ଫୁଲବାଣୀ:କନ୍ଧମାଳଜିଲ୍ଲା ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟରେ କେକେବିଏନ୍ ମାଓ ଡିଭିଜନ୍ର ଡେପୁଟି କମାଣ୍ଡର୍ ଜଗେଶ ଓ ମହିଳା କ୍ୟାଡର୍ ରତ୍ନା ନିହତ ହୋଇଛନ୍ତି। ଉଭୟ ଛତିଶଗଡ଼ ସୁକମା ଜିଲ୍ଲାର। ଜଗେଶ ମୁଣ୍ଡରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ରତ୍ନାର ମୁଣ୍ଡ ପାଇଁ ଥିଲା ୧ ଲକ୍ଷ ୬୫ ହଜାର ଟଙ୍କା। ଆଜି ଫୁଲବାଣୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଡିଜି (ଆଣ୍ଟି ନକ୍ସଲ ଅପରେସନ୍) ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ପୁଲିସ ଗୁଳିରେ ଜଗେଶ, ରତ୍ନା ନିହତ
ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ
ରାଇକିଆ ଥାନା ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଠୁଳ ହୋଇଥିବା ଗୁଇନ୍ଦା ସୂଚନା ମିଳିଥିଲା। ଗତ ୨୦ ତାରିଖ ରାତିରେ ସିଆର୍ପିଏଫ୍, ଏସ୍ଓଜି ଏବଂ ଡିଭିଏଫ୍ର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ରେ ଥିବା ବେଳେ ମାଓ ପଲଟଣ ସହ ମୁହାଁମୁହିଁ ହୋଇଥିଲେ। ଗତକାଲି ପୂର୍ବାହ୍ଣ ୧୧ଟାରେ ୨ ବରିଷ୍ଠ କ୍ୟାଡର୍ ମାଓବାଦୀ ନିହତ ହୋଇଥିଲେ, ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ସର୍ଚ୍ଚ ଅପରେସନ୍ ବେଳେ ମାଓ ଶିବିରକୁ ଧ୍ବଂସ କରିଥିଲା। ସେଠାରୁ ଗୋଟିଏ ଏକେ-୪୭ ରାଇଫଲ୍, ଗୋଟିଏ ୟୁବିଜିଏଲ୍, ଗୋଟିଏ ୭.୬୨ ଏମ୍ଏମ୍ ଗୁଳିଭର୍ତ୍ତି ରାଇଫଲ୍, ଗୋଟିଏ ଇନ୍ସାସ୍ ମାଗାଜିନ୍, ୨ଟି ଏସ୍ଏଲ୍ଆର୍ ମାଗାଜିନ୍, ଗୋଟିଏ ଏକେ-୪୭ ମାଗାଜିନ୍, ୬ଟି ୟୁବିଜିଏଲ୍ ଗ୍ରେନେଡ୍, ୧୧ଟି ଏକେ-୪୭ ବଲ୍ ଆମ୍ୟୁନିସନ୍, ୪ଟି ଇନ୍ସାସ୍ ବଲ୍ ଆମ୍ୟୁନିସନ୍, ୪ଟି ଏସ୍ଏଲ୍ଆର୍ ବଲ୍ ଆମ୍ୟୁନିସନ୍, ୩ଟି ଡିଟୋନେଟର୍, କୋଡେକ୍ସ, ମାଗାଜିନ୍ ପାଉଚ୍, ହାଭରସାକ୍ ବ୍ୟାଗ୍, ୱାକିଟକି, ସୋଲାର୍ ପ୍ୟାନେଲ୍, ଟର୍ଚ୍ଚ, ପାୱାର୍ବ୍ୟାଙ୍କ୍, ମାଓ ପତ୍ରିକା, କାଲକୁଲେଟର, ଔଷଧ, ପଲିଥିନ୍, ଜୋତା, ବାସନକୁସନ, ଛତା, ଶୀତବସ୍ତ୍ର ଆଦି ରହିଛି।
Arrest: ଆସିକା ପୋଲିସ ଉପଖଣ୍ଡରେ ଅପରେସନ ସାଇବର କବଚ ଅଧୀନରେ ୯ ଗିରଫ
ଗତ ଡିସେମ୍ବର ୨୪ ଓ ୨୫ରେ ଚକାପାଦ ଥାନା ଅନ୍ତର୍ଗତ ରାଣୀକିଆରି ଓ ଭାଲିଙ୍ଗିଆ ଜଙ୍ଗଲରେ ଏବଂ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ସମେତ ମୋଟ ୨ ଜଣ ନିହତ ହୋଇଥିଲେ। ଚଳିତ ମାସ ୬ ତାରିଖରେ ୪ ଜଣ ଆତ୍ମସମର୍ପଣ କରିଥିଲେ। ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ୩୦ ପାଖାପାଖି ମାଓବାଦୀ ସକ୍ରିୟ ନେତୃତ୍ବ ନେଉଛନ୍ତି। ପୁଲିସ ପକ୍ଷରୁ ନିୟମିତ ଭାବେ କମ୍ବିଂ ଜାରି ରହିଛି ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆଇଜି ଦୀପକ କୁମାର, ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର, ଡିଆଇଜି ଅଖିଳେଶ୍ବର ସିଂହ, କନ୍ଧମାଳ ଏସ୍ପି ହରିଶ ବିସି, କନ୍ଧମାଳ ଏଏସ୍ପି ରମେନ୍ଦ୍ର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/24/fshhfhfxbvxvb-2026-02-24-00-49-10.jpg)