କଲବଲ କରୁଛି ବର୍ଷା-ଶୀତ: ଜନଜୀବନ ଅସ୍ତବ୍ୟସ୍ତ

ପ୍ରବଳ ଥଣ୍ଡା ପଡ଼ିବା ପରେ ଗତ ଦୁଇଦିନ ହେଲା କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି। ମେଘୁଆ ପାଗ ପରେ ଗୁରୁବାର ରାତିରୁ ଝିପିଝିପି ବର୍ଷାକୁ କୋହଲା ପବନ ବୋହୁଥିବା ବେଳେ ଆଜି ଅପରାହ୍ନ ଠାରୁ ବର୍ଷାର ମାତ୍ରା ବଢ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି।

ଘୁ.ଉଦୟଗିରି: କିଛି ଦିନର ପ୍ରବଳ ଥଣ୍ଡା ପଡ଼ିବା ପରେ ଗତ ଦୁଇଦିନ ହେଲା କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି। ମେଘୁଆ ପାଗ ପରେ ଗୁରୁବାର ରାତିରୁ ଝିପିଝିପି ବର୍ଷାକୁ କୋହଲା ପବନ ବୋହୁଥିବା ବେଳେ ଆଜି ଅପରାହ୍ନ ଠାରୁ ବର୍ଷାର ମାତ୍ରା ବଢ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି। ଶୀତଦିନରେ ବର୍ଷା ଜାରି ରହିଥିବାରୁ ଲୋକେ ଭାରି ଯନ୍ତ୍ରଣା ଭୋଗୁଛନ୍ତି। ବୟସ୍କ ଓ ଜୀବଜନ୍ତୁଙ୍କର ଅବସ୍ଥା ଆହୁରି ଖରାବ। କହିବାକୁ ଗଲେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ କରିଦେଇଛି। 

ଏହି ଖବର ପଢ଼ନ୍ତୁ: ଦାଦନ ଖଟିବାକୁ ଯାଇ ଆଖିବୁଜିଲେ ଓଡ଼ିଆ ମହିଳା ଶ୍ରମିକ

କନ୍ଧମାଳ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହାର ପ୍ରମୁଖ କାରଣ ହେଲା, ରାଜ୍ୟସାରା ଏବେ ପାଣିପାଗ ସ୍ବାଭାବିକ ନାହିଁ। ପ୍ରାୟ ୪ ଦିନ ହେଲା ପାଗ ମେଘୁଆ, ବର୍ଷା ଓ ପ୍ରବଳ ଥଣ୍ଡା ରହିଛି। ଲୋକେ ଘର ଛାଡ଼ି ବାହାରକୁ ବୁଲିଯିବା ପାଇଁ ପ୍ରସ୍ତୁତ ନାହାନ୍ତି। 

publive-image

ଏହି ଖବର ପଢ଼ନ୍ତୁ: ବାଇକ୍ ଉପରେ ଚଢ଼ିଗଲା ଟ୍ରେଲର

ବର୍ଷା ‌ଯୋଗୁଁ ବଜାର ରାସ୍ତାଘାଟ ଜନଶୁନ୍ୟ ଯୋଗୁଁ ଖାଁଖାଁ ଲାଗୁଛି। କୋହଲା ପାଗ ସହ ବର୍ଷା ଯୋଗୁଁ ଲୋକ ଘରୁ ପଦାକୁ ବାହାରିବାକୁ ପଛଘୁଞ୍ଚା ଦେଉଛନ୍ତି। ତିନି ଦିନ ହେଲା ସୂର୍ଯ୍ୟଙ୍କ ଦର୍ଶନ ମିଳି ନାହିଁ। ଏହିଭଳି ପାଗ ଯୋଗୁଁ ଡିସେମ୍ବର ୨୫ ବଡ଼ଦିନ ପାଇଁ ବଜାର ମାନ୍ଦା ରହିଛି। ଫିକା ପଡ଼ିଯାଇଛି ବଡ଼ଦିନ ବ୍ୟବସାୟ। ହାତବାନ୍ଧି ବସିଛନ୍ତି ବ୍ୟବସାୟୀ।ଆହୁରି ଦୁଇଦିନ ଏହିଭଳି ମେଘୁଆ ପାଗ ସହ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। 

ଏହି ଖବର ପଢ଼ନ୍ତୁ: ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ଦେହାନ୍ତ

ବଙ୍ଗପୋସାଗରରୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଛି। ଏହି କାରଣରୁ ବର୍ଷା ହେଉଛି। ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଉତ୍ତର ଦିଗକୁ ଗତି କରି ଆସନ୍ତା ୧୨ ଘଣ୍ଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହି କାରଣରୁ ପବନର ଦିଗ ପରିବର୍ତ୍ତନ ହୋଇ ଦକ୍ଷିଣ ପୂର୍ବ ଦିଗରୁ ବାୟୁ ରାଜ୍ୟ ଭିତରକୁ ପ୍ରବାହିତ ହେଉଛି। 

ଏହି ଖବର ପଢ଼ନ୍ତୁ: ତାଲିବାନକୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe