ ଲୋକ ସେବା ପ୍ରତି ମନ ବଳେଇ ନିଜ ସାହି ତଥା ଏନଏସିର ୮ନଂ ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହୋଇ ଲୋକ ସେବା ଆରମ୍ଭ କରିବା ସହ ପାଠ ପଢା ଜାରିରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପିଜି ସାରିବା ସହ ଆଇନ ଡିଗ୍ରି ବି ସମାପ୍ତ କରି ଆଗକୁ ବଢି ଚାଲିଲେ।
୨୦୧୯ମସିହାରେ ରାଜ୍ୟ ମହିଳା କମିସନ ସଦସ୍ୟା ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା ସେତେବେଳକୁ ତାଙ୍କ ବୟସ ମାୟାର ୩୦ବର୍ଷ। କମ ବୟସରେ କନ୍ଧମାଳ ଜିଲ୍ଲାର ଜଣେ ମହିଳା ଉଚ୍ଚ ପଦବିରେ ରହି କାର୍ଯ୍ୟ କରିବା ତାଙ୍କ ପାଇଁ ଏକ ଆହ୍ବନ ଥିଲା। ତଥାପି ସେ ନିଷ୍ଠାପର ଭାବେ ନିଜ ପଦବିର ମର୍ଯ୍ୟଦା ରକ୍ଷାକରି କାର୍ଯ୍ୟ ସମ୍ପାଦନ କରି ୨୦୨୨ମସିହାରେ କାର୍ଯ୍ୟକାଳ ସମାପ୍ତ ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ଭାବେ୨୦୨୩ମସିହାରେ ଦାୟିତ୍ୱ ମିଳିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି ସେ ନିଷ୍ଠାର ସହ ୨୦୨୫ପର୍ଯ୍ୟନ୍ତ କାର୍ଯ୍ୟ କରିବା ସହ ରାଜନୀତି ରେ ହେଉ କି ପ୍ରଶାସନିକ କ୍ଷେତ୍ରରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ।
ଆହୁରି ପଢ଼ନ୍ତୁ: Kandhamala Mao: କନ୍ଧମାଳରେ ମାଓଶିବିର ଧ୍ବସ୍ତ: ପୁଲିସ ଗୁଳିରେ ଜଗେଶ, ରତ୍ନା ନିହତ
ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି ରାଜ୍ୟ ମହିଳା ଏବଂ ଶିଶୁଙ୍କ ପାଇଁ କିଛି କାର୍ଯ୍ୟ କରିବା ଅବସର ପାଇବା ପରେ ବର୍ତମାନ ପଦବିରେ ନଥିଲେ ମଧ୍ୟ ସବୁ ସମୟରେ ଅସହାୟ ଦୁଃଖୀ ମହିଳାଙ୍କ ପାଇଁ ସହଯୋଗର ହାତ ବଢ଼େଇବା ସହ କୋମଳମତୀ ଶିଶୁଙ୍କ ସ୍ନେହ ତାଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। ସମୟ କାଢି ଅନାଥ ଆଶ୍ରମ, ଶିଶୁ ଗୃହକୁ ଯାଇ ପିଲାଙ୍କ ସହ ପିଲା ହୋଇ ଖେଳ କୁଦରେ ମାତି ଯାଇଥାଆନ୍ତି। ବୃଦ୍ଧାଶ୍ରମକୁ ଯାଇ ବୟୋବୃଦ୍ଧ ବୃଦ୍ଧାଙ୍କ ଗହଣରେ ଦୀର୍ଘ ସମୟ ବିତେଇ ଥାଆନ୍ତି।
ଜାଲିନାଙ୍କ କହିବା ପ୍ରକାରେ ଜୀବନରେ କଣ ଅଛି ଯେତେ ଦିନ ବଞ୍ଚିଥିବା ଲୋକଙ୍କ ସେବା କରିବା। ଗରିବ ଅସହାୟ ଦଳିତ ନିଷ୍ପେସିତଙ୍କ ସେବା କରିବା। ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ସମସ୍ତ ଗରିବଙ୍କ ସେବା ହିଁ ମୋର ଲକ୍ଷ ମୁଁ ସେବା କ୍ଷେତ୍ରରେ ଆଗକୁ ବଢି ଚାଲିବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/06/untitled-27-2026-03-06-18-58-13.jpeg)