ଭୁବନେଶ୍ବର: ରାଜ୍ୟରେ ଦୁଇ ବର୍ଷ ମଧ୍ୟରେ ୬୮୦ଟି ନୂଆ ଷ୍ଟାର୍ଟଅପ୍ ସ୍ଥାପନ କରାଯାଇଥିବା ନେଇ ବିଧାନସଭାରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ଯେ ଏହି ସମୟରେ ସର୍ବାଧିକ ୪୧୬ଟି ଷ୍ଟାର୍ଟଅପ୍ ଖୋର୍ଦ୍ଧାରେ ଗଠନ କରାଯାଇଥିଲା। ଏହା ବ୍ୟତୀତ କଟକରେ ୬୪, ଗଞ୍ଜାମରେ ୨୯, ସୁନ୍ଦରଗଡ଼ରେ ୨୩, ପୁରୀରେ ୧୫, ବାଲେଶ୍ବରରେ ୧୪, ଅନୁଗୁଳରେ ୧୧ ଓ କେନ୍ଦୁଝରରେ ୧୦ଟି ଷ୍ଟାର୍ଟଅପ୍ ସ୍ଥାପନ କରାଯାଇଥିଲା। ଷ୍ଟାର୍ଟଅପ୍ ଗଠନରେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ବହୁ ପଛରେ ରହିଛନ୍ତି।
AI: ଏଆଇ ସମିଟ୍: ବିଶ୍ବନେତାଙ୍କୁ ସ୍ବାଗତ କରିବେ ମୋଦୀ
ଆଲୋଚ୍ୟ ଦୁଇବର୍ଷରେ ଏହି ଜିଲ୍ଲାଗୁଡ଼ିକରେ ମାତ୍ର ହାତଗଣତି କିଛି ଷ୍ଟାର୍ଟଅପ୍ ଗଠନ ହୋଇଥିଲା। କୌଣସି ଜିଲ୍ଲାରେ ନୂଆ ଷ୍ଟାର୍ଟଅପ୍ ସଂଖ୍ୟା ଦୁଇ ଅଙ୍କ ଛୁଇଁନଥିଲା। ବୌଦ୍ଧ, କନ୍ଧମାଳ ଓ ମାଲକାନଗିରିରେ ମାତ୍ର ଗୋଟିଏ ଲେଖାଏଁ ଷ୍ଟାର୍ଟଅପ୍ ସୃଷ୍ଟି ହୋଇଛି। ସୋନପୁରରେ ୨ଟି, ନୟାଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ଗତପତିରେ ତିନିଟି ଲେଖାଏଁ ଏବଂ ନବରଙ୍ଗପୁର ଓ କଳାହାଣ୍ଡିରେ ଚାରିଟି ଲେଖାଏଁ ଷ୍ଟାର୍ଟଅପ୍ ସୃଷ୍ଟି ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି।
NSD: ଭାରତ ରଙ୍ଗ ମହୋତ୍ସବ: ୧୯ଟି ସ୍ଥାନରେ ୧୩୦ରୁ ଅଧିକ ଜାତୀୟ, ଅନ୍ତର୍ଜାତୀୟ ପ୍ରଦର୍ଶନ
ମନ୍ତ୍ରୀ ଶ୍ରୀ ମଲ୍ଲିକ ଜଣାଇଛନ୍ତି ଯେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶା ଦେଶରେ ‘ଆସ୍ପାୟରିଂ ଲିଡର’ ବର୍ଗରେ ରହିଛି। ଯୁବକଯୁବତୀମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଷ୍ଟାର୍ଟଅପ୍ଗୁଡ଼ିକୁ ମାସିକ ଅନୁଦାନ, ଉତ୍ପାଦ ବିକାଶ ଓ ମାର୍କେଟିଂ ସହାୟତା ଅନୁଦାନ, କଞ୍ଚାମାଲ ଓ ଉପକରଣ ପାଇଁ ସହାୟତା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ଷ୍ଟାର୍ଟଅପ୍ ନୀତିରେ ନୂଆ ଉଦ୍ୟୋଗୀଙ୍କୁ ଇନ୍କୁବେସନ ସୁବିଧା, ପରାମର୍ଶ ଓ ସଂଯୋଗୀକରଣ ସହାୟତା ପ୍ରଦାନ କରାଯାଉଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/27/start-up-2025-10-27-02-46-36.jpg)